ଇଟାଲୀକୁ କାଟିଲା ଇଣ୍ଡିଆ, ଏବେ ଟପ୍-୬ରେ
Advertisement

ଇଟାଲୀକୁ କାଟିଲା ଇଣ୍ଡିଆ, ଏବେ ଟପ୍-୬ରେ

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୯୪ ଜଣଙ୍କ ମୃତ୍ୟୁ ହୋଇଛି । 

ଇଟାଲୀକୁ କାଟିଲା ଇଣ୍ଡିଆ, ଏବେ ଟପ୍-୬ରେ

ନୂଆଦିଲ୍ଲୀ: ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୬ ହଜାର ୬୫୭ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ପଛରେ ପଡ଼ିଯାଇଛି ଇଟାଲୀ । ଟପ୍-୬କୁ ପଳାଇ ଆସିଛି ଇଣ୍ଡିଆ । ବର୍ତ୍ତମାନର ସ୍ଥିତି ଦେଖି ମନେହେଉଛି, ଖୁବଶୀଘ୍ର ୟୁକେ ଏବଂ ସ୍ପେନକୁ ମଧ୍ୟ ଭାରତ ଅତିକ୍ରମ କରିଯିବ । ତାଲିକାରେ ଟପ-୧ରେ ଥିବା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଆଡ଼କୁ ଅଗ୍ରସର କରୁଛି । 

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୯୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସମୁଦାୟ ୨ଲକ୍ଷ ୩୬ ହଜାର ୬୫୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୪୨ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୧ଲକ୍ଷ ୧୪ହଜାର ୭୩ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ୧ଲକ୍ଷ ୧୫ ହଜାର ୯୪୨ଟି ଆକ୍ସିଭ କେସ ରହିଛି । 

ଏବେ ନଜର ପକାନ୍ତୁ ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ଲକ୍ଷ ୪୯ ହଜାର ୫୭୯ରେ ପହଞ୍ଚିଛି । ସେହିପରି ୩ଲକ୍ଷ ୯୮ ହଜାର ୨୪୪ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୩୩ଲକ୍ଷ ୫୦ ହଜାର ୩୮୯ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । 

ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-୧ରେ ଆମେରିକା ରହିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ଲକ୍ଷ ୬୫ ହଜାର ୭୦୮ରେ ପହଞ୍ଚିଛି । ସେହିପରି ତାଲିକାର ଦ୍ୱିତୀୟରେ ବ୍ରାଜିଲ(୬,୪୬,୦୦୬), ତୃତୀୟରେ ରୁଷ(୪,୪୯,୮୩୪), ଚତୁର୍ଥରେ ସ୍ପେନ(୨,୮୮,୦୫୮) ଓ ପଞ୍ଜମରେ ୟୁକେ(୨,୮୩,୩୧୧) ରହିଛି । ତେବେ କୋରୋନାର ଉତ୍ପତ୍ତି ସ୍ଥଳ ଚୀନ ଏବେ ତାଲିକାର ୧୮ ନମ୍ବରରେ ରହିଛି । ଅର୍ଥାତ, ଆକ୍ରାନ୍ତଙ୍କ ସଂଖ୍ୟାରେ ବହୁ ଦେଶ ଉପରକୁ ଉଠୁଥିବା ବେଳେ ଚୀନ ଖସିବାରେ ଲାଗିଛି ।