ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-4କୁ ଆସିଗଲା ଭାରତ
Trending Photos
)
ନୂଆଦିଲ୍ଲୀ: ଭାରତରେ କୋରୋନାର ତାଣ୍ଡବ । ପ୍ରଥମଥର ପାଇଁ ଦିନକରେ ୫ ଅଙ୍କ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୪କମ୍ ୪ଶହ । କେବଳ ଏତିକି ନୁହେଁ, ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-6ରେ ଥିବା ଭାରତ ଏବେ ଟପ୍-4କୁ ପଳାଇଆସିଛି । ଉଭୟ ୟୁକେ ଏବଂ ସ୍ପେନକୁ ଗୋଟିଏ ଦିନରେ ଟପିଛି ଇଣ୍ଡିଆ । ଏବେ ଭାରତ ଆଗରେ କେବଳ ଆମେରିକା, ବ୍ରାଜିଲ ଓ ଋଷ ରହିଛନ୍ତି । ତେବେ କୋରୋନା ଯେଉଁ ଗତିରେ ବ୍ୟାପୁଛି, ଖୁବଶୀଘ୍ର ବ୍ରାଜିଲ ଓ ଋଷକୁ ମଧ୍ୟ ଟପିଯାଇପାରେ ଭାରତ ।
India reports the highest single-day spike of 10,956 new #COVID19 cases & 396 deaths in the last 24 hours. Total number of cases in the country now at 297535, including 141842 active cases, 147195 cured/discharged/migrated and 8498 deaths: Ministry of Health and Family Welfare pic.twitter.com/OM2YIgMfrO
— ANI (@ANI) June 12, 2020
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୯୫୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୩୯୬ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଏବେ ଦେଶରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୯୮ ଛୁଇଁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୪୭ହଜାର ୧୯୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ କେବଳ ୧ଲକ୍ଷ ୪୧ ହଜାର ୮୪୨ଟି ଆକ୍ଟିଭ କେସ ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।