ଟିକାକରଣରେ ବ୍ରିଟେନ ଓ ଆମେରିକାକୁ ଟପିଲା ଭାରତ, ଜାଣନ୍ତୁ ମୃତ୍ୟୁ ହାର
Advertisement

ଟିକାକରଣରେ ବ୍ରିଟେନ ଓ ଆମେରିକାକୁ ଟପିଲା ଭାରତ, ଜାଣନ୍ତୁ ମୃତ୍ୟୁ ହାର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ (Union Health Ministry) ର ସୂଚନାନୁସାରେ, କୋରୋନା ଟିକାକରଣ (Corona Vaccination) ଆରମ୍ଭ ହେବାର ମାତ୍ର ୬ ଦିନ ଭିତରେ ଭାରତ (India) ରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏହି ସଂଖ୍ୟା ଛୁଇଁବାକୁ ବ୍ରିଟେନ (Britain) କୁ ୧୮ ଓ ଆମେରିକା (America) ରୁ ୧୦ ଦିନ ଲାଗିଥିଲା। 

ଫାଇଲ ଫଟୋ

ନୂଆଦିଲ୍ଲୀ: ଗତ ୧୬ ତାରିଖ ଠାରୁ ଦେଶରେ ମହାମାରୀ କୋରୋନା ବିରୁଦ୍ଧରେ ମହାସଂଗ୍ରାମ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏବେ ଭାରତ ଏଗି କୋରୋନା ଟିକାକରଣ ଅଭିଯାନରେ ଆମେରିକା ଓ ବ୍ରିଟେନ ଭିଳି ଅଗ୍ରଣୀ ଦେଶକୁ ଟପିଛି। ସେମାନେ ୯ ଦିନରେ ଯେତିକୁ ଟିକାକରଣ କରିଥିଲେ ତାହାଠୁ ଅଧିକ ଭାରତ ୬ ଦିନରେ କରିଛି। 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ (Union Health Ministry) ର ସୂଚନାନୁସାରେ, କୋରୋନା ଟିକାକରଣ (Corona Vaccination) ଆରମ୍ଭ ହେବାର ମାତ୍ର ୬ ଦିନ ଭିତରେ ଭାରତ (India) ରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏହି ସଂଖ୍ୟା ଛୁଇଁବାକୁ ବ୍ରିଟେନ (Britain) କୁ ୧୮ ଓ ଆମେରିକା (America) ରୁ ୧୦ ଦିନ ଲାଗିଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୬ ଲକ୍ଷ ଲୋକଙ୍କ ଟିକାକରଣ ହୋଇଛି। କେବଳ ଶନିବାର ଦିନ ସମଗ୍ର ଦେଶରେ ଲକ୍ଷେ ୯୨ ହଜାର ଲୋକଙ୍କୁ କୋରୋନା ଟିକା ଦିଆଯାଇଛି।

Also Read: କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ଭାରତ, ଭୁରି ଭୁରି ପ୍ରଶଂସା କଲା WHO

ଦେଶରେ ଯେତିକି ଜଣଙ୍କୁ କୋରୋନା ଟିକା (Corona Vaccine) ଦିଆଯାଇଛି, ସେମାନଙ୍କ ମଧ୍ୟରୁ ମାତ୍ର ୧୨୩୮ ଜଣଙ୍କ ଠାରେ ପାର୍ଶ୍ୱପ୍ରତିକ୍ରିୟା (Side Effect) ଦେଖାଯାଇଛି। ଯାହା ମୋଟ ଟିକାକରଣର ୦.୦୮ ପ୍ରତିଶତ ହେବ। ସେଥିମଧ୍ୟରୁ କେବଳ ୧୧ ଜଣ ଅର୍ଥାତ ୦.୦୦୦୭ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କୋରୋନା ଟିକା ଯୋଗୁଁ ଦେଶରେ କାହାରି ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ଟିକାକରଣ ପରେ ଦେଶରେ ୬ ସ୍ୱାସ୍ଥ୍ୟକର୍ମୀ (Health Workers) ଙ୍କ ଦେହାନ୍ତ ହୋଇଛି। କିନ୍ତୁ ମୃତ୍ୟୁ କୋରୋନା ଟିକା ଦ୍ୱାରା ହୋଇଥିବା ପ୍ରମାଣ ମିଳିନାହିଁ ବୋଲି ସରକାର କହିଛନ୍ତି। CoWin ଆପ୍ ଯୋଗୁଁ ଟିକାକରଣର ସହଜ ଓ ସରଳ ହୋଇଛି। ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ନିଜ ସ୍ଲଟରେ ଟିକା ନେଇ ନାହାନ୍ତି କିମ୍ବା କୌଣସି ସ୍ଲଟରେ ନାହିଁ ସେମାନଙ୍କୁ ବି ଟିକା ଦିଆଯାଉଛି ବୋଲି ମନ୍ତ୍ରାଳୟ ଦାବି କରିଛି। ଅନ୍ୟପଟେ ବିଭିନ୍ନ ଦାବି ନେଇ ଓଡିଶାର ହଜାର ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ମନା କରୁଛନ୍ତି।