Advertisement
Article Detail0/zeeodisha/odisha2832154
Zee OdishaOdisha National-InternationalUSA Impose Tarrif:ଭାରତ ଉପରେ ୧୦% ଟାରିଫ ଘୋଷଣା କଲା ଆମେରିକା

USA Impose Tarrif:ଭାରତ ଉପରେ ୧୦% ଟାରିଫ ଘୋଷଣା କଲା ଆମେରିକା

ଭାରତ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା। ନୂଆ ବାଣିଜ୍ୟ ଚୁକ୍ତି ପାଇଁ ଦୁଇ ଦେଶ ପ୍ରସ୍ତୁତ ହେଉଥିବା ବେଳେ ବ୍ରିକ୍ସ ସମ୍ମିଳନୀକୁ ନେଇ ଏପରି ଧମକ ଦେଇଛନ୍ତି ଟ୍ରମ୍ପ। ସେ କହିଛନ୍ତି ‘ ବ୍ରିକ୍ସ ଦେଶ ଡଲାରକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ଏହା ଡଲାର ବିରୋଧରେ ଏକ ଷଡ଼ଯନ୍ତ୍ର। ଆଉ ଏହାକୁ ସେ ବି ଖେଳିବା ଜା

USA Impose Tarrif:ଭାରତ ଉପରେ ୧୦% ଟାରିଫ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ଭାରତ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା। ନୂଆ ବାଣିଜ୍ୟ ଚୁକ୍ତି ପାଇଁ ଦୁଇ ଦେଶ ପ୍ରସ୍ତୁତ ହେଉଥିବା ବେଳେ ବ୍ରିକ୍ସ ସମ୍ମିଳନୀକୁ ନେଇ ଏପରି ଧମକ ଦେଇଛନ୍ତି ଟ୍ରମ୍ପ। ସେ କହିଛନ୍ତି ‘ ବ୍ରିକ୍ସ ଦେଶ ଡଲାରକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ଏହା ଡଲାର ବିରୋଧରେ ଏକ ଷଡ଼ଯନ୍ତ୍ର। ଆଉ ଏହାକୁ ସେ ବି ଖେଳିବା ଜାଣନ୍ତି। 

ବ୍ରିକ୍ସ ଆମକୁ ଆଘାତ ଦେଇଛି। ଆମ ଡଲାରକୁ ନୀଚ୍ଚା ଦେଖାଇବାକୁ ପ୍ରୟାସ କରିଛି। ଠିକ୍‍ ଅଛି ସେମାନେ ଯଦି ଖେଳ ଖେଳୁଛନ୍ତି ତେବେ ଆମକୁ ବି ସେ ଖଳ ଜଣା ବୋଲି କହିଛନ୍ତି ଟ୍ରମ୍ପ। ଯେଉଁ ଦେଶ ବ୍ରିକ୍ସରେ ସାମିଲ ସେମାନେ ଏହି ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ବୋଝ ମୁଣ୍ଡାଇବେ ବୋଲି ଟ୍ରମ୍ପ କହିଛନ୍ତି। 

ବ୍ରିକ୍ସ ହେଉଛି ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ଭଳି ୫ ଦଶଙ୍କ ଏକ ସମ୍ମିଳନୀ। ଏଥିରେ ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଏବଂ ୟୁଏଇ ଭଳି ଦେଶ ମଧ୍ୟ ରହିଛନ୍ତି। କିନ୍ତୁ ଟ୍ରମ୍ପ କହିଛନ୍ତି ତାଙ୍କ ମତରେ ବ୍ରିକ୍ସ ଭାଙ୍ଗି ସାରିଛି। ହେଲେ କିଛି ଦେଶ ଏବେ ସେହି ମେଣ୍ଟକୁ ନେଇ ଘୁରି ବୁଲୁଛନ୍ତି।  ଯେଉଁମାନେ ଡଲାରକୁ ଚ୍ୟାଲେଞ୍ଜ ଦେଉଛନ୍ତି ସେମାନେ ତାହାର ପରିଣାମ ଭୋଗିବେ। ଡଲାର ହେଉଛି ରାଜା ବୋଲି ସମ୍ବୋଧନ କରିଛନ୍ତି ଟ୍ରମ୍ପ। 

Add Zee News as a Preferred Source

ସେ କହିଛନ୍ତି ବ୍ରିକ୍ସ କେବେ ଆମେରିକା ପ୍ରତି ଭୟ ନୁହେଁ । କିନ୍ତୁ କିଛି ଦେଶ ଡଲାରକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ଆଉ ଏକ ଦେଶ ତାହାକୁ ଟପିଯାଉ ବୋଲି ସେମାନେ ଚାହୁଁଛନ୍ତି। ଆମେ କେବେ ଏହାର ମାନକକୁ ତଳକୁ ଯିବାକୁ ଦେବୁ ନାହିଁ। 

ବିଶ୍ୱରେ ମୁଦ୍ରା ନିୟନ୍ତ୍ରଣକୁ ନେଇ ସେ ବିସ୍ଫୋରକ ବୟାନ ରଖିଛନ୍ତି। ବିଶ୍ୱ ଅର୍ଥନୀତିରେ ଚାଲିଥିବା ଖେଳକୁ ସେ ବିଶ୍ଵଯୁଦ୍ଧ ସହ ତୁଳନା କରିଛନ୍ତି। ଟ୍ରମ୍ପ କହିଛନ୍ତି ପୂର୍ବ ରାଷ୍ଟ୍ରପତିଙ୍କ ଭଳି ଯଦି ଏବେ ରାଷ୍ଟ୍ରପତି ଥାଆନ୍ତେ ତେବେ ଡଲାର ତାହାର ମାନକ ହରାଇ ସାରନ୍ତାଣି। ଆମେ କେବେ ଡଲାରର ମାନକକୁ ତଳକୁ ଖସିବାକୁ ଦେବୁ ନାହିଁ। ବିଶ୍ୱର ମାନକ ମୁଦ୍ରାଭାବେ ଏହା ପରିଚିତ।  ଆମେ ଯଦି ଏହି ମାନକକୁ ହରାଇବୁ ତେବେ ବିଶ୍ୱଯୁଦ୍ଧ ହାରିବା ସହ ସମାନ ହେବ ବୋଲି କହିଛନ୍ତି ଟ୍ରମ୍ପ।

About the Author