ଭାରତରେ ଲକ୍ ଡାଉନ୍ ଯୋଗୁଁ ୭.୬ ଲକ୍ଷ କୋଟି ଟଙ୍କାର ହେବ କ୍ଷତି !
Advertisement

ଭାରତରେ ଲକ୍ ଡାଉନ୍ ଯୋଗୁଁ ୭.୬ ଲକ୍ଷ କୋଟି ଟଙ୍କାର ହେବ କ୍ଷତି !

ଏକ୍ୟୁଟ ରେଟିଂ ନିଜ ଏକ ରିପୋର୍ଟରେ କହିଛି ଯେ, ଏଥିରୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପ୍ରତିଦିନ ୪.୫ ବିଲିୟନ ଡଲାର ଅର୍ଥାତ ୩୪ ହଜାର କୋଟି ଟଙ୍କାର କ୍ଷତି ହୋଇପାରେ ।

ଭାରତରେ ଲକ୍ ଡାଉନ୍ ଯୋଗୁଁ ୭.୬ ଲକ୍ଷ କୋଟି ଟଙ୍କାର ହେବ କ୍ଷତି !

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଭାରତରେ ଲକ୍ ଡାଉନ୍ ଜାରି ରହିଛି । ଏହିର ଗମ୍ଭୀର ପ୍ରଭାବ ଭାରତର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡିବ । ଏକ କ୍ରେଡିଟ ରେଟିଂ ଏଜେନ୍ସି କହିଛି ଯେ, ୨୧ ଦିନର ଏହି ଲକ୍ ଡାଉନ୍ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୧୦୦ ବିଲିୟନ ଡଲାର ଅର୍ଥାତ ୭.୬ ଲକ୍ଷ କୋଟି ଟଙ୍କାର କ୍ଷତି ପହଞ୍ଚାଇପାରେ । 

ଏକ୍ୟୁଟ ରେଟିଂ ନିଜ ଏକ ରିପୋର୍ଟରେ କହିଛି ଯେ, ଏଥିରୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପ୍ରତିଦିନ ୪.୫ ବିଲିୟନ ଡଲାର ଅର୍ଥାତ ୩୪ ହଜାର କୋଟି ଟଙ୍କାର କ୍ଷତି ହୋଇପାରେ । ଅନ୍ୟପକ୍ଷେ ବିଶ୍ୱରେ କୋରୋନାର ତାଣ୍ଡବଲୀଳା ଜାରି ରହିଛି । ଏହି ଭାଇରସ ଯୋଗୁଁ ଦୁନିଆର ଏକ-ତୃତୀୟାଂଶ ଦେଶ ଲକ୍ ଡାଉନ୍ ସ୍ଥିତିରେ ରହିଛି । ଏହା ଯୋଗୁଁ ଦୁନିଆର ଅର୍ଥ ବ୍ୟବସ୍ଥାକୁ ବହୁ କ୍ଷତି ସହିବାକୁ ପଡ଼ିବ । 

ଦେଶରେ ମଧ୍ୟ କୋରୋନା ଭାଇରସ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଯାହା ବଡ଼ ଚିନ୍ତା ସୃଷ୍ଟି କରିଛି । ବର୍ତ୍ତମାନ ଯାଏ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୦ରୁ ଉର୍ଦ୍ଧ୍ୱ ପହଞ୍ଚିଛି । ଅନ୍ୟପକ୍ଷେ ୬୫ ଜଣଙ୍କ ମୃତ୍ୟୁ ଘଟିଛି ।