ପୁଣି ଚୀନକୁ ବଡ଼ ଝଟକା ଦେଲା ଭାରତ ! ୫୦୦ କୋଟି ଟଙ୍କାର ହେବ କ୍ଷତି
Advertisement

ପୁଣି ଚୀନକୁ ବଡ଼ ଝଟକା ଦେଲା ଭାରତ ! ୫୦୦ କୋଟି ଟଙ୍କାର ହେବ କ୍ଷତି

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଅନୁଯାୟୀ, ଏହି ଚାଇନିଜ୍ ଗୁଡ଼ି ଓ ସୂତା ସମଗ୍ର ଭାରତରେ ବିକ୍ରି ହେବନାହିଁ । ତେବେ ଦିଲ୍ଲୀରେ ଚୀନୀ ଗୁଡ଼ି ୨୦୧୭ ଠାରୁ ବ୍ୟାନ୍ ରହିଛି । 

ପୁଣି ଚୀନକୁ ବଡ଼ ଝଟକା ଦେଲା ଭାରତ ! ୫୦୦ କୋଟି ଟଙ୍କାର ହେବ କ୍ଷତି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ାଯାଏ । ଏହି କାରଣରୁ ଦେଶରେ ଗୁଡ଼ି ଓ ସୂତାର କୋଟି କୋଟି ଟଙ୍କାର ବାର୍ଷିକ କାରବାର ହୋଇଥାଏ । ଏଥର ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଯୋଗୁଁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନର ବ୍ୟବସାୟୀମାନେ ଚାଇନିଜ୍ ଗୁଡ଼ିର ବହିଷ୍କାର କରୁଛନ୍ତି । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଅନୁଯାୟୀ, ଏହି ଚାଇନିଜ୍ ଗୁଡ଼ି ଓ ସୂତା ସମଗ୍ର ଭାରତରେ ବିକ୍ରି ହେବନାହିଁ । ତେବେ ଦିଲ୍ଲୀରେ ଚୀନୀ ଗୁଡ଼ି ୨୦୧୭ ଠାରୁ ବ୍ୟାନ୍ ରହିଛି । ଏଥର ବଜାରରେ ଥିବା ଚୀନୀ ଗୁଡ଼ି ଉପରେ ଦିଲ୍ଲୀ ପୋଲିସ ମଧ୍ୟ ତୀକ୍ଷ୍ଣ ନଜର ରଖିଛି ।

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ଏଥି ସହିତ କୋରୋନା ମହାମାରୀ ହେତୁ ଏଥର ଗୁଡ଼ି ବିକ୍ରୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ବିକ୍ରୟ ହ୍ରାସ ପାଇଛି । ଚଳିତ ବର୍ଷ ଦିଲ୍ଲୀ ଓ ଦେଶର ବ୍ୟବସାୟୀମାନେ ଚାଇନାର ସାମଗ୍ରୀକୁ ବିରୋଧ କରିବା ପାଇଁ CAIT ଅଭିଯାନ ଅଧୀନରେ ଭାରତୀୟ ସାମଗ୍ରୀ ଆପଣାଇବାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି । ସେମାନଙ୍କ କହିବାନୁସାରେ, ଦେଶରେ ଚାଇନାରୁ ପ୍ରତିବର୍ଷ ପ୍ରାୟ ୫୦୦ କୋଟି ଟଙ୍କାର ମାଞ୍ଜା ବା ଗୁଡ଼ି ସୂତା  ଆସିଥାଏ, ଯାହା ଏଥର ଆମଦାନୀ ହୋଇନାହିଁ ।

ଅଧିକ ପଢ଼ନ୍ତୁ:-ସଚିନ ପାଇଲଟ କଂଗ୍ରେସକୁ ଫେରିବା ପଛରେ ବିଜେପିର ଏହି ବଡ଼ ନେତାଙ୍କ ହାତ !

କ୍ୟାଟର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଏଥର ଦିଲ୍ଲୀର ବ୍ୟବସାୟୀମାନେ ଚୀନୀ ଗୁଡ଼ି ଓ ସୂତା ବିକ୍ରୟ କରିବେ ନାହିଁ । ଚୀନୀ ଗୁଡ଼ି ଓ ସୂତା ପରିବର୍ତ୍ତେ ଭାରତୀୟ ମଞ୍ଜା ଏବଂ ସାଦି ବିକ୍ରି ହେବ । ତାଙ୍କ କହିବାନୁସାରେ, ଦେଶରେ ବରେଲୀ, ମୁରାଦାବାଦର ମାଞ୍ଜା ବା ଗୁଡ଼ି ସୂତା ଚୀନ୍‌ର ମାଞ୍ଜାଠାରୁ ଭଲ ହୋଇଥାଏ ।  ଏହି ବର୍ଷଠାରୁ କେବଳ ଦେଶରେ ତିଆରି ଗୁଡ଼ି ଓ ସୂତା ବ୍ୟବହାର ହେବ । ଏକ ଆନୁମାନିକ ଆକଳନ ଅନୁଯାୟୀ, ଦିଲ୍ଲୀରେ ପ୍ରତିବର୍ଷ ରାକ୍ଷୀ ବନ୍ଧନ ଓ ସ୍ୱାଧୀନତା ଦିବସର ଆଖପାଖରେ ପ୍ରାୟ ୧୦୦ କୋଟି ଟଙ୍କା ମୂଲ୍ୟର ମାଞ୍ଜା ବା ଗୁଡ଼ି ଓ ସୂତା ବିକ୍ରି ହୁଏ ।