ଭାରତ-ଚୀନ ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ|
Trending Photos
)
ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ବିବାଦ ମାମଲାରେ ଆସିଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ | ଜୁନ ୧୫-୧୬ ମଧ୍ୟରାତ୍ରୀରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ ସେନାବାହିନୀ | ଏହି ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ, ଚୀନର ୪୭ ଯବାନ ମୃତାହତ ହୋଇଛନ୍ତି |
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି," ଦେଶ ନିଜ ସୈନିକଙ୍କ ବଳିଦାନକୁ ଭୁଲି ପାରିବ ନାହିଁ | ଶହୀଦ ଯବାନଙ୍କ ପରିବାର ସହ ମୁଁ ଛିଡା ହୋଇଛି | ଏପରି କଠିନ ସମୟରେ ଦେଶ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ପଛରେ ଛିଡା ହୋଇରହିଛି | ଭାରତୀୟ ବୀରଙ୍କ ଶୌର୍ଯ୍ୟ ଏବଂ ସାହସକୁ ନେଇ ଆମେ ଗର୍ବିତ | "
ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, "ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷରେ ସୈନ୍ୟ ଶହୀଦ ହେବା ଘଟଣା ଆମ ପାଇଁ ବେଶ ଯନ୍ତ୍ରଣାଦାୟକ | ଆମର ସୈନିକ କର୍ତ୍ତବ୍ୟ ପ୍ରତି ଆଦର୍ଶ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥିଲେ | ଭାରତୀୟ ସେନାର ସର୍ବୋଚ୍ଚ ପରମ୍ପରାକୁ ଧ୍ୟାନରେ ରଖି ନିଜ ଜୀବନକୁ ପ୍ରାଣବଳୀ ଦେଇଥିଲେ | "
ଗଲୱାନ ଉପତ୍ୟାକାରେ ଭାରତ-ଡ୍ରାଗନ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି | ଜୁନ ୧୫-୧୬ ମଧ୍ୟରାତ୍ରୀରେ ହୋଇଥିବା ସାମରିକ ସଂଘର୍ଷରେ କେତେକ ସୈନିକ ନଦୀ କିମ୍ବା ଖାଲରେ ଖସିପଡିବା ଫଳରେ ପ୍ରାଣ ହରାଇଥିଲେ | ଅନ୍ୟପଟେ ଚୀନ ସୈନିକ କଣ୍ଟା ତାର ଏବଂ ଲୁହା ରଡରେ ଆବୃତ୍ତ ହୋଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଆସିଥିଲେ |