• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ରେକର୍ଡ ରଚିବ ଭାରତ, ଚେନାବ ନଦୀରେ ନିର୍ମିତ ହେବ ବିଶ୍ୱର ସବୁଠାରୁ ଉଚ୍ଚା ରେଳ ପୋଲ

ଚେନ୍ନାବ ନଦୀରେ ନିର୍ମିତ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଉଚ୍ଚା ରେଳ ପୋଲ।

ରେକର୍ଡ ରଚିବ ଭାରତ, ଚେନାବ ନଦୀରେ ନିର୍ମିତ ହେବ ବିଶ୍ୱର ସବୁଠାରୁ ଉଚ୍ଚା ରେଳ ପୋଲ

ନୂଆଦିଲ୍ଲୀ: ରେଳସେବା ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନକୁ ଯୋଡିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ଜାରି ରହିଛି ପ୍ରୟାସ। ଏହି କ୍ରମରେ ଦେଶର ଭୂସ୍ୱର୍ଗକୁ ରେଳସେବା ମାଧ୍ୟମରେ ଯୋଡିବା ଲାଗି ଜମ୍ମୁ କାଶ୍ମୀରର ଚେନାବ ନଦୀରେ ଉଚ୍ଚତା ଦୃଷ୍ଟିରୁ ବିସ୍ୱର ସବୁଠାରୁ ଉଚ୍ଚା ପୋଲ ନିର୍ମାଣ କରିବାକୁ ଯୋଜନା କରିଛି ରେଳବାଇ। ଆସନ୍ତା ବର୍ଷ ସୁଦ୍ଧା ଏହାର ପ୍ରସ୍ତୁତି ଶେଷ ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।

ଏହି ସେତୁ ମାଧ୍ୟମରେ କାଶ୍ମୀର ଉପତ୍ୟାକାକୁ ଦେଶର ବିଭିନ୍ନ ଭାଗ ସହ ରେଳ ସେବା ମାଧ୍ୟମରେ ଯୋଡା ଯାଇପାରିବ। ଏହି ସେତୁର ମୋଟ ଉଚ୍ଚତା ୪୬୭ ମିଟର ଏବଂ ଏହା ନଦୀ ପତ୍ତନରୁ ୩୫୯ ମିଟର ହେବ। ଦିଲ୍ଲସ୍ଥିତ କୁତୁବ ମୀନାରର ଉଚ୍ଚତା ୭୨ ମିଟର ରହିଥିବା ବେଳେ, ଫ୍ରାନ୍ସସ୍ଥିତ ଏଫିଲ ଟାୱାରର ଉଚ୍ଚତା ୩୨୪ ମିଟର । ଏହା ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ପୋଲ ନିର୍ମାଣ କରିବାକୁ ଯାଉଛି ଭାରତ। 

ଏନେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଏହା ବିଶ୍ୱର ସର୍ବୋଚ୍ଚ ରେଳ ସେତୁ  ଭାବେ ପରିଗଣିତ ହେବ। କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ଏକ ବର୍ଷ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ଯ଼ୋଜନା ରଖାଯାଇଛି। ଆସନ୍ତା ୨୦୨୨ ଡିସେମ୍ବର ସୁଦ୍ଧା କାଶ୍ମୀରକୁ ଟ୍ରେନ୍ ସେବା ସହ ଯୋଡିବା ଲାଗି ଲକ୍ଷ୍ୟ ରଖାଯାଇଛି।