Advertisement
Article Detail0/zeeodisha/odisha2744848
Zee OdishaOdisha National-Internationalପାକିସ୍ତାନର ନିଦ ହଜାଇବ ଭାରତର INS Tamal

ପାକିସ୍ତାନର ନିଦ ହଜାଇବ ଭାରତର INS Tamal

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଭାରତୀୟ ନୌସେନା ପାଇଁ ଏକ ଭଲ ଖବର ଆସିଛି। ଭାରତ ମେ ୨୮ ତାରିଖରେ ଋଷଠାରୁ ବହୁମୁଖି ମିସାଇଲ୍ ଫ୍ରିଗେଟ୍ 'ଆଇଏନଏସ୍ ତମାଲ' ପାଇବାକୁ ଯାଉଛି। ତଥାପି ଏହାକୁ ଜୁନ୍ ୨୦୨୫ରେ ଆନୁଷ୍ଠାନିକ ଭାବରେ ଭାରତୀୟ ନୌ

ପାକିସ୍ତାନର ନିଦ ହଜାଇବ ଭାରତର INS Tamal

INS Tamal: ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଭାରତୀୟ ନୌସେନା ପାଇଁ ଏକ ଭଲ ଖବର ଆସିଛି। ଭାରତ ମେ ୨୮ ତାରିଖରେ ଋଷଠାରୁ ବହୁମୁଖି ମିସାଇଲ୍ ଫ୍ରିଗେଟ୍ 'ଆଇଏନଏସ୍ ତମାଲ' ପାଇବାକୁ ଯାଉଛି। ତଥାପି ଏହାକୁ ଜୁନ୍ ୨୦୨୫ରେ ଆନୁଷ୍ଠାନିକ ଭାବରେ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ସୂଚନା ରହିଛି। 

୨୦୧୬ରେ ଋଷ ସହିତ ହୋଇଥିଲା ଚୁକ୍ତି
୨୦୧୬ ମସିହାରେ ରୁଷ ଏବଂ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ ରୁଷକୁ ୪ଟି ତଲୱାର ଶ୍ରେଣୀର ଷ୍ଟିଲଥ୍ ଫ୍ରିଗେଟ୍ ନିର୍ମାଣର ଦାୟିତ୍ୱ ଦିଆଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୯ ଡିସେମ୍ବର ୨୦୨୪ରେ ଆଇଏନଏସ ତୁଷିଲକୁ ଭାରତୀୟ ନୌସେନାରେ ସାମିଲ କରିଥିଲେ। ଏବେ ରୁଷ ଭାରତୀୟ ନୌସେନାକୁ ଏନଏସ ତମାଲ ପଠାଉଛି। ଋଷରେ ନୌସେନା କ୍ରୁକୁ 'ଆଇଏନଏସ ତମାଲ' ବ୍ୟବହାର କରିବା ପାଇଁ ମଧ୍ୟ ତାଲିମ ଦିଆଯାଉଛି।

ବିଶ୍ୱର ସବୁଠାରୁ ଘାତକ ଯୁଦ୍ଧ ଜାହାଜ ହେଉଛି ଆଇଏନଏସ ତମାଲ
INS ତମାଲ ବିଶ୍ୱର ସବୁଠାରୁ ଘାତକ ଯୁଦ୍ଧଜାହାଜ ମଧ୍ୟରୁ ଗୋଟିଏ। ଏହାକୁ ଅଧିକ ବିପଜ୍ଜନକ କରିବା ପାଇଁ, ଏଥିରେ ଜାହାଜ ବିରୋଧୀ କ୍ଷେପଣାସ୍ତ୍ର ବ୍ରହ୍ମୋସ ମଧ୍ୟ ଲଗାଯାଇଛି। INS ତମାଲରେ ବହୁ-ଭୂମିକାର୍ଯ୍ୟ ସମ୍ପନ୍ନ ହେଲିକପ୍ଟର ନିୟୋଜିତ ହୋଇପାରେ। ଏଗୁଡ଼ିକ ନିରୀକ୍ଷଣରେ ପ୍ରଭାବଶାଳୀ ଏବଂ ଯୁଦ୍ଧ ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

Add Zee News as a Preferred Source

ତମାଲର କ୍ଷମତା
ଘଣ୍ଟା ପ୍ରତି ୩୦ ନଟିକାଲ ମାଇଲ ବେଗରେ ଗତି କରିବାର କ୍ଷମତା ରହିଛି ତମାଲ ନିକଟରେ। ଏହା ବ୍ୟତୀତ ଗୋଟିଏ ଥରରେ ୩୦୦୦ କିମି ଦୂର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହା ସହିତ ଜାହାଜ ବିରୋଧୀ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କ୍ଷମତା ରହିଥିବା ବେଳେ ଶତ୍ରୁ ସବମେରିନ୍‌ର ମୁକାବିଲା ପାଇଁ ଆଣ୍ଟି-ସବମେରିନ୍ ରକେଟ୍ ଏବଂ ଟର୍ପେଡୋ ସହିତ ସଜ୍ଜିତ ରହିଛି। ଏହି ଯୁଦ୍ଧଜାହାଜର ଓଜନ ପ୍ରାୟ ୩୯୦୦ ଟନ୍।  ଏଥିରେ ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇପାରିବ।

About the Author