ଆମେରିକାରେ ସର୍ବାଧିକ ୨୦ ଲକ୍ଷ ସଂକ୍ରମିତ ମାମଲା ରହିଛି । ଏହା ପରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ପହଞ୍ଚିଛି । ସେହିପରି ଋଷ ତୃତୀୟ ସ୍ଥାନ ରହିଛି । ଏଠାରେ ୪ ଲକ୍ଷ ୯୩ ହଜାର କୋରୋନା ସଂକ୍ରମିତ ମାମଲା ରହିଛି ।
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୯୩ ହଜାର କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହାସହ ବର୍ତ୍ତମାନ ଯାଏ ୮ ହଜାରରୁ ଅଧିକ ଲୋକ ଏହି ମହାମାରୀ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ଏହି ସମୟରେ କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ବିଶ୍ୱର ୧୦ଟି ଦେଶ ତାଲିକାରେ ବ୍ରିଟେନକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଯାଏ ଦେଶରେ ୨ ଲକ୍ଷ ୯୩ ହଜାର ୭୫୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୫୫୮ ରହିଛି । ଭାରତ ବର୍ତ୍ତମାନ ଋଷ, ବ୍ରାଜିଲ୍ ଏବଂ ଆମେରିକା ପଛରେ ରହିଯାଇଛି ।
ଆମେରିକାରେ ସର୍ବାଧିକ ୨୦ ଲକ୍ଷ ସଂକ୍ରମିତ ମାମଲା ରହିଛି । ଏହା ପରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ପହଞ୍ଚିଛି । ସେହିପରି ଋଷ ତୃତୀୟ ସ୍ଥାନ ରହିଛି । ଏଠାରେ ୪ ଲକ୍ଷ ୯୩ ହଜାର କୋରୋନା ସଂକ୍ରମିତ ମାମଲା ରହିଛି ।
ଏହା ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର କହିଛନ୍ତି ଯେ, ଦେଶରେ କମ୍ୟୁନିଟି ଟ୍ରାନ୍ସମିଶନ ବା ଗୋଷ୍ଠୀ ସଂକ୍ରମଣ ନିଶ୍ଚିତ ଭାବରେ ଘଟୁନାହିଁ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, "ଏପରିକି ଭାରତ WHOର ଗୋଷ୍ଠୀ ସଂକ୍ରମଣ ବିସ୍ତାରର ସଂଜ୍ଞା ନାହିଁ । ଭାରତରେ କୌଣସି ସମ୍ପ୍ରଦାୟର ସଂକ୍ରମଣ ଘଟୁନାହିଁ ।" କମ୍ୟୁନିଟି ସ୍ପ୍ରେଡ ଶବ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୈନିକ ପ୍ରେସ ବାର୍ତ୍ତାରେ ଗୋଷ୍ଠୀ ସଂକ୍ରମଣ ହେବା କଥାକୁ ଅସ୍ୱୀକାର କରୁଛି ।