କୋରୋନା ବିରୋଧ ଲଢ଼େଇରେ ଭାରତକୁ ବଡ଼ ସଫଳତା
Advertisement
Article Detail0/zeeodisha/odisha687765

କୋରୋନା ବିରୋଧ ଲଢ଼େଇରେ ଭାରତକୁ ବଡ଼ ସଫଳତା

ଦେଶରେ ୩୦ଟି ଗ୍ରୁପ ଅଛନ୍ତି । ଯେଉଁମାନେ କୋରୋନା ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ଲଢ଼େଇରେ ଭାରତ ବହୁତ ବଡ଼ ସଫଳତା ହାସଲ କରିଛି।  ଦେଶରେ ତିନି ପ୍ରକାରର ଟେଷ୍ଟ ବିକଶିତ କରାଯାଇଛି । ଅନ୍ୟପକ୍ଷେ ଚତୁର୍ଥଟି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଗୋଟିଏ ଟେଷ୍ଟ ଆଇଆଇଟି ଦିଲ୍ଲୀ ବିକଶିତ କରିଛି । ଅନ୍ୟଟି ଚିତ୍ରା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସରକାର ଏହା ସୂଚନା ଦେଇଛନ୍ତି ।

ଦେଶରେ ୩୦ଟି ଗ୍ରୁପ ଅଛନ୍ତି । ଯେଉଁମାନେ କୋରୋନା ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ୍ କହିଛନ୍ତି ଯେ, ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ପ୍ରକ୍ରିୟା । ଦୁନିଆର ଅନେକ ଲୋକ ଏହି ଟିୀକା ବିଷୟରେ କହୁଛନ୍ତି । କିନ୍ତୁ କାହାର ଟୀକା ପ୍ରଭାବଶାଳୀ ହେବ । ତାହା ଜଣା ପଡିନାହିଁ । ଯଦି ଟୀକା ନଷ୍ଟ ହୋଇଯାଏ ତେବେ କ୍ଷତି ମଧ୍ୟ ସହିବାକୁ ପଡ଼େ ।

ସେ କହିଛନ୍ତି ଯେ, ଆମେ ସାଧାରଣ ଲୋକଙ୍କୁ ଟୀକା ଦେଉଛୁ, ରୋଗୀ କିମ୍ୱା କୌଣସି ଶେଷ ପର୍ଯ୍ୟାୟରେ ଥିବା ରୋଗୀଙ୍କୁ ନୁହେଁ । କାରଣ ଟୀକାକରଣର ଗୁଣ ଏବଂ ନିରାପତ୍ତାକୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିବା ଆବଶ୍ୟକ । ଏହି ଟୀକା ୧୦-୧୫ ବର୍ଷରେ ତିଆରି ହୋଇଥାଏ । ଏହାର ମୂଲ୍ୟ ପ୍ରାୟ ୨୦୦ ମିଲିୟନ ଡଲାର ହୋଇଥାଏ । ଆମର ପ୍ରୟାସ ହେଉଛି ଗୋଟିଏ ବର୍ଷରେ ଏହାକୁ କରିବା । ତେଣୁ ଗୋଟିଏ ଟୀକା ଉପରେ କାମ କରିବା ପରିବର୍ତ୍ତେ, ଆମେ ଏକା ସମୟରେ ୧୦୦ରୁ ଅଧିକ ଟୀକା ଉପରେ କାମ କରୁଛୁ ।

;