୨୦ ହଜାର ମୁହାଁ କୋରୋନା ଜନିତ ମୃତ୍ୟୁ ସଂଖ୍ୟା
Trending Photos
)
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ହଜାର ୨୪୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୨୫ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଦେଶରେ ଏପର୍ଯ୍ୟନ୍ତ ୬ଲକ୍ଷ ୯୭ ହଜାର ୪୧୩ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଖୁବଶୀଘ୍ର ଏହି ସଂଖ୍ୟା ୭ଲକ୍ଷ ଅତିକ୍ରମ କରିବ । ସେହିପରି କୋରୋନା ଯୋଗୁ ୧୯୬୯୩ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ୪ଲକ୍ଷ ୨୪ ହଜାର ୪୩୩ ଜଣ ସୁସ୍ଥ ହେଲେଣି । ଏବେ ୨ଲକ୍ଷ ୫୩ ହଜାର ୨୮୭ଟି ଆକ୍ଟିଭ କେସ ରହିଛି ।
India reports a spike of 24,248 new #COVID19 cases and 425 deaths in the last 24 hours. Positive cases stand at 6,97,413 including 2,53,287 active cases, 4,24,433 cured/discharged/migrated & 19,693 deaths: Ministry of Health & Family Welfare pic.twitter.com/3iPDtPJyvN
— ANI (@ANI) July 6, 2020
ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-୪ରେ ଥିବା ଭାରତ ଏବେ ଋଷକୁ ଅତିକ୍ରମ କରି ଟପ୍-୩ରେ ପହଞ୍ଚିସାରିଛି । ଏବେ ଭାରତ ଉପରେ କେବଳ ଆମେରିକା ଓ ବ୍ରାଜିଲ ରହିଛନ୍ତି । ତେବେ ଭାରତରେ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଛି, ଭାରତ ଯେ ଟପ୍-୧କୁ ପହଞ୍ଚିଯିବ, ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି ।
ଦେଶରେ ଥମିବାର ନାଁ ନେଉନି କୋରୋନା । ଦିନକୁ ଦିନ ସଂକ୍ରମଣର ମାତ୍ରା ବୃଦ୍ଧି ପାଉଛି । ଅନଲକ-୧ ଆରମ୍ଭ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଢେର ମାତ୍ରାରେ ବଢ଼ିଛି । ବର୍ତ୍ତମାନ କୋରୋନାକୁ ନିୟନ୍ତ୍ରଣ କରିବା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ । ଯଦି ଏହି ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଏ, ତେବେ ଆଗକୁ ଭାରତରେ ମଧ୍ୟ ତାଣ୍ଡବ ରଚିବ କୋରୋନା ।