Advertisement
Article Detail0/zeeodisha/odisha700104
Zee OdishaOdisha National-Internationalଆଜି ଚୀନ ଓ ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ଜୟଶଙ୍କରଙ୍କ ବୈଠକ

ଆଜି ଚୀନ ଓ ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ଜୟଶଙ୍କରଙ୍କ ବୈଠକ

LAC ବିବାଦ ପରେ ପ୍ରଥମ ଥର ପାଇଁ ହେବ ଆଲୋଚନା

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: LACରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ-ଚୀନ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ । ଚୀନ ଓ ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କରିବେ ଆମ ଦେଶର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । RIC ସମୂହ ବୈଠକ ଭିଡିଓ କନଫରେସିଂ ମାଧ୍ୟମରେ ହେବ । 

ସେପରେ ଭାରତ-ଚୀନ ଉତ୍ତେଜନା ଭିତରେ ୩ ଦିନିଆ ଋଷ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଋଷର ୭୫ ତମ ବିଜୟ ଦିବସ ପରେଡରେ ସାମିଲ ହେବେ ରାଜନାଥ । ଏହି ସମୟରେ ଉଭୟ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ସମ୍ପର୍କରେ ଆଲୋଚନା ହୋଇପାରେ । 

ଆଉ ଏହାରି ଭିତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏକ ଟ୍ୱିଟ କରିଛନ୍ତି । ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଜୟଶଙ୍କର । 

Add Zee News as a Preferred Source

କହିରଖୁଛୁ, ଗତ ସପ୍ତାହରେ ଗଲୱାନ ଘାଟିରେ ସଂଘର୍ଷ ହୋଇଥିଲା । ଚୀନର ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ । ପ୍ରତିଜବାବରେ ଚୀନର ବହୁ ସୈନ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଉତ୍ତେଜନା କମ କରିବା ପାଇଁ ସୋମବାର ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ଲେପ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ହୋଇଥିଲା । 

About the Author