Advertisement
Article Detail0/zeeodisha/odisha2751613
Zee OdishaOdisha National-InternationalIndia Pakistan War: ଭିତରେ ବାୟୁସେନା,ସୀମାରେ ସ୍ଥଳସେନା ଦେଉଛି ଆତଙ୍କୀସ୍ତାନକୁ ଜବାବ

India Pakistan War: ଭିତରେ ବାୟୁସେନା,ସୀମାରେ ସ୍ଥଳସେନା ଦେଉଛି ଆତଙ୍କୀସ୍ତାନକୁ ଜବାବ

India Pakistan War: ଆତଙ୍କୀସ୍ତାନ ଭାବେ ପରିଚୟ ନେଇଥିବା ପାକିସ୍ତାନରୁ ଆତଙ୍କବାଦୀଙ୍କୁ ନିଶ୍ଚିହ୍ନ କରିବାକୁ ସଂଗଠିତ ଜବାବ ଦେଉଛି ଭାରତ। ପାକିସ୍ତାନ ଭିତରେ ବାୟୁସେନା ଜବାବ ଦେଉଥିବାବେଳେ ସୀମାରେ ସ୍ଥଳ ସେନା ଆତଙ୍କୀ ଠିକଣାକୁ ଧ୍ୱସ୍ତ କରୁଛି। ଏହାର ଏକ ସଦ୍ୟତମ ଭିଡିଓ  ସୋଶାଲ ମିଡିଆରେ ପ୍ରଦାନ କରିଛି ଭାରତୀୟ ସେନା।

India Pakistan War: ଭିତରେ ବାୟୁସେନା,ସୀମାରେ ସ୍ଥଳସେନା ଦେଉଛି ଆତଙ୍କୀସ୍ତାନକୁ ଜବାବ

India Pakistan War: ଆତଙ୍କୀସ୍ତାନ ଭାବେ ପରିଚୟ ନେଇଥିବା ପାକିସ୍ତାନରୁ ଆତଙ୍କବାଦୀଙ୍କୁ ନିଶ୍ଚିହ୍ନ କରିବାକୁ ସଂଗଠିତ ଜବାବ ଦେଉଛି ଭାରତ। ପାକିସ୍ତାନ ଭିତରେ ବାୟୁସେନା ଜବାବ ଦେଉଥିବାବେଳେ ସୀମାରେ ସ୍ଥଳ ସେନା ଆତଙ୍କୀ ଠିକଣାକୁ ଧ୍ୱସ୍ତ କରୁଛି। ଏହାର ଏକ ସଦ୍ୟତମ ଭିଡିଓ  ସୋଶାଲ ମିଡିଆରେ ପ୍ରଦାନ କରିଛି ଭାରତୀୟ ସେନା।
 
ଏହି ଭିଡିଓରେ ସୀମାପାର ଆତଙ୍କବାଦକୁ ଧ୍ୱସ୍ତ କରିବା ପାଇଁ କିପରି ଭାରତୀୟ ସେନା କାର୍ଯ୍ୟ କରୁଛି ତାହା ଦର୍ଶାଯାଇଛି। ୪ଟି ସ୍ଥାନକୁ ଟାର୍ଗେଟ କରି ଉଡ଼ାଯାଇଥିବାଦର୍ଶାଯାଇଛି। ଭାରତୀୟ ସେନା କିପରି ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଗୁଳି ଗୋଳା ଖଞ୍ଜୁଛନ୍ତି ଓ ତାହାକୁ ନିକ୍ଷେପ କରି ସଫଳତା ହାସଲ କରୁଛନ୍ତି ତାହା ଦର୍ଶାଇଛି ଏହି ଭିଡିଓ। ଏପଟେ ଭାରତ ସୀମାରୁ ସେନା ଗୁଳି ଫୁଟାଉଛନ୍ତି ଆଉ ସେଥିରେ ହଟୁଛି ଆତଙ୍କୀ ଶିବିର। ପୂରା ଗୋଟିଏ ଭିଡିଓରେ ନିକ୍ଷେପ ସ୍ପଷ୍ଟ ହେଉଛି।
 
ଏହି ଭିଡିଓ ଶେୟାର କରି ଭାରତୀୟ ସେନା ପକ୍ଷରୁ କୁହାଯାଇଚିଯ, ପାକିସ୍ତାନ ପକ୍ଷରୁ ୮ ଓ ୯ ତାରିଖ ରାତିରେ ଜମ୍ମୁ ଓ କଶ୍ମୀର ଏବଂ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଲଗାତାର ଗୁଳି ବର୍ଷଣ କରିବାକୁ ଚେଷ୍ଟା କରିଛି। ଆଉ ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ସଂଜମ ସହ ସଂଯୋଜିତ ଠାଣିରେ ପାକିସ୍ତାନ ସୀମାରେ ଥିବା ଆତଙ୍କୀ ଶିବିରକୁ ନଷ୍ଟ କରୁଛନ୍ତି। ଏହି ଶିବିରଗୁଡ଼ିକ ସୀମା ପାଖରେ ଅବସ୍ଥିତ। ଭାରତରେ ବିଭିନ୍ନ ସମୟରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଏହି ଶିବିରଗୁଡ଼ିକୁ ବ୍ୟବହାର କରାଯାଉଥିବା ସେନା କହିଛି। କିନ୍ତୁ ସେନାର ଏହି କାର୍ଯ୍ୟୁନେ୍ଠାନ ଦ୍ୱାରା ଅନେକ ଶିବିର ନଷ୍ଟ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। 

ଅପରପକ୍ଷେ ପାକିସ୍ତାନର ୪ଟି ଏୟାରବେସ୍‍ ଉପରେ ଆକ୍ରମଣ କରି ଧ୍ୱଂସ କରିଛି ଭାରତ। ୮ଟି ସୈନ୍ୟ ଠିକଣା ଉପରେ ଆକ୍ରମଣ କରାଯାଇଛି। ଏଥିରେ ପାକିସ୍ତାନ ପଞ୍ଜାବର ସୋରକୋଟଠାରେ ଥିବା ରଫିକି, ଚକବାଲଠାରେ ଥିବା ମୁରିଦ୍‍, ଇସ୍‍ଲାମବାଦଠାରୁ ୧୦ କିଲୋମିଟର ଦୂରରେ ଥିବା ଚକଲାଲା, ରହମିଆଦ୍‍ ଖାନ, ସୁକୁର ପସ୍ତୁନିଆରେ ଏହି ଏୟାରବେସ୍‍ ରହିଛି।   ସେହିପରି ସୁକୁର, ଚୁନି୍ୟା, ପସରୁର, ସିଆଲକୋଠାରେ ମଧ୍ୟ ଭାରତ ପକ୍ଷରୁ ଜବାବ ଆକ୍ରମଣ କରାଯାଇଛି। ଏହି ସ୍ଥଳଗୁଡ଼ିକରେ ଥିବା ସେନା ହତିଆର ଛାଉଣି, ରାଡାର କେନ୍ଦ୍ର, ଟେକ୍ନିକାଲ ସେଣ୍ଟର ଉପରେ ଆକ୍ରମଣ କରାଯାଇଥିବା ସୂଚନା ଦେଇଛି ଭାରତ। ହେଲେ ଏଥିରେ ଯେମିତି ଲୋକଙ୍କଉପରେ କ୍ଷତିକୁ  ସର୍ବନିମ୍ନ କରାଯାଇପାରିବ ତାହାକୁ ନିଶ୍ଚିତ କରିଛି ଭାରତୀୟ ସେନା।

Add Zee News as a Preferred Source
About the Author