)
ନୂଆଦିଲ୍ଲୀ: ପୂର୍ବ ଲଦାଖ (Ladakh) ଅଞ୍ଚଳରେ ପୁଣି ଥରେ ଉତ୍ତେଜନା। ପୂର୍ବ ଲଦାଖର ସୀମାକୁ ଲାଗିଥିବା ଆକଚୁଆଲ ଲାଇନ ଅଫ କଣ୍ଟ୍ରୋଲ ବା LACରେ ଉଭୟ ଭାରତ (India) ଓ ଚୀନ (China) ସେନାଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଏଲଏସି ଅଞ୍ଚଳରେ ବିଳମ୍ବିତ ରାତିରେ ପୁନର୍ବାର ଚୀନୀ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ଯାହାକୁ ପଣ୍ଡ କରିଛି ଭାରତୀୟ ସେନା (Indian Army)। ସେହିଭଳି ଚୀନର ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମସ (Global Times) କହିଛି ଯେ, ଭାରତୀୟ ସେନା (Indian Army) ବିଳମ୍ବିତ ରାତିରେ ଏଲଏସି ଅତିକ୍ରମ କରିଛି। ଫଳରେ ସେମାନଙ୍କୁ ଅଟକାଇବା ପାଇଁ ଚୀନୀ ସେନା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା ବୋଲି ସୂଚନା ଦେଇଛି ଗ୍ଲୋବଲ ଟାଇମ୍ସ (Global Times)।
ମିଳିଥିବା ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ ଚୀନ ଗଲଓ୍ୱାନ (Galwan) ଘଟଣାକୁ ଦୋହରାଇବାକୁ ଉଦ୍ୟମ କରିଥିଲେ। ଚୀନ କହିଛି ଯେ, ଭାରତୀୟ ସେନା ପାଙ୍ଗୋଙ୍ଗ ହ୍ରଦ (Pangong Lake) ର ଦକ୍ଷିଣ ଦିଗରେ ଥିବା ଏଲଏସିକୁ ବିଳମ୍ବିତ ରାତିରେ ଅତିକ୍ରମ କରିବାକୁ ଉଦ୍ୟମ କରିଥିଲା। ଏପରିକି ଭାରତୀୟ ସେନା (Indian Army) ଗୁଳି ଚାଳନା କରିଥିଲା। ଜବାବରେ ଚୀନୀ ସେନାମାନେ ଗୁଳି ଚାଳନା କରିଥିଲେ ବୋଲି ଚୀନ ସୂଚନା ଦେଇଛି। ତେବେ ୧୯୭୫ ମସିହା ପରେ ସୀମାରେ ଏଭଳି ଉତ୍ତେଜନା ପ୍ରକାଶ ପାଇଛି।
ସେପଟେ ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ପାଇଁ ଚୀନୀ ସେନା (China Army) ଅନୁପ୍ରବେଶ ଉଦ୍ୟମ କରିବା ପରେ ସେମାନଙ୍କୁ ଫେରିଯିବା ପାଇଁ କହିଥିଲେ। ମାତ୍ର ଚୀନୀ ସେନା ତାହାକୁ ଅଣଦେଖା କରି ଜୋର ଜବରଦସ୍ତ ଦେଶ ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଫଳରେ ସେମାନଙ୍କୁ ଅଟକାଇବା ପାଇଁ ଓ୍ୱାର୍ଣ୍ଣିଂ ଷ୍ଟାଟସ ଫାୟର (Warning Fire) ବା ସଚେତନ ଗୁଳି ଚଳାଇଥିଲେ। ଏଭଳି ଭାବରେ ଭାରତୀୟ ସେନା ଗୁଳି ଚାଳନା କରିଥିଲେ, ଯେଉଁଭଳି ଚୀନୀ ସେନାଙ୍କୁ ଗୁଳିର ଆଘାତ ନ ଲାଗେ। ତେବେ ଭାରତୀୟ ସେନାର ଏଭଳି ଆକ୍ରାମକ ରୂପ ଦେଖି ଚୀନୀ ସେନା ପଛଘୁଞ୍ଚା ଦେବା ସହିତ ଗୁଳି ମଧ୍ୟ ଚଳାଇଥିଲା। ତେବେ ଭାରତୀୟ ସେନାର ଏଭଳି ଆକ୍ରାମକ ରୂପ ଦେଖି ଚୀନୀ ସେନା ମଧ୍ୟ ପଛଘୁଞ୍ଚା ଦେଇଥିଲେ।
ଏହାର ଭୁଲକୁ ଗ୍ରହଣ କରିବା ପରିବର୍ତ୍ତେ ଚୀନ୍ ଏହି ଘଟଣାକୁ ଦାୟୀ କରି ଭାରତକୁ ଉତ୍ତେଜିତ କରୁଛି। ଚୀନର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର କର୍ଣ୍ଣେଲ ଝାଙ୍ଗ ସୁଲାଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ଭାରତୀୟ ସେନା ଚୀନ୍ର ସୀମା ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲା। ପରିସ୍ଥିତିକୁ ସ୍ଥିର କରିବା ପାଇଁ ଚୀନ୍ର ସୀମା ସୁରକ୍ଷା କର୍ମୀମାନେ ପ୍ରତିଶୋଧ ନେବାକୁ ବାଧ୍ୟ ହୋଇଥିଲେ। ଭାରତର କାର୍ଯ୍ୟ ଚୀନ୍ ଏବଂ ଭାରତ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଗୁରୁତର ଉଲ୍ଲଂଘନ କରିଛି। ଏହା ଆଞ୍ଚଳିକ ତିକ୍ତତା ଏବଂ ଭୁଲ ବୁଝାମଣାକୁ ବୃଦ୍ଧି କରିଛି । ଭାରତର ସାମରିକ କାର୍ଯ୍ୟ ଅତ୍ୟନ୍ତ ଉତ୍ତେଜକ ଏବଂ ଅତ୍ୟନ୍ତ ଖରାପ ଅଟେ। ଆମେ ବିପଜ୍ଜନକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ, ତୁରନ୍ତ ଲାଇନ ଅତିକ୍ରମ କରୁଥିବା ସେନାଙ୍କୁ ଫେରାଇ ଆଣିବାକୁ, ଆଗ ଧାଡିରେ ଥିବା ସୈନ୍ୟମାନଙ୍କୁ ବନ୍ଦ କରିବାକୁ ଏବଂ ଗୁଳି ଚଳାଇଥିବା ସେନାଙ୍କୁ ଦଣ୍ଡ ଦେବାକୁ ଆମେ ଅନୁରୋଧ କରୁଛୁ, ଯାହାଫଳରେ ଏପରି ଘଟଣା ପୁଣି ଘଟିବ।