• ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ
  • କବୟତ୍ରୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ
  • ବାସୋପଯୋଗୀ ର୍ୟାଙ୍କରେ ଭାରତର ଚତୁର୍ଥ ସ୍ଥାନରେ ଭୁବନେଶ୍ବର
  • ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ଣ୍ଣମେଣ୍ଟ ପକ୍ଷରୁ ରିପୋର୍ଟ ପ୍ରଦାନ
  • ତେଲଙ୍ଗାନାରେ ସମ୍ପୂର୍ଣ୍ଣ ଉଠିଲା ଲକ୍‌ଡାଉନ
  • ମିଲଖା ସିଂଙ୍କୁ ବାଲୁକା ଆନିମେସନରେ ଶ୍ରଦ୍ଧାଞ୍ଜଳି
  • ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତି: ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲେ ୧୧୫୨ ଛାତ୍ରଛାତ୍ରୀ
  • ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି
  • ଟିକା ନେଇ ନାହାନ୍ତି ରାଜ୍ୟର ୨ ଲକ୍ଷ କରୋନା ଯୋଦ୍ଧା

ଭାରତରେ ଶତକ ମୁହାଁ ପେଟ୍ରୋଲ ଦର, କିନ୍ତୁ ପାକିସ୍ତାନରେ କାହିଁକି ଏତେ ଶସ୍ତା?

ଜାନୁଆରୀ ୧୮ର globalpetrolprices.com ୱେବସାଇଟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ଏପରି ଥିଲା...

ଭାରତରେ ଶତକ ମୁହାଁ ପେଟ୍ରୋଲ ଦର, କିନ୍ତୁ ପାକିସ୍ତାନରେ କାହିଁକି ଏତେ ଶସ୍ତା?

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ ଓ ଡିଜେଲ ଦର (Petrol-Diesel price) ଆକାଶଛୁଆଁ ହେଉଛି । ରାଜସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ପାଖାପାଖି ପହଞ୍ଚିଛି । ଦିଲ୍ଲୀ-ମୁମ୍ବାଇରେ ପେଟ୍ରୋଲ-ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରେ ପହଞ୍ଚିଛି । ଅନ୍ୟପକ୍ଷରେ ଯଦି ଆମେ ପଡୋଶୀ ଦେଶକୁ ଦେଖିବା ତେବେ ପାକିସ୍ତାନରେ ଭାରତ ଅପେକ୍ଷା ଅଧା ରେଟରେ ପେଟ୍ରୋଲ ମିଳୁଛି । ଭୁଟାନ, ନେପାଳ ପରି ଗରିବ ଦେଶରେ ପେଟ୍ରୋଲ-ଡିଜେଲ ଦର ଭାରତ ତୁଳନାରେ ବହୁତ ଶସ୍ତା ଅଟେ । ସମଗ୍ର ବିଶ୍ୱରେ ସବୁଠାରୁ ଶସ୍ତା ପେଟ୍ରୋଲ ଭାରତୀୟ ଟଙ୍କା ଅନୁଯାୟୀ ଭେନେଜୁଏଲାରେ ୧.୪୬ ଟଙ୍କା ପ୍ରତି ଲିଟର ରହିଥିବାବେଳେ ସବୁଠାରୁ ମହଙ୍ଗା ପେଟ୍ରୋଲ ହଂକଂରେ ୧୭୨.୬୬ ଟଙ୍କା ପ୍ରତି ଲିଟର ଦରରେ ମିଳୁଛି । ଜାନୁଆରୀ ୧୮ର globalpetrolprices.com ୱେବସାଇଟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ଏପରି ଥିଲା...

ଅଧିକ ପଢ଼ନ୍ତୁ:-'ଦୁଧ୍ ମାଙ୍ଗୋଗେ ତ କ୍ଷୀର୍ ଦେଙ୍ଗେ, ବଙ୍ଗାଲ୍ ଚାହୋଗେ ତ ଚିର୍ ଦେଙ୍ଗେ'

ଦେଶ           ପେଟ୍ରୋଲ (Rs / ଲିଟର)    ଡିଜେଲ (Rs / ଲିଟର)

ଭାରତ               87.87                                   79.29

ପାକିସ୍ତାନ            49.87                                   51.7

ଭୁଟାନ               49.56                                    46.31

ଶ୍ରୀଲଙ୍କା              61.37                                   39.64

ନେପାଳ              68.84                                    58.2

ଚୀନ୍                   74.14                                  64.54

ବାଂଲାଦେଶ          77.01                                  56.25

ଭେନେଜୁଏଲା        1.46                                    ---

ହଂକଂ                   172.66                               145.38

ଅଧିକ ପଢ଼ନ୍ତୁ:-ଖୁସି ଖବର: ଭୋଟର ପରିଚୟ ପତ୍ର ହେବ ଡିଜିଟାଲ୍, ଫୋନରେ କରିପାରିବେ ଡାଉନଲୋଡ୍

ଭାରତରେ ଏଥିପାଇଁ ତେଲ ଏତେ ମହଙ୍ଗା 

ଭାରତରେ ତେଲ ଏତେ ମହଙ୍ଗା କାରଣ ଏହା ଉପରେ ଅଧିକ ଟ୍ୟାକ୍ସ ଲଗାଯାଇଛି । ବିଭିନ୍ନ ରାଜ୍ୟ ଅଲଗା ଅଲଗା ଟିକସ ଆଦାୟ କରନ୍ତି । କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଭାଟ୍ ଅର୍ଥାତ୍ ମୂଲ୍ୟଯୁକ୍ତ ଟିକସ ଆଦାୟ କରନ୍ତି । ରାଜ୍ୟଗୁଡିକର ଭାଟ୍ ଟିକସ ହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ରାଜସ୍ଥାନ ସରକାର ସମଗ୍ର ଦେଶରେ ସର୍ବାଧିକ ଭ୍ୟାଟ୍ ଆଦାୟ କରନ୍ତି । ଏଠାରେ ପେଟ୍ରୋଲ ଉପରେ ୩୮ ପ୍ରତିଶତ ଓ ଡିଜେଲ ଉପରେ ୨୮ ପ୍ରତିଶତ ଟିକସ ଆଦାୟ କରାଯାଏ ।

ଅଧିକ ପଢ଼ନ୍ତୁ:-ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ ଟିମ୍ କରିଦେଇଛି ଏହି 'ବଡ ଭୁଲ', ଅସନ୍ତୋଷ ପ୍ରକାଶ କଲେ ନାସିର ହୁସେନ୍‌

ଉପଭୋକ୍ତାଙ୍କ ଉପରେ ଟିକସ ବୋଝ

ଜାନୁଆରୀ ୨୫ରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଖୁଚୁରା ମୂଲ୍ୟ ୮୫.୭୦ ଟଙ୍କା ରହିଛି । ପେଟ୍ରୋଲର ମୂଳ ମୂଲ୍ୟ ହେଉଛି ୨୯.୧୩ ଟଙ୍କା ଓ ମାଲ ପରିବହନ ଆଦି ଖର୍ଚ୍ଚ ୦.୩୭ ଟଙ୍କା, ଯାହା ପରେ ପେଟ୍ରୋଲର ମୂଲ୍ୟ ୨୮.୫ ଟଙ୍କା  । ଏହା ପରେ ଏହା ଉପରେ ଡିଲରମାନଙ୍କୁ ୩୨.୯୮ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ଓ ୧୯.୫୫ ଟଙ୍କାର ଭ୍ୟାଟ୍ (ଡିଲର କମିଶନଙ୍କ ଉପରେ ଭ୍ୟାଟ୍ ମଧ୍ୟ ଅନ୍ତର୍ଭୁକ୍ତ) ଦେବାକୁ ପଡିଥାଏ । ଜାନୁଆରୀ ୨୫ରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୫.୭୦ ଟଙ୍କା ରହିଛି, ଏଥିରେ ଡିଲରଙ୍କ ହାରାହାରି କମିଶନ୍ ୩.୬୭ ଟଙ୍କା ଯୋଡା ଯାଇଛି । ଅର୍ଥାତ୍ ଏକ ଲିଟର ପେଟ୍ରୋଲ ଉପରେ ୫୨.୫୩ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିଥାଏ ।