• ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କୋରୋନା ପିକ୍‌ରେ ରହିପାରେ
  • ଅକ୍ସିଜେନ୍, ବେଡ, ICU ଯଥେଷ୍ଟ ପରିମାଣର ରହିଛି
  • ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସି.ବି.କେ. ମହାନ୍ତିଙ୍କ ସୂଚନା
  • ଓଡ଼ିଶାରେ ମାଟ୍ରିକ ପରୀକ୍ଷା ବାତିଲ
  • ମହାମାରୀ ଭିତରେ ମାଟ୍ରିକ ପରୀକ୍ଷା ବାତିଲ କଲେ ମନ୍ତ୍ରୀ ସମୀର ଦାସ।
  • ମୂଲ୍ୟାଙ୍କନ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋର୍ଡ: ରାମାଶିଷ ହାଜରା
  • କଟକରେ କୁମ୍ଭମେଳା ଫେରନ୍ତା ଆଉ ୧୩ ପଜିଟିଭ ଚିହ୍ନଟ
  • ଆଜିଠୁ ବ୍ରହ୍ମପୁରରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ
  • ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ୫ ଦିନ ପାଇଁ ବନ୍ଦ
  • ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ କରୋନା ଚିହ୍ନଟ ହେବା ପରେ ନିଷ୍ପତ୍ତି

ପିଓକେ-ବାଲାକୋଟ ପରେ ଫାଇନାଲ ସର୍ଜିକାଲ ଷ୍ଟ୍ରାଇକ କରିବ ଭାରତ,ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ!

ଆତଙ୍କବାଦକୁ ସମୂଳେ କରିବା ପାଇଁ ଅନ୍ତିମ ଲଢେଇ ଆରମ୍ଭ କରିବା ନେଇ ସ୍ପଷ୍ଟ କରିସାରିଛି ଭାରତ।

ପିଓକେ-ବାଲାକୋଟ ପରେ ଫାଇନାଲ ସର୍ଜିକାଲ ଷ୍ଟ୍ରାଇକ କରିବ ଭାରତ,ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ!

ଅମିତ ମହାନ୍ତି, ନୂଆଦିଲ୍ଲୀ: ଥରେ ନୁହେଁ ବରଂ ଦୁଇ ଦୁଇ ଥର ପିଓକେ ସର୍ଜିକାଲ ଷ୍ଟ୍ରାଇକ (POK Surgical Strike), ବାଲାକୋଟ ଏୟାର ଷ୍ଟ୍ରାଇକ ( Balakot Air strike) ମାଡ ଚାଖିବା ପରେ ମଧ୍ୟ ଆତଙ୍କବାଦୀଙ୍କ ପୃଷପୋଷକ ଭାବେ ଅପବାଦ ମୁଣ୍ଡାଇଥିବା ବେଲଜ୍ଜା ପାକିସ୍ତାନ (Pakistan) ସୁଧୁରିବାର ନାଁ ଧରୁନାହିଁ। କୁକୁର ଲାଙ୍ଗୁଡ ଯେମିତି ସବୁବେଳେ ବଙ୍କା ରହିଥା ଠିକ ସେମିତି ପାକିସ୍ତାନର ଅବସ୍ଥା। ପୂର୍ବରୁ ହାରିଥିବା ଯୁଦ୍ଧର ପ୍ରତିଶୋଧ ନେବା ଅଥବା ନିଜ ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାକୁ ଯାଇ ବାରମ୍ବାର ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ସବୁବେଳେ ଷଡଯନ୍ତ୍ର ରଚିଆସୁଛି ପାକିସ୍ତାନ। 

ହେଲେ ଆତଙ୍କବାଦକୁ ଦମନ କରିବାକୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଏଭଳି ଷଡଯନ୍ତ୍ରପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଉଛି ଭାରତ। ହେଲେ ବାରମ୍ବାର ବିଫଳ ହେବା ସତ୍ତ୍ୱେ ଆତଙ୍କବାଦୀଙ୍କ ସମର୍ଥକ ଭାବେ ଚର୍ଚ୍ଚାରେ ରହିଥିବା ପାକିସ୍ତାନ ନିଜର ବିବାଦୀୟ ଭାବମୂର୍ତ୍ତକୁ ପରିବର୍ତ୍ତନ କରିବା ପାଇଁ କେବେ ପ୍ରୟାସ କରିନାହିଁ। ପୁଣି ଥରେ ହୋଇପାରେ ଆଉ ଏକ ଷ୍ଟ୍ରାଇକ୍। ଆଉ ତାହାର ସମୟଗଣନା (Countdown) ଆରମ୍ଭ ହୋଇଯାଇଛି।

ଆତଙ୍କବାଦ ଦମନ ପ୍ରସଙ୍ଗରେ ସମୟ ସହ ବଦଳିଛି ଭାରତର ଆଭିମୁଖ୍ୟ। ବର୍ତ୍ତମାନର ଭାରତ ସେହି ଭାରତ ନୁହେଁ ଯାହା ୧୨ ବର୍ଷ ପୂର୍ବରୁ ଘଟିଥିବା ୨୬/୧୧ ମୁମ୍ବାଇ ଆକ୍ରମଣ (26/11 Mumbai Attack) ଘଟଣା ପରେ ଚୁପ୍ ରହିଯାଇଥିଲା। ବର୍ତ୍ତମାନର ସଶକ୍ତ ଏବଂ ସମୃଦ୍ଧ ଭାରତ ବୁଝେ ଏବଂ ବୁଝାଇପାରେ। ଯଦି ଶତ୍ରୁ ପକ୍ଷ ଭାରତ ସହ ପ୍ରତିରକ୍ଷା ସମ୍ପର୍କିତ କୌଣସି ପ୍ରସଙ୍ଗରେ ଚ୍ୟାଲେଞ୍ଜ ଦିଏ ତାହେଲେ ଏହାର ଜବାବ ଦେବାକୁ ଯାଇ ପ୍ରଚଣ୍ଡ ପ୍ରହାର ମଧ୍ୟ କରିପାରେ।

୨୦୧୬ ଉରୀ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀର-ପିଓକେ (POK-Pakistan Occupied Kashmir) ଅଞ୍ଚଳରେ ଆତଙ୍କୀ ଗଡରେ ପଶି ସେମାନଙ୍କୁ ଖୋଜିଖୋଜି ନିପାତ କରିଥିଲା ଭାରତୀୟ ସେନା।  ଅନ୍ୟପଟେ ସୀମାରେ  ଯଦି ପାକିସ୍ତାନ ସେନା ଗୁଳି ଚଳାଉଛି ତାହେଲେ ଏହାର ଜବାବ ତୋପ ମାଧ୍ୟମରେ ଦେଉଛି ଭାରତ। ଆଉ ବର୍ତ୍ତମାନ ସମୟରେ ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ହେଲେ ପାକିସ୍ତାନ କିମ୍ବା ଏହା ଦ୍ୱାରା ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଆତଙ୍କୀ ଭାରତ ସୀମାରେ ପଶି ଆକ୍ରମଣ କରିବାକୁ ସବୁବେଳେ ସୁଯୋଗ ଅପେକ୍ଷାରେ ରହୁଛନ୍ତି। ଆତଙ୍କବାଦକୁ ସମୂଳେ କରିବା ପାଇଁ ଅନ୍ତିମ ଲଢେଇ (Final Strike)ଆରମ୍ଭ କରିବା ନେଇ ସ୍ପଷ୍ଟ କରିସାରିଛି ଭାରତ। 

 

ଚଳିତ ବର୍ଷ ନଭେମ୍ବର ୧୯ ତାରିଖରେ କାଶ୍ମୀରର ନାଗରୋଟା ଠାରେ ଜୈଶ ସଙ୍ଗଠନର ୪ ଆତଙ୍କବାଦୀଙ୍କ ଉପସ୍ଥିତି ବାବଦରେ ଖବର ମିଳିବା ସେମାନଙ୍କୁ ତତ୍କାଳ ନିପାତ କରିଥିଲା ଭାରତୀୟ ସେନା। ଅନ୍ୟପଟେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଏହି ସଙ୍ଗଠନର ୨ ଆତଙ୍କବାଦୀ ଧରାପଡିଥିଲେ। ଏ ଘଟଣା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞକୁ ଚେତାନୀ ଦେବା ଉଦ୍ଦେଶ୍ୟରେ ଜଣାଇଦେଲେ ଆତଙ୍କବାଦୀଙ୍କୁ ସମର୍ଥନ ଦେବା କର ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହ।

ବଢିଚାଲିଥିବା ଆତଙ୍କବାଦୀ ଗତିବିଧିକୁ ଧ୍ୟାନରେ ରଖି ଭାରତ ପକ୍ଷରୁ ପାକିସ୍ତାନୀ ସେନା ସହ ସରକାରଙ୍କୁ ଶେଷ ଚେତାବୀନ ଦିଆଯାଇସାରିଛି। ଯଦି ସୀମା ପାର୍ କରି ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରନ୍ତି ତାହଲେ ପିଓକେ-ବାଲକୋଟ ଠାରେ ହୋଇଥିବା ଷ୍ଟ୍ରାଇକର ପୁନରାବୃତ୍ତି କରାଯିବ।

ନାଗରୋଟାରେ ନିପାତ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସହ ସମ୍ପୃକ୍ତ। ଏହା ସହ ସେମାନେ ମସୁଦ ଅଜହର ଭାଇ ଅବଦୁଲ ରଉଫ୍ ଅଜହର ଓରଫ୍ ରଉଫ୍ ଲାଲା ସହ ସମ୍ପର୍କରେ ଥିଲେ। ଯାହାର ଉଦ୍ଦେଶ୍ୟ ଥିଲା କାଶ୍ମୀରରେ ପୁଲୱାମା ଭଳି ଆକ୍ରମଣ କରିବା। ସେଥିପାଇଁ ସେମାନେ ଏକ ଟ୍ରକକୁ ବଙ୍କର ଭାବେ ତିଆରି କରି ବ୍ୟବହାର କରିଥାନ୍ତେ। ଆତଙ୍କୀବାଦଙ୍କ ପାକିସ୍ତାନ ରହିଥିବା ସମ୍ପର୍କ ଏବେ ସ୍ପଷ୍ଟ ଭାବେ ବିଶ୍ୱ ସମୁଦାୟକୁ ଦୃଶ୍ୟମାନ ହୋଇସାରିଲାଣି। 

ଆଉ ପାକିସ୍ତାନୀ କୋର୍ଟ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ହାଫିଜ ସଇଦକୁ ୧୦ ବର୍ଷର ଦଣ୍ଡାଦେଶ ଶୁଣାଇ ଭାରତ ଆଖିରେ ଧୂଳି ପକାଇବା ଭଳି କାମ କରିଛନ୍ତି। ଯେତେ ଯାହା ହେଲେ ଯଦି ପାକିସ୍ତାନ ଏମିତି ଷଡଯନ୍ତ୍ର କରିଚାଲିଥିବ ତାହେଲେ ପୁଣି ଥରେ ଷ୍ଟ୍ରାଇକ୍ କରିବା ପାଇଁ ଭାରତକୁ ବେଶୀ ସମୟ ଲାଗିବ ନାହିଁ।

ବିଗତ ୧୨ ବର୍ଷ ତଳେ ପାକିସ୍ତାନ ଭାରତର ଛାତିରେ ଯେଉଁ କ୍ଷତି କରିଥିଲା ତାହାର ଭରଣା ଏ ପର୍ଯ୍ୟନ୍ତ ହୋଇନାହିଁ। ପୁଲୱାମା ଆକ୍ରମଣର ପ୍ରତିଶୋଧ ଭାରତ ନେଇସାରିଛି। ହେଲେ ମୁମ୍ବାଇ ଆକ୍ରମଣର ପ୍ରତିଶୋଧ ନେବା ଏବେ ବାକି ରହିଛି। ପାକିସ୍ତାନ ନିଜର ପ୍ରକୃତି ଛାଡିବାର ନା ଧରୁନାହିଁ ଆଉ ଏମିତିରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଦାବି ଜୋର ଧରୁଛି।

Also Read: ସ୍କୁଲ ନୁହେଁ ପାକିସ୍ତାନରେ ଚାଲୁଛି ଆତଙ୍କୀ ବିଶ୍ୱବିଦ୍ୟାଳୟ, ତାଲିମ ଦେଉଛନ୍ତି ମୌଲନା

 

ଜମ୍ମୁସ୍ଥିତ ନାରଗୋଟା ଟୋଲ୍ ପ୍ଲାଜା ଠାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନେ ଯେଉଁ ଟ୍ରକରେ ଆସିଥିଲେ ସେହି ଟ୍ରକ ଜମ୍ମୁର ସାମ୍ବା ଜିଲ୍ଲାର ସରୋର୍ ଟୋଲ୍ ପ୍ଲାଜା ପାର୍ କରି ଆସିଥିଲା। ପାକିସ୍ତାନରେ ବସିଥିବା ଆତଙ୍କବାଦୀଙ୍କ ପାଳନକର୍ତ୍ତା ୨୬/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତୀ ଅବସରରେ ଭାରତରେ ବଡ ଧରଣର ବିସ୍ଫୋରଣ କରିବାକୁ ସେମାନଙ୍କୁ ପଠାଇଥିଲେ, ହେଲେ ଭାରତୀୟ ସେନାର ସତର୍କତା କାରଣରୁ ଏହି ଷଡଯନ୍ତ୍ର ସଫଳ ହୋଇପାରିନଥିଲା। 

ନିହତ ଆତଙ୍କବାଦୀଙ୍କ ନିକଟରୁ ଯେଉଁ ସାମଗ୍ରୀ ଜବତ ହୋଇଛି ତାହା ପାକିସ୍ତାନର ମୁଖା ଖୋଲିଦେଇଛି। କେବଳ ଏତିକି ନୁହେଁ ମୃତ ଆତଙ୍କବାଦୀ ପାକିସ୍ତାନରେ ବସିଥିବା ସେମାନଙ୍କ ମୁଖିଆଙ୍କ ସହ ଲଗାତାର ଯୋଗାଯୋଗରେ ରହିଥିଲେ। ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନ ନିର୍ମିତ ମୋବାଇଲ୍ ଫୋନ ଜବତ କରିଛନ୍ତି। ଏଥିରେ ପାକିସ୍ତାନୀ ସିମକାର୍ଡ ଥିଲା। ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମିଳିଥିବା ଡିଜିଟାଲ ମୋବାଇଲ୍ ରେଡିଓକୁ ପାକିସ୍ତାନୀ କମ୍ପାନୀ ମାଇକ୍ରୋ ଇଲେକଟ୍ରୋନିକ୍ସ ତିଆରି କରିଛି। ଆତଙ୍କବାଦୀ ପାକିସ୍ତାନରୁ ଭାରିମାତ୍ରାରେ ଗୋଳାବାରୁଦ ଏବଂ ହତିଆର ସହ ଭାରତରେ ଅନୁପ୍ରବେଶ କରିଥିଲେ।

ଯେଉଁ ଭଳି ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ୨୦୦୮ରେ ମୁମ୍ବାଇରେ ଆକ୍ରମଣ କରିଥିଲେ ଏବେ ସେପରି ହମଲା କରିବା ସମ୍ଭବ ନୁହେଁ। ସ୍ଥଳ ଏବଂ ଜଳ ସେନା ମୁଖ୍ୟ ପାକିସ୍ତାନକୁ ଚେତାବନୀ ଦେଇ ସାରିଛନ୍ତି । ଯଦି ଆତଙ୍କବାଦୀ ଅନୁପ୍ରବେଶ କରନ୍ତି ତାହେଲେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ। ଆଉ ସମୁଦ୍ର ମାଧ୍ୟମରେ ଭାରତ ଅନୁପ୍ରବେଶ କରିବାକୁ ପ୍ରୟାସ କରନ୍ତି ତାହେଲେ ସେମାନଙ୍କ ଜଳ ସମାଧି ସୁନିଶ୍ଚିତ।

ମୁମ୍ବାଇ କିମ୍ବା ଉରୀ ଆକ୍ରମଣ ଭଳି  ଆତଙ୍କୀ ଆକ୍ରମଣ ଘଟଣା ଯଦି ପୁନର୍ବାର ଘଟେ ତାହଲେ ଏହା ପାକିସ୍ତାନ ବର୍ବାଦ ହେବାର କାରଣ ସାଜିପାରେ। କାରଣ ଭାରତରେ ଏବେ ସରକାର ଅଛନ୍ତି ଯିଏ ଘରେ ପଶି ମାରିବାର ବିଶ୍ୱାସ ରଖୁଛନ୍ତି। ଭାରତୀୟ ସେନା ଏବେ ଏତେ ଆକ୍ରାତ୍ମକ ରହିଛି ପ୍ରଥମେ ମାରିବ ପରେ ଲାଭକ୍ଷତି ଚିନ୍ତା କରିବ।

ପାକିସ୍ତାନ ସୀମରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ମାତ୍ରେ ଏହାର ଜବାବ ଦେଇଛି ଭାରତୀୟ ସେନା। ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ  ଭୟଭୀତ ହୋଇଉଠିଛନ୍ତି ପାକିସ୍ତାନରେ କ୍ଷମତାସୀନ ଇମରାନ ସରକାର। 

Also Read:ଡ୍ରାଗନ ହୋଇପଡିଛି ଭୟଭୀତ, ଅକ୍ସାଇ ଚୀନ ଦଖଲ କରିନେବ ଭାରତ!

 

ଯେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଏବଂ ସେନା ମୁଖ୍ୟ ବାଜୱାଙ୍କ ବିଷାକ୍ତ ଯୋଡି ଭାରତ ବିରୁଦ୍ଧରେ କୌଣସି ଷଡଯନ୍ତ୍ର ରଚିଛନ୍ତି ତାହାର ପରିଣାମ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଦୀପାବଳୀର ଠିକ୍ ଗୋଟିଏ ଦିନ ଆଗରୁ ନୀରିହ ଭାରତୀୟଙ୍କୁ ଟାର୍ଗେଟ କରି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ହେଲେ ଏହି ଅବସରରେ ଯେତେବେଳେ ଭାରତ ପକ୍ଷରୁ ପାକିସ୍ତାନକୁ ଦିପାବଳୀ ଉପହାର ଦିଆଗଲା ସେତେବେଳେ ପାକିସ୍ତାନୀ ସେନା ବଙ୍କର ଉଡି ଧ୍ୱଂସ ହୋଇଗଲା।

ଛଳନା କରି ଆକ୍ରମଣ କରିବା ପାକିସ୍ତାନର ପୁରୁଣା ଅଭ୍ୟାସ। ହେଲେ ଶତ୍ରୁଙ୍କ ଏହି ଛଳନାର ଜବାବ ଦେବା ଆମ ଦେଶର ମଧ୍ୟ ଅଭ୍ୟାସ ହୋଇଗଲାଣି। କାରଣ ପିଏମ ମୋଦିଙ୍କ ନେତୃତ୍ୱରେ ଭାରତୀୟ ସୈନିକ କୌଣସି ନିର୍ଦ୍ଦେଶ ପାଇଁ ଅପେକ୍ଷା କରିଥାନ୍ତି ନାଁ ସରକାରୀ ନିୟମ ନେଇ କୌଣସି ଭୟ ରହିଛି। କାରଣ ମୋଦି ସରକାର ପ୍ରତ୍ୟେକ ପରିସ୍ଥିତିରେ ସେନା ସହ ଛିଡା ହୋଇଛନ୍ତି। ସେଥିପାଇଁ ଗଲୱାନ ବୀରଙ୍କୁ ଭେଟିବାକୁ ମୋଦି ସିଧାସଳଖ ଲେହରେ ପହଞ୍ଚିଥିଲେ।

ପିଏମ ମୋଦି ଦେଶର ବୀର ପୁତ୍ରଙ୍କ ମନରେ ବୀରତ୍ୱର ଜ୍ୱାଳା ସୃଷ୍ଟି କରିଛନ୍ତି। ଯାହା ଚୀନରୁ ନେଇ ପାକିସ୍ତାନ ଯାଏ ସମସ୍ତଙ୍କୁ ଭସ୍ମ କରିପାରିବ। ଏଥିପାଇଁ ବିଶ୍ୱର ପ୍ରତିଟି ଶକ୍ତି ଭାରତ ଏବଂ ପିଏମ ମୋଦିଙ୍କୁ ସମ୍ମାନ ଜଣାଉଛି। ଭାରତର ଶାନ୍ତିର ସନ୍ଦେଶ ବିଶ୍ୱବ୍ୟାପୀ ଜାଣିସାରିଛି। ସେଥିପାଇଁ ଚୀନ ଆଲୋଚନା ପାଇଁ ବିଳିବିଳେଇଛି। ଆଉ ଏଥିପାଇଁ ଭାରତକୁ ନେଇ ପାକିସ୍ତାନର ଭୟ ଘାରିଛି।