Advertisement
Article Detail0/zeeodisha/odisha2751157
Zee OdishaOdisha National-InternationalOperation Sindoor: ୧୦ ବିନ୍ଦୁରେ ଅପରେସନ୍ ସିନ୍ଦୁରର ଅପଡେଟ୍, ଜାଣନ୍ତୁ

Operation Sindoor: ୧୦ ବିନ୍ଦୁରେ ଅପରେସନ୍ 'ସିନ୍ଦୁର'ର ଅପଡେଟ୍, ଜାଣନ୍ତୁ


 Operation Sindoor: ୧୦ ବିନ୍ଦୁରେ ଅପରେସନ୍ 'ସିନ୍ଦୁର'ର ଅପଡେଟ୍, ଜାଣନ୍ତୁ

 Operation Sindoor: ୧୦ ବିନ୍ଦୁରେ ଅପରେସନ୍ 'ସିନ୍ଦୁର'ର ଅପଡେଟ୍, ଜାଣନ୍ତୁ
 
1. ସମ୍ପୂର୍ଣ୍ଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ପାକିସ୍ତାନ। ବିଭିନ୍ନ ସ୍ଥାନରେ ନିଜର କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ସକ୍ରିୟ କରିଛି। ସକାଳୁ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ମାଡ଼ ଜାରି ରହିଛି।
2. ଗତ ରାତିରେ ଭାରତର କ୍ଷେପଣାସ୍ତ୍ର ମାଡ଼ରେ ପାକିସ୍ତାନର ନୂର ଖାନ, ମୁରିଦ ଏବଂ ରଫିକ୍‍ ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିବା ପାକିସ୍ତାନ ଅଭିଯୋଗ କରିଛି। କିନ୍ତୁ ଏ ପଛରେ କୌଣସି ପ୍ରମାଣ ଦେଇ ପାରି ନାହାନ୍ତି ପାକିସ୍ତାନ ସେନା ମୁଖପାତ୍ର ଲ୍ୟୁଟନାଣ୍ଟ ଜେନେରାଲ ଅହମ୍ମଦ ସରୀଫ। ଇସ୍‍ଲାମବାଦ ପକ୍ଷରୁ ସମସ୍ତ ଆକାଶମାର୍ଗ ବନ୍ଦ କରାଯାଇଛି। 
3. କିଛି ସମୟ ପୂର୍ବରୁ ଜମ୍ମୁ ଓ କଶ୍ମୀରର ରଜୌରି ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ କରିଛି ପାକିସ୍ତାନ। ଫଳରେ ରଜୌରୀର ଅତିରିକ୍ତ ଡିସି ରାଜକୁମାର ଥାପା ସହୀଦ ହୋଇଥିବା ସୂଚନା ମିଳିଛି। ପ୍ରତି ଦୁଇମିନିଟରେ ଜମ୍ମୁରେ ବିସ୍ଫୋରଣ ଶୁଣିବାକୁ ମିଳୁଛି। 
4. ଉରି ସିମାନ୍ତରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁ ସାଧାରଣ ଲୋକଙ୍କ ଘର ଭାଙ୍ଗିଛି। 
5. ଭାରତୀୟ ସେନା ପାକିସ୍ତାନର ଏକ ଆତଙ୍କି ଛାଉଣୀକୁ ଧ୍ୱଂସ କରିଥିବା ସୂଚନା। ଏହି ଅଞ୍ଚଳକୁ ଜମ୍ମୁ ବିରୁଦ୍ଧରେ ଡ୍ରୋନ୍‍ ଆକ୍ରମଣ ଲାଗି ବ୍ୟବହାର କରାଯାଉଥିଲା। 
6. ଭାରତର ଜମ୍ମୁ ଅଞ୍ଚଳରେ ଭୂମିରୁ ଆକାଶ ମାର୍ଗକୁ କ୍ଷେପଣ କରାଯାଇପାରୁଥିବା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି। ଭାରତ ପାକିସ୍ତାନ ଭିତରେ ଉତ୍ତେଜନା ବଢ଼ିବା କାରଣରୁ ଏହା କରାଯାଇଛି। 
7. ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସ୍ୱାସ୍ଥ୍ୟସେବାକୁ ନିରନ୍ତର କରିବା ଲାଗି ଭୁବନେଶ୍ୱରସ୍ଥିତ ଏମ୍ସ ପକ୍ଷରୁ ସମସ୍ତ ଛୁଟି ବାତିଲ କରାଯାଇଛି। ଅବକାଶ ହେଉ ବା ସାଧାରଣ ଛୁଟି ସବୁକିଛି ବାତିଲ କରାଯାଇଥିବା ସୂଚନା ମିଳିଛି। 
8. ଜମ୍ମୁର ଏକ ଶିବ ମନ୍ଦିରକୁ ପାକିସ୍ତାନ ପକ୍ଷରୁ କ୍ଷେପଣାସ୍ତ୍ର ଲକ୍ଷ୍ୟ କରାଯାଇଥିବା ସୂଚନା ମିଳିଛ।ି ଏହି ମନ୍ଦିର ପାଖରୁ ଏହାର ଧ୍ୱଂସାବଶେଷ ଜବତ କରାଯାଇଛି। 
9. ପାକିସ୍ତାନ ୧୦ ମଇ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଣିଜ୍ୟିକ ଉଡ଼ାଣ ବନ୍ଦ କରିଛି, ଭାରତ ୩୨ଟି ବିମାନବନ୍ଦରରେ ୧୫ ମଇ ପର୍ଯ୍ୟନ୍ତ ନାଗରିକ ଉଡ଼ାଣ ସ୍ଥଗିତ ରଖିଛି।
10. ପରିସ୍ଥିତିକୁ ଦେଖି ଭାରତ ପକ୍ଷରୁ ସେନା ଓ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରାଯାଇଛି।
Add Zee News as a Preferred Source
About the Author