India China FaceOff: ଏଲଏସିରେ ଆରମ୍ଭ ହୋଇଗଲା ଛାୟାଯୁଦ୍ଧ
Advertisement

India China FaceOff: ଏଲଏସିରେ ଆରମ୍ଭ ହୋଇଗଲା ଛାୟାଯୁଦ୍ଧ

ଲଦାଖ ସଂଘର୍ଷ ଘଟଣା ପର ଠାରୁ ସୀମାରେ ଉତ୍ତେଜନା ଲାଗିଥିବା ବେଳେ ସଦ୍ୟ ଭାରତୀୟ ଗୁଇନ୍ଦା ଏଜେନ୍ସି ପକ୍ଷରୁ ଏକ ଚାଞ୍ଚଲ୍ୟକର ପର୍ଦ୍ଦାଫାଶ କରାଯାଇଛି। ଏନେଇ କୁହାଯାଇଛି ସୀମାରେ ଚୀନ ଗୁପ୍ତଚରଙ୍କ ସକ୍ରିୟ ଉପସ୍ଥିତି ବଢିଯାଇଛି।

India China FaceOff: ଏଲଏସିରେ ଆରମ୍ଭ ହୋଇଗଲା ଛାୟାଯୁଦ୍ଧ

ଲଦାଖ: ସୀମାରେ ଭାରତ ସହ ସାମ୍ନାସାମ୍ନି ଲଢିବାକୁ ସାହାସ ଜୁଟାଇ ପାରୁନଥିବା ଚୀନ ଏବେ ଛାୟାଯୁଦ୍ଧର ରାସ୍ତାର ଆପଣାଇଛି। ସୀମାରେ ବେଆଇନ ଅନୁପ୍ରବେଶ କରି ଅନେକ ସମୟରେ ଏଲଏସି ଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି ଚୀନ। ଗତ ବର୍ଷ ଜୁନ ୧୫-୧୬ ତାରିଖ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକା ଠାରେ ହୋଇଥିବା ସଂଘର୍ଷ ପରେ ଭଭୟ ଦେଶକୁ ପରସ୍ପର ଠାରୁ ଅଲଗା କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଠାରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଭାରତ-ଚୀନ ସେନାବାହିନୀ।

ଲଦାଖ ସଂଘର୍ଷ ଘଟଣା ପର ଠାରୁ ସୀମାରେ ଉତ୍ତେଜନା ଲାଗିଥିବା ବେଳେ ସଦ୍ୟ ଭାରତୀୟ ଗୁଇନ୍ଦା ଏଜେନ୍ସି (Indian Intelligence Agencies) ପକ୍ଷରୁ ଏକ ଚାଞ୍ଚଲ୍ୟକର ପର୍ଦ୍ଦାଫାଶ କରାଯାଇଛି। ଏନେଇ କୁହାଯାଇଛି ସୀମାରେ ଚୀନ ଗୁପ୍ତଚରଙ୍କ (Chinese Spies) ସକ୍ରିୟ ଉପସ୍ଥିତି ବଢିଯାଇଛି।  ଏହା ସହିତ କୁହାଯାଇଛି  ଏଲଏସି ସମେତ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଚୀନୀ ଗୁପ୍ତଚରଙ୍କ ଉପସ୍ଥିତି ବାବଦରେ ଜଣାପଡିଛି।       

Also Read: ସୀମା ଭିତରକୁ ପଶିଗଲେ ଚୀନ ସୈନ୍ୟ; ଟେକିନେଲେ ଭାରତୀୟ ଯବାନ   

ଲଦାଖସ୍ଥିତ ଦୌଲତବେଗ ଓଲ୍ଡି ସେକ୍ଟରସ୍ଥିତ କାରାକୋରମ ଠାରେ ଚୀନୀ ଗୁପ୍ତଚରଙ୍କୁ ଚିହ୍ନଟ କରାଯାଇଛି। ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଲଦାଖ ବ୍ୟତୀତ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶର ସୀମା ନିକଟରେ ଚୀନ୍ ଗୁପ୍ତଚରଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡିଛି।

Also Read: ସୀମାରେ ଚୀନର ଗାଁ ନିର୍ମାଣ ପ୍ରସଙ୍ଗ: ଜବାବ ରଖିଲେ କେନ୍ଦ୍ର ସରକାର

ଚଳିତ ବର୍ଷ ଜାନୁଆରୀ ୮ ତାରିଖରେ ପୂର୍ବ ଲଦାଖ ଠାରେ ଜଣେ ଚୀନୀ ସୈନିକ ଭାରତୀୟ ସେନା ହାତରେ ଧରାପଡିଥିଲେ। ସେ ଏଲଏସି ଅତିକ୍ରମ କରି ଭାରତୀୟ ସୀମାକୁ ପଶି ଆସିଥିଲେ। ଭାରତୀୟ ସେନା ହାତରେ ଧରାପଡିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା। 

Also Read: ଭାରତ ମାଟିରେ ଚୀନର ଗାଁ! ଫଟୋ ଭାଇରାଲ

 

ଏନେଇ ଚୀନ ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (Peoples Liberation Army-PLA) ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଅନ୍ଧାର କାରଣରୁ ଆମର ଜଣେ ସୈନିକ ସୀମା ପାର ହୋଇ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶ କରିଥିଲେ। ସେ ଭାରତୀୟ ସେନା ହାତରେ ସେ ଧରାପଡିବା ପରେ ତାଙ୍କୁ ପୁନର୍ବାର ସ୍ୱଦେଶ ହସ୍ତାନ୍ତର କରାଯାଇଥିଲା।