ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରା
Advertisement

ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରା

ଦୁଇଦିନିଆ ଲେହ-ଲଦାଖ ଗସ୍ତରେ ଯାଇ ଅମରନାଥଙ୍କର ଦର୍ଶନ କରିଛନ୍ତି। ତାଙ୍କ ସହିତ ସିଡ଼ିଏସ ବିପିନ ରାଓ୍ୱତ ଓ ସ୍ଥଳସେନା ଏମଏମ ନରାଓ୍ୱେଣ ମଧ୍ୟ ଯାଇଛନ୍ତି। ସେପଟେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବାକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ସ୍ଥଳସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଇନ୍ଦା ସଂସ୍ଥା ଏହି ସୂଚନା ଦେଇଥିଲେ। ତେବେ ଉକ୍ତ ଅଧିକାରୀଙ୍କ

ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରା

ଶ୍ରୀନଗର: ଦୁଇଦିନିଆ ଲେହ-ଲଦାଖ ଗସ୍ତରେ ଯାଇ ଅମରନାଥଙ୍କର ଦର୍ଶନ କରିଛନ୍ତି। ତାଙ୍କ ସହିତ ସିଡ଼ିଏସ ବିପିନ ରାଓ୍ୱତ ଓ ସ୍ଥଳସେନା ଏମଏମ ନରାଓ୍ୱେଣ ମଧ୍ୟ ଯାଇଛନ୍ତି। ସେପଟେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବାକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ସ୍ଥଳସେନାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୁଇନ୍ଦା ସଂସ୍ଥା ଏହି ସୂଚନା ଦେଇଥିଲେ। ତେବେ ଉକ୍ତ ଅଧିକାରୀଙ୍କୁ ମିଳିଥିବା ଏହି ସୂଚନାକୁ ଯାଞ୍ଚ କରାଯାଉଛି ବୋଲି ଜଣାପଡ଼ିଛି। 

ଅଧିକାରୀ କହିଛନ୍ତି ଯେ ଏହି ଧମକ ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ନିକଟରୁ ଆସିଛି ବୋଲି ସୂଚନା ରହିଛି। ଏହି ଧମକ ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପୂର୍ବରୁ ଧମକ ଆସିଛି। ସେପଟେ ଆଜି ସୋପିଆନର ଆମିସପୋରା ଅଞ୍ଚଳରେ ଭାରତୀୟ ଯବାନ ଏନକାଉଣ୍ଟର କରି ୩ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। 

ସେପଟେ ଟୁ ସେକ୍ଟରର କମାଣ୍ଡର ବ୍ରିଗେଡ଼ିୟର ବିବେକ ସିଂ ଠାକୁର ମଧ୍ୟ କହିଛନ୍ତି କି, ଗୁଇନ୍ଦା ସୂଚନା ମୁତାବକ ଚଳିତ ବର୍ଷ ହେବାକୁ ଥିବା ଅମରନାଥ ଯାତ୍ରାକୁ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି। ଏଥିପାଇଁ ସେମାନେ ସମସ୍ତ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ଆମେ ଅମରନାଥ ଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ବିନା କୌଣସି ଅଘଟଣ ନ ଘଟେ ସେଥିପ୍ରତି ଭାରତୀୟ ଯବାନମାନେ ସତର୍କ ଅଛନ୍ତି ବୋଲି ସେ କହିଥିଲେ। 

ସେ ଆହୁରି ମଧ୍ୟ କହିଛନ୍ତି କି,  ଅମରନାଥ ଯାତ୍ରା ପାଇଁ ଏହି ଅଞ୍ଚଳ ସର୍ବଦା ସମ୍ବେଦନଶୀଳ ଅଞ୍ଚଳ ଭାବେ ରହି ଆସିଛି। ତେବେ ସୋନମାର୍ଗ ପର୍ଯ୍ୟନ୍ତ ଯିବା ପାଇଁ ଏହି ବାଲଟାଲ ରାସ୍ତାକୁ ବ୍ୟବହାର କରିଥାନ୍ତି। ତେବେ ଏହା ଏକ ମାତ୍ର ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା ଜାରି ରହିବ ବୋଲି ସେ କହିଥିଲେ।