'ରାଫେଲ' ପାଇଁ ଆହୁରି ଅପେକ୍ଷା, ମଇ ଆଶା ଧୂଳିସାତ୍ !
Advertisement

'ରାଫେଲ' ପାଇଁ ଆହୁରି ଅପେକ୍ଷା, ମଇ ଆଶା ଧୂଳିସାତ୍ !

କୋରୋନାର ମୁକାବିଲା କରିବାକୁ ଯାଇ ବିଭିନ୍ନ ଦେଶ ଏବେ ଲକଡାଉନ୍ ଘୋଷଣା କରିଛନ୍ତି । ଆଉ ଏମାନଙ୍କ ଭିତରେ ଫ୍ରାନ୍ସ ବି ରହିଛି । ଫଳରେ ଫ୍ରାନ୍ସର ମେରିନାକରେ ଥିବା 'ରାଫେଲ' କାରଖାନା ଗୋଟିଏ ପ୍ରକାର୍ ଠପ୍ ହୋଇ ପଡ଼ିରହିଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମଇରେ ଭାରତ ଆସିବନି 'ରାଫେଲ' । ଏହି ବିମାନ ପାଇବା ପାଇଁ ଭାରତକୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ । ଭାରତୀୟ ବାୟୁସେନାକୁ ଫ୍ରାନ୍ସରୁ ମିଳିବାକୁ ଥିବା ୪ ନୂଆ ରାଫେଲ ବିମାନ ପାଇଁ ଏବେ ଆଉ କିଛି ମାସ ଅପେକ୍ଷା କରିବା ଏକପ୍ରକାର ସ୍ପଷ୍ଟ ହେଉଛି । କାହିଁକିନା କୋରୋନାର ମୁକାବିଲା କରିବାକୁ ଯାଇ ବିଭିନ୍ନ ଦେଶ ଏବେ ଲକଡାଉନ୍ ଘୋଷଣା କରିଛନ୍ତି । ଆଉ ଏମାନଙ୍କ ଭିତରେ ଫ୍ରାନ୍ସ ବି ରହିଛି । ଫଳରେ ଫ୍ରାନ୍ସର ମେରିନାକରେ ଥିବା 'ରାଫେଲ' କାରଖାନା ଗୋଟିଏ ପ୍ରକାର୍ ଠପ୍ ହୋଇ ପଡ଼ିରହିଛି । 

ଫ୍ରାନ୍ସରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୮୦ ହଜାର ହୋଇଗଲାଣି । ସେହିପରି ୨୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏଭଳି ସମୟରେ ଫ୍ରାନ୍ସ ଲକଡାଉନରେ ରହିଛି । ଅନ୍ୟପଟେ ପୂର୍ବ ଚୁକ୍ତି ଅନୁଯାୟୀ ଭାରତକୁ ଚଳିତ ମାସ ମଧ୍ୟରେ ୪ଟି ବିମାନ ଆସିବା କଥା । ୨୦୧୯ ଅକ୍ଟୋବରରେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ମଧ୍ୟ ହୋଇଥିଲା । ଏହା ଅନୁଯାୟୀ, ମଇ ୨୦୨୦ ସୁଦ୍ଧା ୪ଟି ବିମାନ ହରିୟାଣାର ଅମ୍ବଲା ଏୟାରବେସରେ ପହଞ୍ଚିଥାନ୍ତା । ହେଲେ ଲକଡାଉନ୍ ଯୋଗୁ କାରଖାନା ବନ୍ଦ ରହିଛି । ତେଣୁ ମଇରେ ରାଫେଲ ଯୁଦ୍ଧ ବିମାନ ଆସିବା ଅସମ୍ଭବ ହୋଇପଡ଼ିଛି । ୩୬ଟି ରାଫେଲ ବିମାନକୁ ୫୮ ହଜାର କୋଟି ଟଙ୍କାରେ ବ୍ୟୟରେ ଫ୍ରାନ୍ସରୁ କିଣିଛି ଭାରତ ।  ତେବେ ଏହା ପର୍ଯ୍ୟାୟ କ୍ରମେ ଭାରତକୁ ମିଳିବାର ଅଛି । 

ଏବେ ଫ୍ରାନ୍ସରେ ଲକଡାଉନ୍ ଖୋଲିବା ନେଇ କୌଣସି ସଙ୍କେତ ମିଳିନି । ଏଭଳି ସ୍ଥିତିରେ ଭାରତକୁ କେବେ ପ୍ରଥମ ୪ ରାଫେଲ ବିମାନ ଆସିବ, ସେନେଇ ଅନିଶ୍ଚିତତା ଦେଖାଦେଇଛି । ଯାହା ଜଣାପଡ଼ିଛି, ଆସନ୍ତା ଦୁଇମାସ ଭିତରେ ରାଫେଲ ବିମାନ ଆସିବାର କୌଣସି ସମ୍ଭାବନା ହିଁ ନାହିଁ ।