Trending Photos
)
ନୂଆଦିଲ୍ଲୀ: କୋରୋନାକୁ ନେଇ ଏବେ ପୁରା ବିଶ୍ୱର ନଜର ଭାରତ ଉପରେ । ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ରରେ ଆଗକୁ ତାଣ୍ଡବ ରଚିବ କି କୋରୋନା ? ବର୍ତ୍ତମାନର ସ୍ଥିତି ଦେଖି ଏଭଳି କିଛି ଆଶଙ୍କା କରାଗଲାଣି । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ, ଗତ ୫ ଦିନରେ ୪୦,୩୭୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସମୟ ମଧ୍ୟରେ ୧୦୬୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।
ନଜର ପକାନ୍ତୁ ଲଗାତାର ୫ ଦିନ ହେଲା ଚିହ୍ନଟ ହେଉଥିବା କୋରୋନା ଆକ୍ରାନ୍ତ ଓ ମୃତକଙ୍କ ପରିସଂଖ୍ୟାନ ଉପରେ ।
India reports 8,171 new #COVID19 cases & 204 deaths in the last 24 hours. Total number of cases in the country now at 1,98,706 including 97,581 active cases, 95,526 cured/discharged/migrated and 5,598 deaths: Ministry of Health and Family Welfare pic.twitter.com/hl9Mu1eznD
— ANI (@ANI) June 2, 2020
ସେହିପରି ଦେଶରେ ଏବେ ସମୁଦାୟ ୧ଲକ୍ଷ ୯୮ହଜାର ୭୦୬ ଆକ୍ରାନ୍ତ ଚିହ୍ନଟ ହେଲେଣି । ୫୫୯୮ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । କେବଳ ଏତିକି ନୁହେଁ, ଖୁବଶୀଘ୍ର ଦେଶରେ ଆକ୍ଟିଭ କେସ ସଂଖ୍ୟା ୧ ଲକ୍ଷ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏବେ ଏହା ୯୭ ହଜାର ୫୮୧ ରହିଛି । ଅନ୍ୟପଟେ ୯୫ ହଜାର ୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ୫୯ହଜାର ୩୨୩ ରହିଛି । ୧ଲକ୍ଷ ୬ହଜାର ୯୨୫ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ୬ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ବି ୧୧ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ ରହିଛି ।
ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ୱିତୀୟରେ ବ୍ରାଜିଲ(୫୨୯୪୦୫), ତୃତୀୟରେ ରୁଷ(୪୧୪୮୭୮), ଚତୁର୍ଥରେ ସ୍ପେନ(୨୮୬୭୧୮), ପଞ୍ଚମରେ ୟୁକେ(୨୭୬୨୩୨), ଷଷ୍ଠରେ ଇଟାଲୀ(୨୩୩୧୯୭) ରହିଛନ୍ତି । ଭାରତ ସପ୍ତମ ସ୍ଥାନରେ ରହିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ଟିଭ କେସ ମାମଲାରେ ଭାରତ ଏବେ ଆମେରିକା, ରୁଷ ଓ ବ୍ରାଜିଲ ତଳକୁ ଟପ୍-4ରେ ରହିଛି ।