Coronavirus in India: ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ସରକାର ପ୍ରାୟ ୩୦ କୋଟି ଲୋକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛନ୍ତି, ଯେଉଁମାନଙ୍କୁ ଟୀକା (Coronavirus Vaccine) ପ୍ରସ୍ତୁତ ହେବା ପରେ ପ୍ରଥମେ ଦିଆଯିବ ।
Trending Photos
)
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ମହାମାରୀ ସଙ୍କଟ ମଧ୍ୟରେ ସମସ୍ତେ କୋଭିଡ-19 ଭ୍ୟାକ୍ସିନ ବା ଟୀକା (COVID-19 Vaccine) ର ଆଶା କରି ବସିଛନ୍ତି । ଆସନ୍ତା ବର୍ଷ ଆରମ୍ଭରେ ଏହି ଟୀକା (Coronavirus Vaccine) ଆସିବ ବୋଲି ଆଶା କରାଯାଉଛି । ଏହି ସମୟରେ କେନ୍ଦ୍ର ସରକାର କୋରୋନା ଭୂତାଣୁ (Coronavirus) ବିରୋଧରେ ଟୀକାକରଣ ଯୋଜନାରେ ବ୍ୟସ୍ତ ଅଛନ୍ତି । କେନ୍ଦ୍ର ସରକାର (Central Government) ଙ୍କ କହିବାନୁସାରେ, ଯେଉଁମାନଙ୍କୁ ପ୍ରଥମେ କୋରୋନାର ଟୀକା ଲଗାଯିବ, ସରକାର ବର୍ତ୍ତମାନ ସେହି ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ସରକାର ପ୍ରାୟ ୩୦ କୋଟି ଲୋକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛନ୍ତି, ଯେଉଁମାନଙ୍କୁ ଟୀକା ପ୍ରସ୍ତୁତ ହେବା ପରେ ପ୍ରଥମେ ଦିଆଯିବ । ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟ ସେବା ପ୍ରଫେସନାଲ, ପୋଲିସ, ସାନିଟାଇଜର କର୍ମଚାରୀ ଭଳି ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ହିଁ ପ୍ରଥମେ କରୋନା ଟୀକା ଲଗାଯିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରାୟ ୩୦ କୋଟି ଲୋକଙ୍କ ପାଇଁ ୬୦ କୋଟି ଟୀକା ଆବଶ୍ୟକ ହେବ ।
ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ପୁଣି ଉଗ୍ର ରୂପ ନେଉଛି କୋରୋନା, ଚିନ୍ତାରେ ଇମ୍ରାନ ସରକାର
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଥରେ ଟୀକାର ମଞ୍ଜୁରୀ ମିଳିବା ପରେ ଟୀକାକରଣ ଆରମ୍ଭ ହେବ । ପ୍ରାଥମିକ ତାଲିକାରେ ଚାରୋଟି ଶ୍ରେଣୀ ଅଛି - ଯେଉଁଥିରେ ପ୍ରାୟ ୫୦ ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଦୁଇ କୋଟିରୁ ଅଧିକ ଫ୍ରଣ୍ଟଲାଇନ କର୍ମଚାରୀ, ୫୦ ବର୍ଷରୁ ଅଧିକ ୨୬ କୋଟି ଲୋକ ଏବଂ ଏପରି ଲୋକ ଯିଏ ୫୦ ବର୍ଷରୁ କମ୍ ବୟସର କିନ୍ତୁ ଅନ୍ୟାନ୍ୟ ରୋଗରେ ପୀଡିତ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ଏହି ମାମଲାରେ ଭାରତର ସାଥ୍ ଦେଲେ ପାକିସ୍ତାନ-ନେପାଳ, ମାନିଲା ନାହିଁ ଆମେରିକା
କୋରୋନା ଭୂତାଣୁ ଟୀକାକରଣ ଯୋଜନା ବର୍ତ୍ତମାନ ଡ୍ରାଫ୍ଟ ପର୍ଯ୍ୟାୟରେ ଅଛି । ପ୍ରଥମ ପର୍ଯ୍ୟାୟରେ ଭାରତର ପ୍ରାୟ ୨୩ ପ୍ରତିଶତ ଜନସଂଖ୍ୟାକୁ କଭର କରିବାକୁ ଲକ୍ଷ୍ୟ ରଖାଯାଇଛି । ଟୀକା ବିଷୟରେ ଗଠିତ ବିଶେଷଜ୍ଞ ଗୋଷ୍ଠୀ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟଗୁଡ଼ିକରୁ ମଧ୍ୟ ଇନପୁଟ୍ ନିଆଯାଇଥିଲା । NITI ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ଯେଉଁ ଯୋଜନା ପ୍ରସ୍ତୁତ କରିଛି, ତାହା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଦେଶର ଜନସଂଖ୍ୟାର ୨୩ ପ୍ରତିଶତକୁ କଭର କରାଯିବ ।
ଅଧିକ ପଢ଼ନ୍ତୁ:-ଏନଡିଏର ବଢ଼ିଲା ଚିନ୍ତା, ନୀତିଶ କୁମାରଙ୍କ ଦୁଇ ରାଜନୈତିକ 'ଶତ୍ରୁ' ହେବେ ମିତ୍ର !
ରିପୋର୍ଟରେ କୁହାଯାଇଛି ଯେ, ଏଥିପାଇଁ ଅନ୍ତିମ ଯୋଜନା ଅକ୍ଟୋବର-ନଭେମ୍ବର ସୁଦ୍ଧା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । କୋରୋନା ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୩୦ କୋଟି ଲୋକଙ୍କୁ ଆନୁମାନିକ ୬୦ କୋଟି ଡୋଜ ଦିଆଯିବ ।