Advertisement
Article Detail0/zeeodisha/odisha682760

ଦୁନିଆର ଏକମାତ୍ର ଅଶ୍ୱବାହିନୀ ସେନା ଭାରତରୁ ନେବ ବିଦାୟ

ବିଶ୍ୱରେ ଏବେ ଘୋଡ଼ାସବାର ସେନା ଆଉ କୌଣସି ସ୍ଥାନରେ ଦେଖିବାକୁ ମିଳୁନି । ଯଦି ତାହା କେଉଁଠି ଅଛି ତ କେବଳ ଭାରତରେ । ବିଗତ ଦିନମାନଙ୍କରେ ରାଜାରାଜୁଡ଼ା କାଳରେ ହଜାର ହଜାର ସଂଖ୍ୟାରେ ଯୁଦ୍ଧ ଏବଂ ଲଢେଇ ସହ ଜଡ଼ିତ ଏହି ସେନା ଏବେ ନିଜେ ଏକ ସ୍ମୃତି ପାଲଟିଯିବାକୁ ବସିଛି ।

ଦୁନିଆର ଏକମାତ୍ର ଅଶ୍ୱବାହିନୀ ସେନା ଭାରତରୁ ନେବ ବିଦାୟ

ଜିନୁ ଜେନା, ଭୁବନେଶ୍ୱର: ଜେଟ୍ ଯୁଗରେ ଏବେ ସେନାକୁ ଆଉ ଘୋଡ଼ାର ଦରକାର ଅଛି ନା ଘୋଡ଼ାସବାର ସେନାର । ଏହା ଏକ ରାଜକୀୟ ପରମ୍ପରା ଥିଲା ଭାରତର । ଯାହା ଏବେ ସ୍ମୃତିରେ କେବଳ ଉଦଜୀବିତ ରହିବ । ଭାରତୀୟ ସେନାରେ ଘୋଡ଼ାସବାର ସେନାକୁ ବଦଳାଯାଇ ଟ୍ୟାଙ୍କକୁ ଗୁରୁତ୍ୱ ଦିଆଯିବ ।

ଘୋଡ଼ାର ସ୍ଥାନ ନେବ ଟ୍ୟାଙ୍କ୍

ବିଶ୍ୱରେ ଏବେ ଘୋଡ଼ାସବାର ସେନା ଆଉ କୌଣସି ସ୍ଥାନରେ ଦେଖିବାକୁ ମିଳୁନି । ଯଦି ତାହା କେଉଁଠି ଅଛି ତ କେବଳ ଭାରତରେ । ବିଗତ ଦିନମାନଙ୍କରେ ରାଜାରାଜୁଡ଼ା କାଳରେ ହଜାର ହଜାର ସଂଖ୍ୟାରେ ଯୁଦ୍ଧ ଏବଂ ଲଢେଇ ସହ ଜଡ଼ିତ ଏହି ସେନା ଏବେ ନିଜେ ଏକ ସ୍ମୃତି ପାଲଟିଯିବାକୁ ବସିଛି । ଏହାର ପରିଚୟ ଦେବା ଔପଚାରିକତା ଠାରୁ ଅଧିକ ନୁହଁ କିନ୍ତୁ ନୂତନ ପୀଢି ପାଇଁ ଆବଶ୍ୟକ ମଧ୍ୟ । ଏହା ଭାରତର ୬୧ତମ ଅଶ୍ୱବାହିନୀ ସେନା ଯାହା ଏକ ସମୟପଯୋଗୀ ପରିବର୍ତ୍ତନର ଅଂଶ ପାଲଟିବାକୁ ଯାଉଛି । ଏବେ ଏଥିରେ ଘୋଡ଼ା ବଦଳରେ ଟ୍ୟାଙ୍କ ବ୍ୟବହାର ହେବ । ଏହି ଘୋଡ଼ାକୁ ଅନ୍ୟ କୌଣସି କାମ ପାଇଁ ଦିଲ୍ଲୀ ପଠାଇ ଦିଆଯିବ ।

Add Zee News as a Preferred Source

ସେନାର ପୁରୁଣା ଅଧିକାରୀ ଖୁସି ନାହାନ୍ତି

ଏହି ନିଷ୍ପତ୍ତିରେ ସେନାର ପୁରୁଣା ଅଧିକାରୀମାନଙ୍କ ମଧ୍ୟରେ ପ୍ରସନ୍ନତା ଦେଖିବାକୁ ମିଳୁନି । ସେନାର ଐତିହାସିକ ଅଂଗ ପାଲଟି ରହିଥିବା ଘୋଡ଼ା ସବାର ସେନା ସମାପ୍ତ ହେବାକୁ ବସିଛି ଏବଂ ଏଥିରେ ଉପସ୍ଥିତ ଘୋଡ଼ାକୁ ହଟାଇ ଟ୍ୟାଙ୍କ ଲଗାଯିବ । ଅନ୍ୟପକ୍ଷରେ ଘୋଡ଼ାମାନଙ୍କୁ ଅନ୍ୟକାମରେ ଲଗାଯିବ । ସେନାର ଏହି ପୁରୁଣା ଅଧିକାରୀଙ୍କ କହିବା ହେଲା ଭାରତର ଏହି ଐତିହାସିକ ପରମ୍ପରାର ରକ୍ଷା କରାଯିବା ଦରକାର ଏବଂ ଏହିଭଳି ଭାରତର ଅତୀତକୁ ସମ୍ମାନ ଦିଆଯିବା ଦରକାର ।

ଅଶ୍ୱବାହିନୀକୁ ଯୁଦ୍ଧର ଉପଯୋଗରେ ନିଆଯିବ

ନୂଆ ଯୋଜନାର ଅନ୍ତର୍ଗତ ଦୁନିଆ ଏହି ଏକ ମାତ୍ର ଘୋଡ଼ାସବାର ସେନା ଅର୍ଥାତ୍ ଭାରତୀୟ ସେନାର ୬୧ତମ ଅଶ୍ୱବାହିନୀକୁ ସମାପ୍ତ କରାଯାଉନି ବରଂ ଏହାର ରୂପାନ୍ତରଣ କରାଯାଉଛି । ଏହି ଅଶ୍ୱରୋହୀ ରେଜିମେଣ୍ଟରେ ଘୋଡ଼ା ସ୍ଥାନରେ ଟ୍ୟାଙ୍କ ଲଗାଇ ଏହାକୁ ନିୟମିତ ରେଜିମେଣ୍ଟ ବନାଇବା ପାଇଁ ପ୍ରସ୍ତୁତି ଚାଲିଛି । ଯାହାକୁ ପୂର୍ଣ୍ଣରୂପରେ ଯୁଦ୍ଧ ଉପଯୋଗୀ ପାଇଁ ଚାହୁଁଛି ଭାରତୀୟ ସେନା । ଆଜିର ସ୍ଥିତିରେ ଏହାର ବ୍ୟବହାର କେବଳ ବିଭିନ୍ନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ କରାଯାଉଛି ଆଉ ଏହାର ଯବାନ ପୋଲ ଭଳି କ୍ରୀଡା଼ରେ ଭାଗନେଉଥିବା ନଜର ଆସୁଛନ୍ତି । ଏବେ ନବକଳେବର ହେବାର ସମୟ ଆସିଯାଇଛି ।

About the Author