Russia Ukraine War: ଯୁଦ୍ଧରୁ କେଉଁ ଶିକ୍ଷା ପାଇଲା ଭାରତ? ଜବାବ ଦେଲେ ଭାରତୀୟ ସେନା ମୁଖ୍ୟ ମନୋଜ ପାଣ୍ଡେ
India on Russia Ukraine War: ଯେଉଁ ଲୋକ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ଅଛନ୍ତି ସେମାନଙ୍କ ଲାଗି ଋଷିଆ-ୟୁକ୍ରେନ ଯୁଦ୍ଧ ହେଉଛି ଏକ ପ୍ରକୃତ ଉଦାହରଣ। ଯୁଦ୍ଧ ବେଳେ ଏପରି ଏକ ଶିକ୍ଷା ଯାହା ସାମ୍ନାକୁ ଆସିଛି। ତାହା ହେଉଛି ସାମରିକ କାର୍ଯ୍ୟର ଗତି, ତୀବ୍ରତା ଏବଂ ଆନୁଷଙ୍ଗୀକ ସହଯୋଗର ପହଞ୍ଚାଇବାର ସାମର୍ଥ୍ୟ ଉପରେ ନିର୍ଭର କରେ।
Army Chief Manoj Pande: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଚଳିତ ମାସ ୨୫ ତାରିଖରେ ୮ ମାସ ପୂରଣ ହେବାକୁ ଯାଉଛି। ହେଲେ ଏହି କିଏ ବିଜୟୀ ହୋଇଛି ଆଉ କାହାର ପରାଜୟ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ଋଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ୱର ବିଭିନ୍ନ ଦେଶ ଲାଗି ଏକ ଶିକ୍ଷା ପାଲଟିଛି। ଯେଉଁଥିରୁ ବାଦ ପଡି଼ନାହିଁ ଭାରତ।
ପ୍ରାୟ ୮ ମାସ କାଳ ଧରି ପ୍ରତିଦ୍ୱନ୍ଦ୍ୱୀ ୟୁକ୍ରେନ (Ukraine) ସହ ପାରମ୍ପରିକ ସହଯୋଗୀ ଋଷିଆ (Russia) ଲଢୁଥିବା ଯୁଦ୍ଧରୁ ଭାରତ (India) କେଉଁ ଶିକ୍ଷା ପାଇଛି ତାହାର ଜବାବ ରଖିଛନ୍ତି ଭାରତୀୟ ସେନା ମୁଖ୍ୟ ମନୋଜ ପାଣ୍ଡେ (Indian Army Chief Manoj Pande)। ଏନେଇ ପ୍ରତିକ୍ରିୟା ରଖି ସେନା ମୁଖ୍ୟ ପାଣ୍ଡେ କହିଛନ୍ତି ଯେ, ଋଷିଆ-ୟୁକ୍ରେନ ବିବାଦ ଏହା ଦର୍ଶାଉଛି ଯେ ଯୁଦ୍ଧ କେବଳ ସୈନ୍ୟବାହିନୀ ଲଢିନଥାଏ ବରଂ ଏକ ଦେଶର ଉଦ୍ୟମ ଯୁଦ୍ଧରେ ସାମିଲ ହୋଇଥାଏ। ସେପ୍ଟମ୍ବର ୧୨ ତାରିଖ ସୋମବାର ସେନା ଲଜିଷ୍ଟିକ୍ ସମ୍ମିଳନୀରେ (Indian Army Logistics Conference) ଯୋଗ ଦେବା ଅବସରରେ ଏହା କହିଛନ୍ତି ସେନା ମୁଖ୍ୟ। ଏହି ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Defence Minister Rajnath Singh) ମଧ୍ୟ ଯୋଗ ଦେଇଛନ୍ତି।
ସେନା ଲଜିଷ୍ଟିକ୍ ସମ୍ମିଳନୀକୁ ସମ୍ବୋଧିତ କରି ଭାରତୀୟ ସେନା ମୁଖ୍ୟ ମନୋଜ ପାଣ୍ଡେ ଯେ, କୌଣସି ଯୁଦ୍ଧ ଗୋଟିଏ ଦେଶର ସ୍ଥିରତାକୁ ପରୀକ୍ଷା କରେ ଏବଂ ଦେଶର ସମ୍ବଳ ଏବଂ ସାମର୍ଥ୍ୟକୁ ମଜବୁତ କରିଥାଏ। ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ (Russia Ukraine War) ଅଧା ବର୍ଷ ପୂରଣ ହୋଇସାରିଛି। ଯେଉଁ ଲୋକ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ଅଛନ୍ତି ସେମାନଙ୍କ ଲାଗି ଋଷିଆ-ୟୁକ୍ରେନ ଯୁଦ୍ଧ ହେଉଛି ଏକ ପ୍ରକୃତ ଉଦାହରଣ। ଯୁଦ୍ଧ ବେଳେ ଏପରି ଏକ ଶିକ୍ଷା ଯାହା ସାମ୍ନାକୁ ଆସିଛି। ତାହା ହେଉଛି ସାମରିକ କାର୍ଯ୍ୟର ଗତି, ତୀବ୍ରତା ଏବଂ ଆନୁଷଙ୍ଗୀକ ସହଯୋଗର ପହଞ୍ଚାଇବାର ସାମର୍ଥ୍ୟ ଉପରେ ନିର୍ଭର କରେ।
Also Read: ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ସହିତ ସମଗ୍ର ବିଶ୍ୱ ଭୋଗିବ ପରିଣାମ: ରାଜନାଥ ସିଂହ
ମିଳିତ ସାମରିକ ନାଗରିକ ସରଞ୍ଚନା (Joint Military Civil Structures) ସମ୍ବନ୍ଧରେ ଆମେରିକା (America), ବ୍ରିଟେନ (Britain) ଏବଂ ଋଷିଆ (Russia) ବ୍ୟତୀତ ଚୀନ୍ (China) ପକ୍ଷରୁ ନିଆଯାଇଥିବା ଦ୍ରୁତ ପଦକ୍ଷେପ ବାବଦରେ ପ୍ରତିକ୍ରିୟା ରଖି ଏହାର ଆବଶ୍ୟକତା କ'ଣ ସେ ପ୍ରସଙ୍ଗର ମତ ରଖିଛନ୍ତି ସେନା ମୁଖ୍ୟ ମନୋଜ ପାଣ୍ଡେ। ଏନେଇ ସେନା ମୁଖ୍ୟ କହିଛନ୍ତି ଯେ, ଯଦିଓ ସାମରିକ ଭିତ୍ତିଭୂମି (Military Infrastructure) ସୁରକ୍ଷା ବାହିନୀର ତୁରନ୍ତ ତଥା ନିର୍ଦ୍ଦିଷ୍ଟ ଦାବି ପୂରଣ କରିବା ଜାରି ରଖିବ, ହେଲେ ଭାରତୀୟ ଶିଳ୍ପ ସହିତ ସାମରିକ ଏବଂ ସାଧାରଣ ନାଗରିକଙ୍କ ମିଶ୍ରଣ ଭବିଷ୍ୟତରେ ଅଭିଯାନ ଲାଗି କବଚ ଭାବରେ କାର୍ଯ୍ୟ କରିବ।
Also Read: Russia-Ukraine Crisis:ଭାରତୀୟ ଅର୍ଥନୀତି ଉପରେ ପଡ଼ିବ କେଉଁ ପ୍ରଭାବ? ଜବାବ ରଖିଲେ ଅର୍ଥମନ୍ତ୍ରୀ
ଏହି ସମ୍ମିଳନୀରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଭାରତୀୟ ସଶସ୍ତ୍ର ବାହିନୀର (Indian Armed Force) ତିନୋଟି ସେବାର ଏକୀକରଣ ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି। ସାମରିକ ଯନ୍ତ୍ରାଂଶ ପାଇଁ ଏକ ସାଧାରଣ ମଞ୍ଜୁରୀ ବ୍ୟବସ୍ଥା ସ୍ଥାପନ କରିବାକୁ ଉଦ୍ୟମ କରାଯାଉଛି ଯାହା ଦ୍ୱାରା ଗୋଟିଏ ସେବାର ଉତ୍ସ ଅନ୍ୟକୁ ବିନା ବାଧାରେ ହସ୍ତାନ୍ତର କରାଯାଇ ପାରିବ। ପ୍ରତିରକ୍ଷା ମନ୍ତ୍ରୀ ଦେଶର ନାଗରିକ ତଥା ସାମରିକ ହିତାଧିକାରୀଙ୍କ ମଧ୍ୟରେ ଆବଶ୍ୟକ ସମନ୍ୱୟ ଉପରେ ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭାରତ ସ୍ୱାଧିନତାର ଅମୃତ ମହୋତ୍ସବର ଦ୍ୱାର ଦେଶରେ ଠିଆ ହୋଇଛି। କାରଣ ଉଭୟ ପକ୍ଷର ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ଉପସ୍ଥିତି ଏହି ଲକ୍ଷ୍ୟ ହାସଲ ପାଇଁ' ପ୍ରତିବଦ୍ଧତା'କୁ ଦର୍ଶାଉଛି।