• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

ଟିମ୍ ଇଣ୍ଡିଆ ବ୍ରିସବେନରେ 'ବନ୍ଦୀ', ଖେଳାଳିଙ୍କୁ ସଫା କରିବାକୁ ପଡିବ ଶୌଚାଳୟ; ହସ୍ତକ୍ଷେପ କଲା ବିସିସିଆଇ

ବୋର୍ଡର ଜଣେ ବରିଷ୍ଠ ସୂତ୍ର କହିଛନ୍ତି ଯେ, "ହୋଟେଲରେ ରୁମ୍ ସର୍ଭିସ କିମ୍ବା ହାଉସକିପିଂ ନାହିଁ । ଜିମ୍ ମଧ୍ୟ ଆନ୍ତର୍ଜାତୀୟ ମାନର ନୁହେଁ ଏବଂ ସୁଇମିଂ ପୁଲକୁ ଯାଇପାରିବେ ନାହିଁ । ଚେକ୍ ଇନ୍ ସମୟରେ ସେମାନଙ୍କୁ ଏହି ସମସ୍ତ ସୁବିଧାର ପ୍ରତିଶୃତି ଦିଆଯାଇଥିଲା ।" 

ଟିମ୍ ଇଣ୍ଡିଆ ବ୍ରିସବେନରେ 'ବନ୍ଦୀ', ଖେଳାଳିଙ୍କୁ ସଫା କରିବାକୁ ପଡିବ ଶୌଚାଳୟ; ହସ୍ତକ୍ଷେପ କଲା ବିସିସିଆଇ

ନୂଆଦିଲ୍ଲୀ: India vs australia 4th test: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ବ୍ରିସବେନରେ ପହଞ୍ଚିଥିବା ଭାରତୀୟ କ୍ରିକେଟ୍ ଦଳ (Indian Cricket Team) କୁ ଏପରି ଏକ ହୋଟେଲରେ ରଖାଯାଇଛି, ​​ଯେଉଁଠାରେ ମୂଳ ସୁବିଧା ମଧ୍ୟ ନଥିଲା । ଏହା ପରେ ଭାରତୀୟ କ୍ରିକେଟ୍ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ଅଭିଯୋଗ ପାଇବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly), ସଚିବ ଜୟ ଶାହ (Jai Shah) ଏବଂ ସିଇଓ ହେମାଙ୍ଗ ଆମିନ କ୍ରିକେଟ୍ ଅଷ୍ଟ୍ରେଲିଆ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ଜଣାପଡିଛି । ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି ଯେ ଭାରତୀୟ ଦଳ ସେଠାରେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏହି କାମ

ବୋର୍ଡର ଜଣେ ବରିଷ୍ଠ ସୂତ୍ର କହିଛନ୍ତି ଯେ, "ହୋଟେଲରେ ରୁମ୍ ସର୍ଭିସ କିମ୍ବା ହାଉସକିପିଂ ନାହିଁ । ଜିମ୍ ମଧ୍ୟ ଆନ୍ତର୍ଜାତୀୟ ମାନର ନୁହେଁ ଏବଂ ସୁଇମିଂ ପୁଲକୁ ଯାଇପାରିବେ ନାହିଁ । ଚେକ୍ ଇନ୍ ସମୟରେ ସେମାନଙ୍କୁ ଏହି ସମସ୍ତ ସୁବିଧାର ପ୍ରତିଶୃତି ଦିଆଯାଇଥିଲା ।" 

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ମହଙ୍ଗା ଭତ୍ତା!

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଜାନୁଆରୀ ୧୫ରୁ ବ୍ରିସବେନରେ ଖେଳାଯିବ । କୋରୋନା ମାମଲା ବୃଦ୍ଧି କାରଣରୁ ନ୍ୟୁ ସାଉଥ ୱେଲ୍ସ ସୀମାରେ ଲକଡାଉନ୍ ଯୋଗୁଁ ହୋଟେଲରେ ପୃଥକବାସର କଠୋର ନିୟମ ରହିଛି । ଖେଳାଳିଙ୍କୁ ପରସ୍ପର ସହ ଭେଟିବାକୁ ଅନୁମତି ଦିଆଯାଇଛି କି ନାହିଁ ପଚରାଯିବାରୁ ସେ କହିଛନ୍ତି, ହଁ, ସେମାନଙ୍କୁ ଏକ ଟିମ୍ ରୁମ୍ ଦିଆଯାଇଛି ଏବଂ ସେମାନେ ହୋଟେଲ ମଧ୍ୟରେ ପରସ୍ପରକୁ ଭେଟିପାରିବେ ।

ଅଧିକ ପଢ଼ନ୍ତୁ:-କୋରୋନା ଅପେକ୍ଷା ଏହି ୬ଟି ରୋଗ ଅଧିକ ବିପଜ୍ଜନକ, କାହିଁକି ଏହାକୁ ନେଇ ଚେତାବନୀ ଦେଉଛନ୍ତି ବୈଜ୍ଞାନିକ?

ଦୈନିକ ଜାଗରଣର ଖବର ଅନୁଯାୟୀ, ଭାରତୀୟ ଦଳର ସଦସ୍ୟ ହୋଟେଲ ବିଷୟରେ କହିଛନ୍ତି ଯେ ଆମକୁ ରୁମରେ ବନ୍ଦ କରିଦିଆଯାଇଛି । ଆମକୁ ନିଜ ଶଯ୍ୟାକୁ ଠିକ୍ ରଖିବାକୁ ପଡିବ । ଏହା ସହିତ ନିଜ ଶୌଚାଳୟକୁ ମଧ୍ୟ ସଫା କରିବାକୁ ପଡିବ । ଆମ ପାଇଁ ଖାଦ୍ୟ ଭାରତୀୟ ରେଷ୍ଟୁରାଣ୍ଟରୁ ଆସିବ । ଆମକୁ ଯେଉଁ ଫ୍ଲୋର ଦିଆଯାଇଛି ଆମେ ସେହି ଫ୍ଲୋରରୁ ବାହାରକୁ ଯାଇପାରିବୁ ନାହିଁ ।