ଦେଶରେ ଏପର୍ଯ୍ୟନ୍ତ ୫ଲକ୍ଷ ୮ ହଜାର ୯୫୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୫ ହଜାର ୬୮୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
Trending Photos
)
ନୂଆଦିଲ୍ଲୀ: ଭାରତରେ ୫ ଲକ୍ଷ ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ମାତ୍ର ୩ ଦେଶ(ଆମେରିକା, ବ୍ରାଜିଲ ଓ ଋଷ) ଏହି ଅଙ୍କ ଅତିକ୍ରମ କରିଥିଲେ । ଚତୁର୍ଥ ଦେଶ ଭାବେ ଭାରତରେ ଏବେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ପ୍ରଥମ ଘଟଣା । ସେହିପରି ଏହି ସମୟ ମଧ୍ୟରେ ୩୮୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
India crosses 5 lakh mark as it reports highest single-day spike of 18552 new #COVID19 cases; 384 deaths in last 24 hours. Positive cases in India stand at 508953 including 197387 active cases, 295881 cured/discharged/migrated & 15685 deaths: Ministry of Health & Family Welfare pic.twitter.com/PqW6FzDz3x
— ANI (@ANI) June 27, 2020
ଦେଶରେ ଏପର୍ଯ୍ୟନ୍ତ ୫ଲକ୍ଷ ୮ ହଜାର ୯୫୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୫ ହଜାର ୬୮୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ୨ଲକ୍ଷ ୯୫ ହଜାର ୮୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏବେ ୧ଲକ୍ଷ ୯୭ ହଜାର ୩୮୭ ଆକ୍ଟିଭ କେସ ରହିଛି । ତେବେ ବର୍ତ୍ତମାନର ସ୍ଥିତି କହୁଛି, ଦେଶରେ ଖୁବଶୀଘ୍ର ୨ ଲକ୍ଷ ଅତିକ୍ରମ କରିପାରେ ଆକ୍ସିଭ କେସ ।