ଦିନକରେ ୨୨ ହଜାର ୭୭୧ ଆକ୍ରାନ୍ତ ଚିହ୍ନଟ

ଦେଶରେ ଏପର୍ଯ୍ୟନ୍ତ ୬ଲକ୍ଷ ୪୮ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୮ ହଜାର ୬୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । 

ଦିନକରେ ୨୨ ହଜାର ୭୭୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୭୭୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ପ୍ରଥମ ଘଟଣା । ସେହିପରି ଏହି ସମୟ ମଧ୍ୟରେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଦେଶରେ ଏପର୍ଯ୍ୟନ୍ତ ୬ଲକ୍ଷ ୪୮ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୧୮ ହଜାର ୬୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ତେବେ ଆଶ୍ୱସ୍ତକର ଖବର ଏହା ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ୩ଲକ୍ଷ ୯୪ ହଜାର ୨୨୭ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ୨ଲକ୍ଷ ୩୫ ହଜାର ୪୩୩ଟି ଆକ୍ଟିଭ କେସ ରହିଛି ।