ସୂତ୍ରରୁ ପ୍ରକାଶ ଯେ, ଭାରତର ପାଲଟା ଆକ୍ରମଣରେ ପାକିସ୍ତାନୀ ପୋଷ୍ଟ ଏବଂ ବଙ୍କର୍ ବହୁ କ୍ଷତି ଘଟିଛି । ବୋଧହୁଏ ଏଥିପାଇଁ ପ୍ରାୟ ଏକ ଘଣ୍ଟାପରେ ଗୁଳି ବିନିମୟ ବନ୍ଦ ହୋଇଥିଲା । ଜନ ଗହଳି ଅଞ୍ଚଳକୁ ଟାର୍ଗେଟ କରିବା ବନ୍ଦ କରିଦେଇଛି ପାକିସ୍ତାନ । ଏହି ଗୁଳି ବିନିମୟରେ କ’ଣ କ୍ଷତି ହୋଇଛି ସେ ସମ୍ପର୍କରେ ଉଭୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।
Trending Photos
ଶ୍ରୀନଗର: ଜମ୍ମୁ କାଶ୍ମୀରବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ପରିସ୍ଥିତି ଦେଖା ଦେଇଛି । ଗୋଟିଏ ପଟେ କୋରୋନା ଭାଇରସ ସଙ୍କଟ ଘେରି ରହିଛି ଏବଂ ଅନ୍ୟ ପଟେ ପାକ୍ ସେନା ବୋମାମାଡ଼ କରି ଚାଲିଛି । ଶୁକ୍ରବାର କୁପୱାରା ଠାରେ ପାକ୍ ସେନା ସହ ଗୁଳି ବିନିମୟ ବେଳେ ଭାରତୀୟ ସେନା ପାକିସ୍ତାନର ଅନେକ ବଙ୍କରକୁ ଧ୍ୱଂସ କରି ଦେଇଛି । ବର୍ତ୍ତମାନ ସୁଦ୍ଧା କେତେଜଣ ପାକ୍ ଯବାନଙ୍କ ମୃତ୍ୟୁ ଘଟିଛି, ତାହାର କୌଣସି ଆଧିକାରୀକ ପୃଷ୍ଚି ହୋଇପାରିନି ।
କୁପୱାରା ଏଲଓସି ନିକଟସ୍ଥ ପଜଗାମ ଏବଂ ଏହା ନିକଟରେ ଥିବା ଅନେକ ଗ୍ରାମରେ ପାକିସ୍ତାନ ଗୁଳି ଚଳାଇବା ପରେ ଆତଙ୍କ ଖେଳିଯାଇଥିଲା । ତେବେ ଭାରତୀୟ ସୀମା ରକ୍ଷା ପାଇଁ ନିୟୋଜିତ ସେନାର ଯବାନମାନେ ପାକିସ୍ତାନ ଯବାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଉପଯୁକ୍ତ ଜବାବ ଦେଇଛନ୍ତି । ଫଳସ୍ୱରୂପ ପାକିସ୍ତାନ କିଛି ଘଣ୍ଟା ପରେ ଗୁଳି ଚଳାଇବା ବନ୍ଦ କରି ଦେଇଥିଲା । ବର୍ତ୍ତମାନ ସୀମାରେ ରହି ରହି ଗୁଳି ବିନିମୟ ଜାରି ରହିଛି, କିନ୍ତୁ ଏହି ଗୁଳି ବିନିମୟରେ ଏପର୍ଯ୍ୟନ୍ତ କେତେ ପରିମାଣରେ କ୍ଷତି ଘଟିଛି ତାହା ଜଣା ପଡି଼ନାହିଁ ।