Advertisement
Article Detail0/zeeodisha/odisha719259

ଚୀନକୁ '୩୭୧' ଛାଟ, ବ୍ୟାନ ହେବ ଚାଇନିଜ ଉତ୍ପାଦ

ଚୀନ ଉପରେ ହୋଇପାରେ ବଡ଼ ଇକୋନୋମିକ ଷ୍ଟ୍ରାଇକ

ଚୀନକୁ '୩୭୧' ଛାଟ, ବ୍ୟାନ ହେବ ଚାଇନିଜ ଉତ୍ପାଦ

ନୂଆଦିଲ୍ଲୀ: ଚୀନକୁ ଭାରତର ଅର୍ଥନୈତିକ ଛାଟ। ଉଭୟ ରାଷ୍ଟ୍ର ମଧ୍ୟରେ ଉପୁଜିଥିବା ବିବାଦ ମଧ୍ୟରେ ଚୀନ ଉପରେ ଅର୍ଥନୈତିକ ଛାଟ ମାଡ଼ ମାରି ପ୍ରତିଶୋଧ ନେବାରେ ଲାଗିଛି। ଗତ ଜୁନ ମାସ ୨୯ ତାରିଖରେ ୫୯ଟି ଓ ଗତକାଲି ସୋମବାର ୪୭ଟି ଏହିପରି ମୋଟ ୧୦୬ଟି ଆପକୁ ଦେଶରେ ବ୍ୟାନ କରିସାରିଛି। ଏହି ବ୍ୟାନ ଫଳରେ ଚୀନ ବ୍ୟାପକ ଭାବେ ଅର୍ଥନୈତିକ ସଂକଟର ସମ୍ମୁଖିନ ହୋଇଛି। ଚାଇନାର ପ୍ରମୁଖ ଆପ ଟିକଟକ, ଜେଣ୍ଡର, ଭାଇରସ କ୍ଲିନର, ସେୟାର ଇଟ ଭଳି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଆପକୁ ମଧ୍ୟ ବ୍ୟାନ କରିଛି ଭାରତ। ଫଳରେ ଭାରତରେ କୋଟିକୋଟି ଟଙ୍କା ବ୍ୟବସାୟ କରୁଥିବା ଚୀନ ଏକ ବଡ଼ ଆର୍ଥିକ ଆୟର କେନ୍ଦ୍ରକୁ ହରାଇଛି।

ସେପଟେ ଭାରତ ଚୀନ ଉପରେ ଏହି ଡିଜିଟାଲ ଷ୍ଟ୍ରାଇକ କରିବା ବନ୍ଦ କରିନାହିଁ। ଆଗକୁ ଚାଇନା ଉତ୍ପାଦିତ ଗୁଡ଼ିକ ଉପରେ ଭାରତ ବ୍ୟାନ ଲଗାଇବାକୁ ଯୋଜନା କରୁଛି। ଏହି ଉତ୍ପାଦ ମଧ୍ୟରେ ଡିଜିଟାଲ, ଟେଲିକମ, ପେପର, ରବର, ଗ୍ଲାସ ସାମଗ୍ରୀ ଆଦି ଉପରେ ମଧ୍ୟ ବ୍ୟାନ ଲଗାଇବାକୁ ଭାରତ ଯୋଜନା କରୁଥିବା ସୂଚନା ମିଳିଛି। ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ସବୁ ଉତ୍ପାଦ ଉପରେ ଭାରତ ବ୍ୟାନ ଲଗାଇବା ନେଇ ସମ୍ଭାବନା ଦେଖାଦେଇଛି। ଭାରତ ଯୁକ୍ତି ବାଢିଛି ଯେ, ଏହି ସମସ୍ତ ଉତ୍ପାଦ ଭରତୀୟ ଷ୍ଟାଣ୍ଡାର୍ଡ ମାନକ(ISI) ପୁରଣ କରିପାରୁନାହିଁ। ଫଳରେ ଏହାକୁ ବ୍ୟାନ କରିବା ପାଇଁ ଭାରତ ଚିନ୍ତା କରୁଥିବା ଜଣାପଡ଼ିଛି। 

ତେବେ ଏହି ସବୁ ଉତ୍ପାଦକୁ ବ୍ୟାନ କରିବା ପାଇଁ ଭାରତ ସରକାରଙ୍କ କମର୍ସ ଇଣ୍ଡଷ୍ଟ୍ରୀ ବିଭାଗ ଗତବର୍ଷ ଠାରୁ ଯୋଜନା ପ୍ରସ୍ତୁତ କରୁଛି। ଏହାର ବିକଳ୍ପ ଭାବେ ସମସ୍ତ ସାମଗ୍ରୀ ବା ଉତ୍ପାଦକୁ ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ପ୍ରସ୍ତୁତ ହେବ। ଏହି ଯୋଜନା ଆରମ୍ଭ ହେବା ଦ୍ୱାରା ଆମଦାନୀର ମାତ୍ରା କମିବ ବୋଲି ଭାରତ ଯୁକ୍ତି ବାଢିଛି। 

Add Zee News as a Preferred Source

ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(BIS)ନିର୍ଦ୍ଦେଶକ ପ୍ରମୋଦ କୁମାର ତିଓ୍ୱାରୀ କହିଛନ୍ତି କି, ବାଣିଜ୍ୟିକ ବିଭାଗ ୩୭୧ଟି ଚାଇନିଜ ଉତ୍ପାଦକୁ ଚିହ୍ନଟ କରିଛି। ଏହି ଉତ୍ପାଦ ଗୁଡ଼ିକ ଚାଇନାରୁ ଆମଦାନୀ ହୋଇଥାଏ। ଏହି ସବୁ ଉତ୍ପାଦ ପାଇଁ ଆମେ ଏକ ମାନକ ସୀମା ଧାର୍ଯ୍ୟ କରିବାକୁ ଯାଉଛି। ଏହି ମାନକ ସମସ୍ତ ଉତ୍ପାଦ ପାଇଁ ଲାଗୁ ହେବ। ଘରୋଇ ଦୈନନ୍ଦିନ ଜୀବନରେ ବ୍ୟବହାର ବସ୍ତୁ ଠାରୁ ଆରମ୍ଭ କରି ବନ୍ଦର, ଡିଜିଟାଲ ସାମଗ୍ରୀ, ପେପର, ରବର, ହେଭି ମେସିନାରୀ ଆଦି ସମସ୍ତ ସାମଗ୍ରୀ ଉପରେ ଏହା ଲାଗୁ ହେବ। ତେବେ ଏହି ନିୟମ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଧାର୍ଯ୍ୟ କରାଯିବ ବୋଲି ତିଓ୍ୱାରୀ କହିଛନ୍ତି। 

About the Author