'ଗଗନଯାନ ମିଶନ' ପାଇଁ ଭାରତୀୟ ମହାକାଶଚାରୀ ପୁଣିଥରେ ଆରମ୍ଭ କଲେ ଟ୍ରେନିଂ

ସମସ୍ତ ୪ ଜଣ ଭାରତୀୟ ମହାକାଶଚାରୀ ସୁସ୍ଥ ଅଛନ୍ତି । ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ "ଜିସିଟିସି କ୍ରମାଗତ ଭାବରେ ମହାମାରୀ ବିରୋଧୀ ନିୟମାବଳୀ ପ୍ରତି ଧ୍ୟାନ ଦେଉଛି ।

'ଗଗନଯାନ ମିଶନ' ପାଇଁ ଭାରତୀୟ ମହାକାଶଚାରୀ ପୁଣିଥରେ ଆରମ୍ଭ କଲେ ଟ୍ରେନିଂ

ବେଙ୍ଗାଲୁରୁ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ 'ଗଗନଯାନ' ପାଇଁ ମନୋନୀତ ହୋଇଥିବା ୪ ଜଣ ମହାକାଶଚାରୀ ପୁଣି ଥରେ ଋଷରେ ଟ୍ରେନିଂ ଆରମ୍ଭ କରିଛନ୍ତି । ପ୍ରକୃତରେ କୋଭିଡ-19 ହେତୁ ତାଲିମ ସ୍ଥଗିତ ରଖାଯାଇଥିଲା । ରୁଷିଆନ୍ ସ୍ପେସ୍ କର୍ପୋରେସନ୍ (ରସକୋମୋସ୍) ଏକ ବୟାନରେ କହିଛି ଯେ, ଗାଗରିନ୍ ରିସର୍ଚ୍ଚ ଏଣ୍ଡ ଟେଷ୍ଟ କୋସ୍ମୋନାଟ୍ ଟ୍ରେନିଂ ସେଣ୍ଟର ମେ ୧୨ ତାରିଖରୁ ଭାରତୀୟ କସ୍ମୋନାଟ୍ସର ତାଲିମ ଆରମ୍ଭ କରାଯାଇଛି । ଗ୍ଲାଭୋକୋମୋସ୍, ଜେଏସସି(ଯାହା ଷ୍ଟେଟ୍ ସ୍ପେସ୍ କର୍ପୋରେସନ୍ ରୋସ୍କୋମୋସର ଅଂଶ) ଓ ଇସ୍ରୋର ହ୍ୟୁମ୍ୟାନ ସ୍ପେସ୍ ପ୍ଲାଇଟ ସେଣ୍ଟର ମଧ୍ୟରେ ଚୁକ୍ତି ଅନ୍ତର୍ଗତ ଏହି ମହାକାଶଚାରୀଙ୍କୁ ତାଲିମ ଦିଆଯାଉଛି ।

ସମସ୍ତ ୪ ଜଣ ଭାରତୀୟ ମହାକାଶଚାରୀ ସୁସ୍ଥ ଅଛନ୍ତି । ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ "ଜିସିଟିସି କ୍ରମାଗତ ଭାବରେ ମହାମାରୀ ବିରୋଧୀ ନିୟମାବଳୀ ପ୍ରତି ଧ୍ୟାନ ଦେଉଛି । ପରିଷ୍କାର ପରିଚ୍ଛନ୍ନତା, ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଉଛି, କୌଣସି ବାହାର ଲୋକ ପ୍ରବେଶକୁ ନିଷେଧ କରାଯାଇଛି । ସମସ୍ତ କର୍ମଚାରୀ ଓ କସ୍ମୋନାଟ୍ ମେଡିକାଲ୍ ମାସ୍କ ଏବଂ ଗ୍ଲୋଭସ୍ ବ୍ୟବହାର କରନ୍ତି ।" ରସ୍କୋମସ୍ ଟ୍ୱିଟରରେ ଭାରତୀୟ ମହାକାଶଚାରୀଙ୍କ ଚିତ୍ର ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ମହାକାଶଚାରୀମାନେ ଭାରତୀୟ ପତାକା ସହିତ ସ୍ପେସ୍ ସୁଟ୍ ପିନ୍ଧିଥିବାର ନଜର ଆସୁଛି । ଭାରତୀୟ ବାୟୁସେନାର ୪ ଜଣ ଫାଇଟର ପାଇଲଟ ଋଷର ରାଜଧାନୀରେ ତାଲିମ ଦିଆଯାଉଛି । ଏହି ୪ ଜଣ ଗଗନଯାନ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛନ୍ତି । ୧୦,୦୦୦ କୋଟି ଟଙ୍କାର ଏହି ମହତ୍ୱପୂର୍ଣ୍ଣ ଅଭିଯାନ ୨୦୨୨ ଲଞ୍ଚ କରାଯିବ । ଯେଉ ସମୟରେ ଭାରତ ଏହାର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ ।