ନୂଆଦିଲ୍ଲୀ: ଫେବ୍ରୁଆରୀରେ ଭାରତ ଗସ୍ତରେ ଆସୁଛି ଇଂଲଣ୍ଡ କ୍ରିକେଟ ଟିମ। ପ୍ରାୟ ୨ ମାସ ଧରି ଦଳ ଭାରତରେ ରହିବ। ଏହି ସମୟରେ ଟିମ ଇଣ୍ଡିଆ ସହ ଭ୍ରମଣକାରୀ ଦଳ କ୍ରିକେଟର ସମସ୍ତ ଫର୍ମାଟର ସିରିଜ ଖେଳିବ। ଏଥିରେ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ ବି ରହିଛି। BCCI ପକ୍ଷରୁ ଗୁରୁବାର ଭାରତ ବନାମ ଇଂଲଣ୍ଡର ମ୍ୟାଚ ସିଡ୍ୟୁଲ୍ଡ ଘୋଷଣା କରାଯାଇଛି।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ଟିକିଆ ଟେଷ୍ଟ, ୫ ଟିକିଆ T20 ଓ ୩ ଟିକିଆ ଦିନିକିଆ (ODI) ସିରିଜ ଖେଳାଯିବ। ଦ୍ୱିତୀୟ ଥର ପାଇଁ ଭାରତରେ ପିଙ୍କ୍ ବଲ (Pink Ball) ରେ ଟେଷ୍ଟ ମ୍ୟାଚ୍ ହେବ। ଯାହାକୁ ନେଇ BCCI ଉତ୍ସାହିତ ଅଛି। ଦେଶର ମୋଟ ୩ଟି ଭେନ୍ୟୁ (ଅହମ୍ମଦାବାଦ, ପୁନେ ଓ ଚେନ୍ନାଇ) ରେ ସମସ୍ତ ୧୨ଟି ମ୍ୟାଚ ଆୟୋଜନ ହେବ। ତେବେ ଅହମ୍ମଦାବାଦ ମୋଟେରା ଗ୍ରାଉଣ୍ଡ (Motera Stadium) ରେ ସର୍ବାଧିକ ୭ଟି ମ୍ୟାଚ ହେବ। ଯେଉଁଥିରେ ଗୋଟିଏ ଦିବାରାତ୍ର ଟେଷ୍ଟ୍ (Day Night Test) ସାମିଲ ଅଛି।
ଫେବ୍ରୁଆରୀ ୫ରୁ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ବି ଚେନ୍ନାଇରେ ଖାଳାଯିବ। କିନ୍ତୁ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଯେଉଁଥିରେ ଗୋଟିଏ ଦିବାରାତ୍ର ମ୍ୟାଚ ରହିଛି। ଯାହା ୨୪ ତାରିଖରେ ଖେଳାଯିବ। ମାର୍ଚ୍ଚ ୮ରେ ଟେଷ୍ଟ ସରିଜ ସରୁଥିବା ବାଳେ ୧୨ ମାର୍ଚ୍ଚରୁ T20 ସିରିଜ ଆରମ୍ଭ ହେବ। ତେବେ T20ର ସମସ୍ତ ୫ଟି ମ୍ୟାଚ ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବା ନେଇ BCCI ପକ୍ଷରୁ ସୂଚୀ ପ୍ରାକାଶିତ ହୋଇଛି।
ସେହିପରି ମାର୍ଚ୍ଚ ୨୩ରୁ ପୁନେରେ ଦିନିକିଆ ସିରିଜ ଆରମ୍ଭ ହେବ। ସମସ୍ତ ୩ଟି ମ୍ୟାଚ୍ ପୁନେରେ ହିଁ ଖେଳାଯିବ। ତେବେ ମାର୍ଚ୍ଚ ୨୮ରେ ଅନ୍ତିମ ଦିନିକିଆ ସହ ଇଂଲଣ୍ଡ (England) ର ଭାରତ ଗସ୍ତ ଶେଷ ହେବ। ସେପଟେ ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବର ବେଳକୁ ଭାରତରେ T20 ବିଶ୍ୱକପ ହେବ। ଯାହାକୁ ନେଇ BCCI ପ୍ରସ୍ତୁତି ଆରମ୍ଭ କରି ଦେଇଛି।
ଇଂଲଣ୍ଡ ବପକ୍ଷ T20 ପାଇଁ ବିରାଟ ବାହୀନି ଫିଟ୍ ଥିବା ବେଳେ ଦିନିକିଆ ପାଇଁ ଆହୁରି ଅଧିକା କଷ୍ଟ କରିବାକୁ ପଡିବ। ତେବେ ଏଥର ଟିମ ଇଣ୍ଡିଆରେ ୱିକେଟ କିପର ତଥା ବ୍ୟାଟସମ୍ୟାନ ପାର୍ଥିବ ପଟେଲ ନଜର ଆସିବେ ନାହିଁ। କାରଣ ବୁଧବାର ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ଡିସେମ୍ବର ୧୭ରେ ୪ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟଚ ଆଡିଲେଡ ଗ୍ରାଉଣ୍ଡରେ ଖେଳିବ।