Advertisement
Article Detail0/zeeodisha/odisha690255
Zee OdishaOdisha National-Internationalଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପାର୍, ଲକ୍ଷେ ଟପିଲା ଆକ୍ଟିଭ କେସ୍

ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପାର୍, ଲକ୍ଷେ ଟପିଲା ଆକ୍ଟିଭ କେସ୍

ଗତ ୨୪ ଘଣ୍ଟା ମଧ୍ୟରେ ୮୯୦୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୧୭ ଜଣଙ୍କ ମୃତ୍ୟୁ ହୋଇଛି । 

ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପାର୍, ଲକ୍ଷେ ଟପିଲା ଆକ୍ଟିଭ କେସ୍

ନୂଆଦିଲ୍ଲୀ: ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭ହଜାର ୬୧୫ରେ ପହଞ୍ଚିଛି । ସେହିପରି ୫୮୧୫ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । 

ଗତ ୨୪ ଘଣ୍ଟା ମଧ୍ୟରେ ୮୯୦୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୧୭ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମ ଥର ପାଇଁ ଦେଶରେ ଆକ୍ସିଭ କେସ ସଂଖ୍ୟା ଲକ୍ଷେ ପାର କରିଛି । ଏବେ ୧ଲକ୍ଷ ୧ହଜାର ୪୯୭ଟି ଆକ୍ସିଭ କେସ ରହିଛି । ଅନ୍ୟପଟେ ୧ଲକ୍ଷ ୩୦୩ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । 

About the Author