Israel-Hamas Conflict: Palestine ପାଇଁ ମହଙ୍ଗା ପଡ଼ିଲା ଅସନ୍ତୋଷ,ଏମିତି ଜବାବ ଦେଲା India
Advertisement

Israel-Hamas Conflict: Palestine ପାଇଁ ମହଙ୍ଗା ପଡ଼ିଲା ଅସନ୍ତୋଷ,ଏମିତି ଜବାବ ଦେଲା India

ମତଦାନରୁ ଦୂରେଇଯିବାକୁ ନେଇ ପାଲେଷ୍ଟାଇନକୁ ଜବାବ ଦେଇଛି ଭାରତ।

Israel-Hamas Conflict: Palestine ପାଇଁ ମହଙ୍ଗା ପଡ଼ିଲା ଅସନ୍ତୋଷ,ଏମିତି ଜବାବ ଦେଲା India

ଜେରୁସେଲମ: ଚଳିତ ବର୍ଷ ମେ ମାସରେ ଇସ୍ରାଏଲ ସେନା ଏବଂ ହମାସ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଘଟିଥିବା ସଂଘର୍ଷ ମାମଲାରେ ଭାରତର ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛି ପାଲେଷ୍ଟାଇନ। ହେଲେ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ବିଶ୍ୱ ସମୁଦାୟରେ ସ୍ପଷ୍ଟ ଭାବେ ରଖିସାରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।     

ଚଳିତ ବର୍ଷ ମେ ୧୦ ତାରିଖରୁ ୨୧ ପର୍ଯ୍ୟନ୍ତ ପ୍ରାୟ ୧୧ ଦିନ ଧରି ଇସ୍ରାଏଲ ସେନା-ଆଇଡିଏଫ (Israel Defense Forces-IDF) ଏବଂ ହମାସ ଆତଙ୍କବାଦୀ ସଙ୍ଗଠନ (Hamas Terrorist Organization) ମଧ୍ୟରେ ଚାଲିଥିଲା ଘମାଘୋଟ ଲଢେଇ। ପ୍ରାୟ ୧୧ ଦିନର ସଂଘର୍ଷ ପରେ ଗତ ମେ ୨୧ ତାରିଖରେ ହୋଇଥିଲା ଯୁଦ୍ଧ ବିରାମ ଘୋଷଣା (Ceasefire Declaration)। 

Also Read: IDF-Hamas War: ସମର୍ଥନରେ ବାହାରିଲା USA, ବିରୋଧିରେ ଆସିଲା Turkey

ହମାସ ବିରୁଦ୍ଧରେ ଆଇଡିଏଫ ପକ୍ଷରୁ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ଏକପ୍ରକାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପାଲେଷ୍ଟାଇନ (Palestine)। ଧନଜୀବନ ଠାରୁ ଆରମ୍ଭ କରି ଘରଦ୍ୱାର, ବଜାର, ରାସ୍ତାଘାଟ ସବୁ କିଛି ମାଟିରେ ମିଶିଯାଇଛି। ଏ ଘଟଣାରେ ଇସ୍ରାଏଲ ବିରୁଦ୍ଧରେ ତଦନ୍ତ କରିବା ପାଇଁ  ମିଳିତ ଜାତିସଂଘ-ୟୁଏନଓ (United Nations Organisation-UNO) ଠାରେ ପ୍ରସ୍ତାବ ଆଗତ କରିଥି୍ଲା ପାଲେଷ୍ଟାଇନ। 

ଏହି ପ୍ରସ୍ତାବକୁ ନେଇ ହୋଇଥିବା ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିନଥିଲା ଭାରତ (India)। ଯାହାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛି ପାଲେଷ୍ଟାଇନ। ଭାରତକୁ ମିଶାଇ ବାହାମାସ, ବ୍ରାଜିଲ, ଡେନମାର୍କ, ଫିଜି, ଫ୍ରାନ୍ସ, ଜାପାନ, ନେପାଳ, ନେଦରଲ୍ୟାଣ୍ଡ, ଇଟାଲୀ, ଦକ୍ଷିଣ କୋରିଆ, ଟୋଗୋ, ବ୍ରିଟେନ, ୟୁକ୍ରେନ ଭଳି ରାଷ୍ଟ୍ର ଏହି ମତଦାନ ପ୍ରକ୍ରିୟାରୁ ଦୂରେଇ ଯାଇଥିଲେ। ଆଇଡିଏଫ ଦ୍ୱାରା ଗାଜା ସହରରେ (Gaza City) ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଜାତିସଂଘ (UNO) ଅଧିନସ୍ଥ ମାନବାଧିକାର ପରିଷଦ (Human Rights Council) ପକ୍ଷରୁ ଭୋଟ ଗ୍ରହଣର ଆୟୋଜନ କରାଯାଇଥିଲା।

Also Read: 'ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହୁ ହମାସ, ଇଦ ପୂର୍ବରୁ ସମସ୍ତଙ୍କୁ ଶାନ୍ତ କରିଦିଆଯିବ'

ଏହି ସଙ୍ଗଠନର ସଦସ୍ୟ ରହିଥିବା ୪୭ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ୨୪ ଦେଶ ଇସ୍ରାଏଲ ବିରୁଦ୍ଧରେ ମତଦାନ କରିଥିଲେ। ସେହିପରି ଅନ୍ୟ ୯ ସଦସ୍ୟ ଇସ୍ରାଏଲ ବିରୁଦ୍ଧରେ ଆସିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ। ଭାରତକୁ ଅନ୍ୟ ମିଶାଇ ଅନ୍ୟ ୧୪ ରାଷ୍ଟ୍ର ଏହି ମତଦାନରେ ଅଂଶଗ୍ରହଣ କରିନଥିଲେ। ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ଗାଜା ସହରରେ ହୋଇଥିବା କ୍ଷୟକ୍ଷତି ପାଇଁ ଇସ୍ରାଏଲକୁ ଉତ୍ତରଦାୟୀ କରିବା ପାଇଁ ପାଲେଷ୍ଟାଇନ ପକ୍ଷରୁ ଗତ ମାସ ୨୭ ତାରିଖ ଜାତିସଂଘରେ ଏପରି ପ୍ରସ୍ତାବ ଆଗତ ହୋଇଥିଲା।

ଜାତିସଂଘରେ ହୋଇଥିବା ମତଦାନରୁ ଦୂରେଇ ଯାଇ ଭାରତ ଇସ୍ରାଏଲକୁ ନୀରବ ସମର୍ଥନ କରୁଥିବାନେଇ ଚର୍ଚ୍ଚା ହେଉଛି। ଏନେଇ ଅସନ୍ତୋଷ ଜଣାଇ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରୀ (Palestinian Foreign Minister) ରିଆଦ ଅଲ ମଲିକୀ (Riyad al-Maliki) ଏହି ପ୍ରସ୍ତାବ ଆଗତ ହେବାର ୩ ଦିନ ପରେ ଭାରତୀୟ ପ୍ରତିପକ୍ଷ (Indian Counterpart) ଏସ.ଜୟଶଙ୍କରଙ୍କ (S. Jaishankar) ନିକଟକୁ ଚିଠି ଲେଖିଛନ୍ତି। 

Also Read: Jerusalem Violence: ସ୍ଥିତି ଉପରେ ସତର୍କ ନଜର ରଖିଛି UN Security Council

ଲେଖଥିବା ଚିଠିରେ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରୀ ଜାତିସଂଘ ମାନବାଧିକାର ପରିଷଦ ପକ୍ଷରୁ କରାଯାଇଥିବା ମତଦାନ ପ୍ରକ୍ରିୟାରୁ ଭାରତ ଦୂରେଇ ରହିବା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି। ଇସ୍ରାଏଲ ବିରୁଦ୍ଧରେ ଆସିଥିବା ପ୍ରସ୍ତାବ ଉପରେ ହୋଇଥିବା ମତଦାନରୁ ଦୂରେଇଯାଇ ଭାରତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରହିଥିବା ନିଜର ଉତ୍ତରଦାୟିତ୍ୱ, ଶାନ୍ତି ସ୍ଥାପନ, ନ୍ୟାୟ ସ୍ଥାପନ କରିବା ରାସ୍ତାରୁ ହଟିଯାଇଛି।  

Also Read: Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ

ଚିଠି ଲେଖାଯିବା ପରେ ପାଲେଷ୍ଟାଇନ ଉଦ୍ଦେଶ୍ୟରେ ଜବାବ ରଖିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ-ଏମଇଏ (Ministry of External Affairs-MEA)। ଏନେଇ ଏମଇଏ  ବୈଦେଶିକ ନୀତିକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପୂର୍ବରୁ ଭାରତ ଜାତିସଂଘରେ କୌଣସି ଗୋଟିଏ ରାଷ୍ଟ୍ର ବିରୁଦ୍ଧରେ ଆଗତ ହୋଇଥିବା ପ୍ରସ୍ତାବରୁ ଦୂରେଇ ଯାଇଛି। ମାନବାଧିକାର ଘଟଣାରେ ଭାରତ ଜାତିସଂଘ ଅଧିନସ୍ଥ ମାନବାଧିକାର ପରିଷଦରେ ଆଗତ ହେଉଥିବା ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିନାହିଁ। ପୂର୍ବରୁ ୨୦୦୯ ଶ୍ରୀଲଙ୍କା ଗୃହ ଯୁଦ୍ଧ ମାମଲାରେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ଭାରତ ପାଲେଷ୍ଟାଇନ ଉଦ୍ଦେଶ୍ୟରେ କହିଛି।