Advertisement
Article Detail0/zeeodisha/odisha692631
Zee OdishaOdisha National-Internationalଅଢ଼େଇ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଅଢ଼େଇ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୬ ହଜାର ୬୧୧ରେ ପହଞ୍ଚିଛି । ୭୧୩୫ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଅଢ଼େଇ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଅନଲକ୍ ୧.୦ ସହ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଗତ କିଛି ଦିନ ହେଲା ଦୈନିକ ୯ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୯୯୮୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୦୬ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ସେହିପରି ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୬ ହଜାର ୬୧୧ରେ ପହଞ୍ଚିଛି । ୭୧୩୫ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧ଲକ୍ଷ ୨୪ ହଜାର ୯୫ ଜଣ ସୁସ୍ଥ ହେଲେଣି । ଏବେ ଆଉ ୧ଲକ୍ଷ ୨୫ ହଜାର ୩୮୧ ଟି ଆକ୍ଟିଭ କେସ ରହିଛି । 

ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ଏବେ ୬ ନମ୍ବରରେ ରହିଛି । ତାଲିକାର ଶୀର୍ଷରେ ଆମେରିକା ଥିବାବେଳେ ଦ୍ୱିତୀୟରେ ବ୍ରାଜିଲ, ତୃତୀୟରେ ରୁଷ, ଚତୁର୍ଥରେ ସ୍ପେନ ଓ ପଞ୍ଚମରେ ୟୁକେ ରହିଛି । ତେବେ ଭାରତ ଖୁବଶୀଘ୍ର ୟୁକେ ଏବଂ ସ୍ପେନକୁ କାଟି ଚତୁର୍ଥ ସ୍ଥାନରେ ପହଞ୍ଚିବ, ଏଭଳି ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଆଉ ମାତ୍ର ୩ ଦିନ ଭିତରେ ଟପ୍-4ରେ ଭାରତ ଆସିଯିବ ବୋଲି ଆଶଙ୍କା କରିବା ସ୍ୱାଭାବିକ । 

About the Author