Advertisement
Article Detail0/zeeodisha/odisha758449
Zee OdishaOdisha National-Internationalଦେଶରେ କୋରୋନା ପ୍ରକୋପ; ୨୪ ଘଣ୍ଟାରେ ୮୧ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୧୦୯୫ ମୃତ

ଦେଶରେ କୋରୋନା ପ୍ରକୋପ; ୨୪ ଘଣ୍ଟାରେ ୮୧ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୧୦୯୫ ମୃତ

ଦେଶରେ କମୁନି କୋରୋନା ସଂକ୍ରମଣ। ପୁଣି ଦିନକରେ ୮୧ ହଜାରରୁ ଊର୍ଦ୍ଧ୍ୱ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କୋରୋନାରେ ହଜାରେ ୯୫ ଜଣଙ୍କ ମୃତ୍ୟୁ ହୋଇଛି।

ଦେଶରେ କୋରୋନା ପ୍ରକୋପ; ୨୪ ଘଣ୍ଟାରେ ୮୧ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ୧୦୯୫ ମୃତ

ନୂଆଦିଲ୍ଲୀ: ଗତକାଲିଠୁ ଦେଶରେ ଅନଲକ-୫ ଆରମ୍ଭ ହୋଇଛି। ଆଉ ଆଜି ପୁଣି ୮୦ ହଜାରରୁ ଊର୍ଦ୍ଧ୍ୱ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୮୧ ହଜାର ୪୮୪ ନୂଆ ଆକ୍ରାନ୍ତଙ୍କ ସହ ଏବେ ମୋଟ ପଜିଟିଭ୍ ସଂଖ୍ୟା ୬୪ ଲକ୍ଷ ନିକଟତର ପହଞ୍ଚିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ କୋରୋନାରେ ହଜାରେ ୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ପହଞ୍ଚିଛି। ତେବେ ବର୍ତ୍ତମାନ ଆଉ ୯ ଲକ୍ଷ ୪୨ ହଜାର ୨୧୭ଟି ଆକ୍ଟିଭ କେସ ରହିଥିବା ବେଳେ ୫୩ ଲକ୍ଷ ୫୨ ହଜାର ୭୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୧୧ ଲକ୍ଷ କୋରୋନା ଟେଷ୍ଟ ହୋଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୭ କୋଟି ୬୭ ଲକ୍ଷ ୧୭ ହଜାର ୭୨୮ଟି ପରୀକ୍ଷଣ ହୋଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି।

Add Zee News as a Preferred Source

 

 

About the Author