Advertisement
Article Detail0/zeeodisha/odisha691235
Zee OdishaOdisha National-Internationalଦିନକରେ ପାଖାପାଖି ୧୦ ହଜାର ଆକ୍ରାନ୍ତ ଚିହ୍ନଟ

ଦିନକରେ ପାଖାପାଖି ୧୦ ହଜାର ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୯ ହଜାର ୪୬୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧ଲକ୍ଷ ୧୦ ହଜାର ୯୬୦ଟି ଆକ୍ଟିଭ କେସ ରହିଛି । 

ଦିନକରେ ପାଖାପାଖି ୧୦ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକରେ ପାଖାପାଖି ୧୦ ହଜାର କୋରୋନା ଆକ୍ରାନ୍ତ ଚିହ୍ନଟ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୫୧ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୭୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୬ ହଜାର ୭୭୦ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୬୩୪୮ ଚୁଇଁଲାଣି । ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କ ମୃତ୍ୟୁ ହେଉଛି । ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନର ସ୍ଥିତି କହୁଛି, ଖୁବଶୀଘ୍ର ଦେଶରେ କୋରୋନା ତାଣ୍ଡବ ରଚିପାରେ । 

ଅନ୍ୟପଟେ ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୯ ହଜାର ୪୬୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧ଲକ୍ଷ ୧୦ ହଜାର ୯୬୦ଟି ଆକ୍ଟିଭ କେସ ରହିଛି । 

About the Author