Covid-19 Updates: ଭାଙ୍ଗିଲା ମୃତ୍ୟୁର ସମସ୍ତ ରେକର୍ଡ, ଦୈନିକ ସଂକ୍ରମଣ ହ୍ରାସ
Advertisement

Covid-19 Updates: ଭାଙ୍ଗିଲା ମୃତ୍ୟୁର ସମସ୍ତ ରେକର୍ଡ, ଦୈନିକ ସଂକ୍ରମଣ ହ୍ରାସ

ନୂତନ ମାମଲାରେ ବ୍ୟାପକ ହ୍ରାସ ଘଟିଛି। ଦିନକ ମଧ୍ୟରେ ଦେଶରେ ୨ ଲକ୍ଷ ୬୩ ହଜାର ନୂତନ ମାମଲା ପଞ୍ଜିକୃତ ହୋଇଥିବାବେଳେ ସୋମବାର ୨ ଲକ୍ଷ ୮୧ ହଜାର ନୂଆ ମାମଲା ରୁଜୁ ହୋଇଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ କୋରୋନାର ଦ୍ୱିତୀୟ ଲହରରେ ଲୋକଙ୍କ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣରୁ ମୃତ୍ୟୁ ସମସ୍ତ ରେକର୍ଡ ଭାଙ୍ଗିଛି। ତେବେ ନୂତନ ମାମଲାରେ ବ୍ୟାପକ ହ୍ରାସ ଘଟିଛି। ଦିନକ ମଧ୍ୟରେ ଦେଶରେ ୨ ଲକ୍ଷ ୬୩ ହଜାର ନୂତନ ମାମଲା ପଞ୍ଜିକୃତ ହୋଇଥିବାବେଳେ ସୋମବାର ୨ ଲକ୍ଷ ୮୧ ହଜାର ନୂଆ ମାମଲା ରୁଜୁ ହୋଇଛି।

ଯଦିଓ ଭାରତରେ କୋଭିଡ (Covid19) ର ନୂତନ ମାମଲାରେ ହ୍ରାସ ଘଟିଛି, ତଥାପି ମୃତ୍ୟୁ ସଂଖ୍ୟା ଉଦବେଗଜନକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩୪୦ ଜଣଙ୍କର ମୃତ୍ୟୁ ଘଟିଛି।  ଏହା ମହାମାରୀ ଆରମ୍ଭ ହେବା ପରଠାରୁ ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା। ଏହାପୂର୍ବରୁ ମେ ୧୨ରେ ସର୍ବାଧିକ ୪୨୦୫ ଜଣ କୋରୋନା ରୋଗୀ ପ୍ରାଣ (Covid Death) ହରାଇଥିଲେ।

Also Read: ସୁରକ୍ଷା ବାଡ଼ ଭାଙ୍ଗି IPL 2021ରେ କେମିତି ପଶିଲା କୋରୋନା? ହେଲା ବଡ଼ ଖୁଲାସା

ୱାର୍ଲ୍ଡ ମିଟର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାରେ ୨ ଲକ୍ଷ ୬୩ ହଜାର ୪୫ ଜଣ ଲୋକ ସଂକ୍ରମିତ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୪୩୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ଭାରତରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୫୨ ଲକ୍ଷ ୨୭ ହଜାର ୯୭୦କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୮ ହଜାର ୭୫୧ରେ ପହଞ୍ଚିଛି।

ସେପଟେ ଦିନକରେ ସାରା ଦେଶରେ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ କୋଭିଡ (Coronavirus) ରୁ ଉଦ୍ଧାର ହୋଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୧୫ ୯୦ ହଜାର ୩କୁ ବୃଦ୍ଧି ପାଇଛି। ଏହା ସହିତ ସମଗ୍ର ଦେଶରେ ସକ୍ରିୟ ମାମଲାରେ ହ୍ରାସ ଘଟିଛି ଏବଂ ଦେଶରେ ଏବେ ୩୩ ଲକ୍ଷ ୫୯ ହଜାର ୨୧୬ ଲୋକ ଚିକିତ୍ସିତ ହେଉଛନ୍ତି।

Also Read: ଝାରପଡା ଜେଲରେ ନିଶାର ଆସର, ଭିଡିଓ ଭାଇରାଲ ପରେ ବଦଳିଲେ ଜେଲର୍

 

କୋରୋନା ଦ୍ୱିତୀୟ ଲହର ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି। ରାଜ୍ୟରେ ସୋମବାର ଦିନ ୨୬ ହଜାର ୬୧୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୫୧୬  ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ପୂର୍ବରୁ ଦିନକରେ ୩୪୩୮୯ଟି ନୂତନ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୯୭୪ ଜଣ ଲୋକ ପ୍ରାଣ ହରାଇଥିଲେ। ମହାରାଷ୍ଟ୍ରରେ ମୋଟ କୋରୋନା ମାମଲା ୫୪ ଲକ୍ଷ ୫ ହଜାର ୬୮କୁ ବୃଦ୍ଧି ପାଇଛି। ତାହା ସହିତ ମୃତକଙ୍କ ସଂଖ୍ୟା ୮୨ ହଜାର ୪୮୬କୁ ପହଞ୍ଚିଛି।