ଦେଶରେ ଏପର୍ଯ୍ୟନ୍ତ ୨ଲକ୍ଷ ୪୬ହଜାର ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୬୯୨୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।
Trending Photos
)
ନୂଆଦିଲ୍ଲୀ: ଭାରତରେ ତୀବ୍ର ଗତିରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଏହା ଦେଢ଼ ଲକ୍ଷ ଛୁଇଁବାକୁ ବସିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୯୯୭୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ ଦିନକରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ସେହିପରି ଏହି ସମୟରେ ୨୮୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
India reports the highest single-day spike of 9971 new #COVID19 cases; 287 deaths in the last 24 hours. Total number of cases in the country now at 246628, including 120406 active cases, 119293 cured/discharged/migrated and 6929 deaths: Ministry of Health and Family Welfare pic.twitter.com/x1YQDTqWPb
— ANI (@ANI) June 7, 2020
ଦେଶରେ ଏପର୍ଯ୍ୟନ୍ତ ୨ଲକ୍ଷ ୪୬ହଜାର ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୬୯୨୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୧୯ ହଜାର ୨୯୩ ଜଣ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ଏବେ ୧ଲକ୍ଷ ୨୦ହଜାର ୪୦୬ଟି ଆକ୍ଟିଭ କେସ ରହିଛି ।