ବେକାବୁ କୋରୋନା, ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢ଼େ ସାତ ଲକ୍ଷ
Advertisement
Article Detail0/zeeodisha/odisha707841

ବେକାବୁ କୋରୋନା, ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢ଼େ ସାତ ଲକ୍ଷ

ଦେଶରେ ଏପର୍ଯ୍ୟନ୍ତ ୭ଲକ୍ଷ ୪୨ ହଜାର ୪୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୦ ହଜାର ୬୪୨ ଜଣ କୋରୋନାରେ ମୃତ୍ୟୁବରଣ କଲେଣି ।

ବେକାବୁ କୋରୋନା, ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢ଼େ ସାତ ଲକ୍ଷ

ନୂଆଦିଲ୍ଲୀ: ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୫୨ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୮୨ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ୭ଲକ୍ଷ ୪୨ ହଜାର ୪୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୦ ହଜାର ୬୪୨ ଜଣ କୋରୋନାରେ ମୃତ୍ୟୁବରଣ କଲେଣି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ୪ଲକ୍ଷ ୫୬ ହଜାର ୮୩୧ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ ୨ଲକ୍ଷ ୬୪ ହଜାର ୯୪୪ଟି ଆକ୍ଟିଭ କେସ ରହିଛି । 

ବିଶ୍ୱବ୍ୟାପି ଯଦି କୋରୋନା ସ୍ଥିତି ଦେଖିବା, ତେବେ ସମଗ୍ର ବିଶ୍ୱରେ  ୧କୋଟି ୧୯ ଲକ୍ଷ ୫୧ ହଜାର ୯୦୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୫ଲକ୍ଷ ୪୬ ହଜାର ୬୩୭ ଜଣଙ୍କ କୋରୋନା ଯୋଗୁ ମୃତ୍ୟୁ ମଧ୍ୟ ହେଲାଣି । ତେବେ ୬୮ଲକ୍ଷ ୯୬ ହଜାର ୩୪୪ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇସାରିଥିବା କୁହାଯାଇଛି । 

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ଏପର୍ଯ୍ୟନ୍ତ କୋରୋନା ତାର ସର୍ବୋଚ୍ଚ ରୂପ ଧାରଣ କରିନି । ଆଗକୁ ଏହା ଆହୁରି ଭୟଙ୍କର ହୋଇପାରେ । ତେଣୁ କୋରୋନାକୁ ନିୟନ୍ତ୍ରଣ କରିବା ଏବେ ସବୁ ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ । ବିଶେଷକରି ତାଲିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଥିବା ଆମେରିକା, ବ୍ରାଜିଲ ଓ ଭାରତ ପାଇଁ କୋରୋନା ମୁକାବିଲା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । 

;