Advertisement
Article Detail0/zeeodisha/odisha697298
Zee OdishaOdisha National-Internationalଚୀନକୁ ପାନେ ଚଖାଇବ ଭାରତ ! ରହିଛି ଏହିସବୁ ବିକଳ୍ପ

ଚୀନକୁ ପାନେ ଚଖାଇବ ଭାରତ ! ରହିଛି ଏହିସବୁ ବିକଳ୍ପ

ଆସନ୍ତୁ ଜାଣିବା, କେମିତି ଚୀନକୁ ଭାରତ ସବକ ଶିଖାଇପାରିବ । ଚୀନକୁ ଭାରତ ପାନେ ଚଖେଇବା ପାଇଁ ବହୁତ ବିକଳ୍ପ ରହିଛି । ଆମ ସରକାର ଆଗକୁ କ'ଣ ନିଷ୍ପତ୍ତି ନେଉଛନ୍ତି, ସେ ଉପରେ ସମସ୍ତଙ୍କ ନଜର ରହିଛି ।

ଚୀନକୁ ପାନେ ଚଖାଇବ ଭାରତ ! ରହିଛି ଏହିସବୁ ବିକଳ୍ପ

ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ସୈନିକଙ୍କ ଉପରେ ଚୀନର ହମଲା ନେଇ କ୍ରୋଧିତ ଅଛନ୍ତି ଦେଶବାସୀ । ଚୀନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ସମସ୍ତେ ରହିଛନ୍ତି । ଭାରତ-ନେପାଲ ଓ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଚୀନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି । କେବଳ ଏତିକି ନୁହେଁ, ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଚୀନ ରାଷ୍ଟ୍ରପତିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଚାଇନା ଜିନଷକୁ ବଇକଟ କରିବାକୁ ମଧ୍ୟ ଦାବି ହେଲାଣି । 

ତେବେ ଆସନ୍ତୁ ଜାଣିବା, କେମିତି ଚୀନକୁ ଭାରତ ସବକ ଶିଖାଇପାରିବ । ଚୀନକୁ ଭାରତ ପାନେ ଚଖେଇବା ପାଇଁ ବହୁତ ବିକଳ୍ପ ରହିଛି । ଆମ ସରକାର ଆଗକୁ କ'ଣ ନିଷ୍ପତ୍ତି ନେଉଛନ୍ତି, ସେ ଉପରେ ସମସ୍ତଙ୍କ ନଜର ରହିଛି । ଦେଶ ୨୦ ବୀର ଯବାନଙ୍କୁ ହରାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୀନକୁ ମଧ୍ୟ କଡ଼ା ଜବାବ ଦେଇଥିଲେ ଭାରତୀୟ ଯାବାନ । ଜୀବନ ବରଂ ଦେଇଦେଲେ, ହେଲେ ଦେଶର ମୁଣ୍ଡ ନୁଆଁଇବାକୁ ଦେଇନଥିଲେ । 

ଚୀନ ବିରୋଧରେ କୁଟନୈତିକ ଏବେ ସୈନ୍ୟ ବିକଳ୍ପ କ'ଣ ସବୁ ରହିଛି ?

Add Zee News as a Preferred Source

ବିକଳ୍ପ ୧- ଚୀନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରଣନୀତି । 
ବିକଳ୍ପ ୨-  LoC ରେ ଚୀନକୁ ତା ଭାଷାରେ ହିଁ ଜବାବ ଦେବା । ଅର୍ଥାତ, ଯେସାକୁ ତେସା ନୀତି ଆପଣାଇବା । 
ବିକଳ୍ପ ୩- ଚୀନ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ମେଳି କରିବା । ଯେଉଁ ଦେଶଗୁଡ଼ିକ ଚୀନକୁ ବିରୋଧ କରନ୍ତି, ଭାରତ ସେହି ଦେଶଗୁଡ଼ିକୁ ସାଥିରେ ଆଣିବ । 
ବିକଳ୍ପ ୪- ସମୁଦ୍ରରେ ଚୀନକୁ ଘେରାବନ୍ଦୀ କରିବ ଭାରତୀୟ ନୌସେନା । 
ବିକଳ୍ପ ୫- ଚୀନ ବିରୋଧରେ ଜବାବି କାର୍ଯ୍ୟନୁଷ୍ଠାନ ନେବ ଭାରତ । 

About the Author