କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୯୯୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Trending Photos
)
ନୂଆଦିଲ୍ଲୀ: ଦେଶରେ ପ୍ରଳୟ ରଚିବ କି କୋରୋନା ? ଲଗାତାର କିଛି ଦିନ ହେଲା ଦୈନିକ ପାଖାପାଖି ୧୦ ହଜାର ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଗକୁ ଏ ସଂଖ୍ୟା ଯେ ୧୦ ହଜାର ପାର କରିବ, ସେମିତି କିଛି ଆଶଙ୍କା କରିବା ସ୍ୱାଭାବିକ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୩୧ ଜଣଙ୍କ କୋରୋନା ଯୋଗୁ ମୃତ୍ୟୁ ହୋଇଛି । ଅର୍ଥାତ ଗୋଟିଏ ଦିନରେ ଟ୍ରିପଲ ସେଞ୍ଚୁରୀ ମାରିଛି ମୃତ୍ୟୁ ସଂଖ୍ୟା । ସ୍ଥିତି ଯେ ଆଗକୁ ଆହୁରି ଭୟଙ୍କର ହୋଇପାରେ, ସେମିତି କିଛି ଆଭାସ ଆସିଲାଣି !
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୯୯୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏହା ସର୍ବାଧିକ । ତେବେ ଏହାକୁ ମିଶାଇ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୬ ହଜାର ୫୯୮ରେ ପହଞ୍ଚିଛି । ସେହିପରି ୭୪୬୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।
India reports the highest single-day spike of 9987 new #COVID19 cases & 331 deaths in the last 24 hours. Total number of cases in the country now at 266598, including 129917 active cases, 129215 cured/discharged/migrated and 7466 deaths: Ministry of Health and Family Welfare pic.twitter.com/plj2Vg693d
— ANI (@ANI) June 9, 2020
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୨୯ ହଜାର ୨୧୫ ଜଣ ସୁସ୍ଥ ହେଲେଣି । ଏବେ ୧ଲକ୍ଷ ୨୯ ହଜାର ୯୧୭ଟି ଆକ୍ଟିଭ କେସ ରହିଛି । ଅର୍ଥାତ ଆକ୍ସିଭ କେସ ଏବଂ ସୁସ୍ଥ ହୋଇସାରିଥିବା ରୋଗୀଙ୍କ ସଂଖ୍ୟା ପାଖାପାଖି ସମାନ । ଯାହା ସାମାନ୍ୟ ଆଶ୍ୱସ୍ତ କରୁଛି ।