Advertisement
Article Detail0/zeeodisha/odisha697314
Zee OdishaOdisha National-Internationalଦେଶର ପ୍ରତ୍ୟେକ ଇଞ୍ଚ ଜମିର ସୁରକ୍ଷା ପାଇଁ ଭାରତ ପ୍ରତିଶୃତିବଦ୍ଧ: ପିଏମ ମୋଦି

ଦେଶର ପ୍ରତ୍ୟେକ ଇଞ୍ଚ ଜମିର ସୁରକ୍ଷା ପାଇଁ ଭାରତ ପ୍ରତିଶୃତିବଦ୍ଧ: ପିଏମ ମୋଦି

ଲଦାଖ ସାମରିକ ସଂଘର୍ଷ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |  

ଦେଶର ପ୍ରତ୍ୟେକ ଇଞ୍ଚ ଜମିର ସୁରକ୍ଷା ପାଇଁ ଭାରତ ପ୍ରତିଶୃତିବଦ୍ଧ: ପିଏମ ମୋଦି

ନୂଆଦିଲ୍ଲୀ: ଲଦାଖ ସାମରିକ ବିବାଦ ଘଟଣାରେ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ | ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଏହି ସଂଘର୍ଷରେ ପ୍ରାଣ ହରାଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ | ଦେଶର ପ୍ରତ୍ୟେକ ଇଞ୍ଚ ଜମିର ସୁରକ୍ଷା ପାଇଁ ଭାରତ ପ୍ରତିଶୃତିବଦ୍ଧ | ଯଦି ଶତ୍ରୁ ଦେଶର ଆମର ସୈନ୍ୟବାହିନୀକୁ ଉତ୍ତେଜିତ କରେ, ଏହାର ମୁହଁତୋଡ ଜବାବ ଦେବାକୁ ଭାରତୀୟ ସେନା ସକ୍ଷମ | " 

ଦେଶରେ କୋରୋନା ମୁକାବିଲା କରିବାକୁ ନେଇ ବିଗତ ଦୁଇ ଦିନ ସବୁ ରାଜ୍ୟର ମୁଖ୍ୟନ୍ତ୍ରୀଙ୍କୁ ନେଇ ଚାଲିଥିବା ଭର୍ଚ୍ୟୁଆଲ ମିଟିଂର ଦ୍ୱିତୀୟ ଦିନରେ ଉପରୋକ୍ତ ମତାମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି | ନିଜର ପ୍ରତ୍ୟେକ ଇଞ୍ଚ ଜମିକୁ ସୁରକ୍ଷା ଦେବାକୁ ଭାରତ ସମର୍ଥ | ଜୁନ ୧୫-୧୬ ମଧ୍ୟରାତ୍ରୀରେ ଲଦାଖରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି ସେ |  

ଏହି ଭର୍ଚ୍ୟୁଆଲ ମିଟିଂ ବେଳେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଲଦାଖ ସଂଘର୍ଷରେ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ | ଯେତେବେଳେ  ଏପରି ପରିସ୍ଥିତି ଆମ ସାମ୍ନାକୁ ଆସେ ସେତେବେଳେ ଆମେ ନିଜର ରାଷ୍ଟ୍ରୀୟ ଅଖଣ୍ଡତା ଏବଂ ସାମର୍ଥ୍ୟ ପ୍ରଦର୍ଶିତ କରିବା ଦରକାର |      

Add Zee News as a Preferred Source

"ଲଦାଖ ସାମରିକ ସଂଘର୍ଷରେ ବଳିଦାନ ଦେଇଥିବା ଶହୀଦ ଯବାନଙ୍କ ପରିବାରଙ୍କ ସାଥିରେ ରହିଛି ସମଗ୍ର ଦେଶ | ଭାରତ ଏହାର ପ୍ରତ୍ୟେକ ଅଞ୍ଚଳକୁ ସୁରକ୍ଷା ଦେବାରେ ସକ୍ଷମ | ଭାରତ ଏକ ଶାନ୍ତିପ୍ରେମୀ ଦେଶ, ଯିଏ ପଡୋଶୀ ଦେଶଙ୍କ ସହ ସର୍ବଦା ସହଯୋଗୀ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିଛି " ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

ଦେଶବାସୀଙ୍କୁ ଆଶ୍ୱସନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ଶାନ୍ତି ଚାହେଁ | ଯଦି କେହି ଆମକୁ ଉତ୍ତେଜିତ କରେ, ଏହାର ଜବାବ ଦେବାକୁ ଆମେ ପ୍ରସ୍ତୁତ | "