Advertisement
Article Detail0/zeeodisha/odisha760736
Zee OdishaOdisha National-Internationalଦେଶରେ ସୁଧୁରୁଛି କୋରୋନା ସ୍ଥିତି, ଖସିଲା ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା

ଦେଶରେ ସୁଧୁରୁଛି କୋରୋନା ସ୍ଥିତି, ଖସିଲା ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା

ଆଜି ପୁଣି ଆସିଲା ଆଶ୍ୱସ୍ତିକର ଖବର। ଦେଶର ଦୈନିକ କୋରୋନା ସଂକ୍ରମଣରେ ଲାଗୁଛି ଲଗାମ। ମୃତ୍ୟୁ ସଂଖ୍ୟା ବି କମୁଛି।

ଦେଶରେ ସୁଧୁରୁଛି କୋରୋନା ସ୍ଥିତି, ଖସିଲା ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଧୀରେ ଧୀରେ କୋରୋନା ପ୍ରକୋପରୁ ମୁକ୍ତି ପାଉଛି ଦେଶ। ଦିନକରେ ରେକର୍ଡ ସଂଖ୍ୟକ ପଜିଟିଭ୍ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ପୂର୍ବ ଭଳି ଦୈନିକ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟେଷ୍ଟିଂ କରାଯାଉଛି। ଗତ ୨୪ରେ ୬୧ ହଜାର ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି।

ଗତକାଲି ତୁଳନାଲେ ଆଜି ୧୪ ହଜାର ନିକଟତର କୋରୋନା ଆକ୍ରାନ୍ତ ସଂଖ୍ୟା କମିଛି। ତେବେ ମୃତ୍ୟୁ ସଂଖ୍ୟାରେ ସେତେଟା ଉନ୍ନତି ଦେଖିବାକୁ ମିଳିନାହିଁ। ସୋମବାର ଦେଶରେ ୯୦୩ ଜନିତ ମୃତ୍ୟୁ ହୋଇଥିଲା। ଆଉ ଆଜି ଏଥିଲେ ମାତ୍ର ୧୯ଟି ମାମଲା କମିଛି। ଏବେ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ମାମଲା ୬୬ ଲକ୍ଷ ୮୫ ହଜାର ୮୩କୁ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ଲକ୍ଷେ ୩ ହଜାର ୫୬୯ ଛୁଇଁଛି।

ଅକ୍ଟୋବର ୫ ସୁଦ୍ଧା ଦେଶରେ ୫୬ ଲକ୍ଷ ୬୨ ହଜାର ୪୯୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଲକ୍ଷ ୨୦ ହଜାର ନିକଟତର ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି। ଗତକାଲି ଦିନକରେ ୧୦ ଲକ୍ଷ ୯୦ ହଜାର ନିକଟତର ଟେଷ୍ଟକୁ ମିଶାଇ ମୋଟ ୮ କୋଟି ୧୦ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ଟେଷ୍ଟ ହେଲାଣି।

Add Zee News as a Preferred Source
About the Author