Advertisement
Article Detail0/zeeodisha/odisha870269

ତାଶକେଣ୍ଟରେ ମାଷ୍ଟରପ୍ଲାନ; ପାକିସ୍ତାନ, ଚୀନ ଓ ଭାରତ ଚଲାଇବେ ଆତଙ୍କବାଦ ନିରୋଧୀ ଅଭିଯାନ

ଆସନ୍ତା ସେପ୍ଟେମ୍ବରରେ ପୁଣି ଥିରେ RATSର ବୈଠକ ବସିବ। କିନ୍ତୁ ଏଥର ଉଜବେକିସ୍ତାନରେ ହେବ। ତେବେ ଗତବର୍ଷ ସେପ୍ଟେମ୍ବରରେ ବସିଥିବା ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦକୁ ଭାରତ ତୀବ୍ର ନିନ୍ଦା କରିଥିଲା।

ତାଶକେଣ୍ଟରେ ମାଷ୍ଟରପ୍ଲାନ; ପାକିସ୍ତାନ, ଚୀନ ଓ ଭାରତ ଚଲାଇବେ ଆତଙ୍କବାଦ ନିରୋଧୀ ଅଭିଯାନ
ତାଶକେଣ୍ଟରେ ମାଷ୍ଟରପ୍ଲାନ; ପାକିସ୍ତାନ, ଚୀନ ଓ ଭାରତ ଚଲାଇବେ ଆତଙ୍କବାଦ ନିରୋଧୀ ଅଭିଯାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୁଦ୍ଧରେ Shanghai Cooperation Organisation (SCO) ନେବ କଡା ପଦକ୍ଷେପ। ଏଥିପାଇଁ ଚଳିତବର୍ଷ ଆୟୋଜନ ହେବ ଆତଙ୍କବାଦ ନିରୋଧୀ ସମରାଭ୍ୟାସ। ସେଥିରେ ସମସ୍ତ ସଦସ୍ୟ ଦେଶଙ୍କ ସହ ଭାରତ, ପାକିସ୍ତାନ, ଚୀନ ମଧ୍ୟ ସାମିଲ ହେବେ। ଆଉ ସେହି ସମରାଭ୍ୟାସର ନାଁ "Pabbi-Antiterror-2021" ରଖାଯାଇଛି।

ଗତ ୧୮ ତାରିଖରେ Regional Anti-Terrorist Structure (RATS)ର ୩୬ତମ ବୈଠକ ବସିଥିଲା। ତାଶକେଣ୍ଟରେ ଆୟୋଜିତ ଏହି ବୈଠକରେ SCOର ସମସ୍ତ ସଦସ୍ୟ ସାମିଲ ଥିଲେ। କାଜାଖସ୍ତାନ, କିର୍ଜିଜସ୍ତାନ, ଋଷ, ତାଜିକିସ୍ତାନ, ଉଜବେକିସ୍ତାନ, ଭାରତ, ଚୀନ ଓ ପାକିସ୍ତାନ ଏବାର ସଦସ୍ୟ ଅଛନ୍ତି। ବୈଠକରେ ସର୍ବସମ୍ମତି କ୍ରମେ ଚଳିତବର୍ଷ "Pabbi-Antiterror-2021" ଆୟୋଜନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ୨୦୨୨-୨୪ରେ ମଧ୍ୟ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଓ ଉଗ୍ରବାଦୀଙ୍କ ବିରୋଧରେ ଅଭିଯାନ ଚଳାଇବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି।

Also Read: China Vaccine ନେଇ ବିପଦରେ Pakistan PM Imran Khan

Add Zee News as a Preferred Source

RATS ହେଉଛି SCOର ଏକ ସ୍ଥାୟୀ ଅଙ୍ଗ। ଯାହା ଆତଙ୍କବାଦ ନିରୋଧୀ କାର୍ଯ୍ୟର ତଦାରଖ କରେ। RATS ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, SCO ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସଦସ୍ୟମାନେ ଟେରର ଫଣ୍ଡିଂ ସମ୍ବନ୍ଧୀୟ ଗତିବିଧି ଉପରେ ନଜର ରଖିବା ସହ ସନ୍ଧିଗ୍ଧଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ। ସେପଟେ ଆସନ୍ତା ସେପ୍ଟେମ୍ବରରେ ପୁଣି ଥିରେ RATSର ବୈଠକ ବସିବ। କିନ୍ତୁ ଏଥର ଉଜବେକିସ୍ତାନରେ ହେବ। ତେବେ ଗତବର୍ଷ ସେପ୍ଟେମ୍ବରରେ ବସିଥିବା ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦକୁ ଭାରତ ତୀବ୍ର ନିନ୍ଦା କରିଥିଲା।

 

 

 

 

 

About the Author