Suez Canal Crisis: ଆଇନଗତ ବିବାଦର ସାମ୍ନା କରିପାରନ୍ତି Indian Crew Member
Advertisement

Suez Canal Crisis: ଆଇନଗତ ବିବାଦର ସାମ୍ନା କରିପାରନ୍ତି Indian Crew Member

ଏ ଘଟଣାରେ ପ୍ରତିକ୍ରିୟା ରଖି ଏନୟୁଏସଆଇ ପକ୍ଷରୁ କୁହାଯାଇଛି ଆମେ ଫସିଯାଇଥିବା ଭାରତୀୟ ଚାଳକ ଦଳର ସଦସ୍ୟଙ୍କ ସହ ଯୋଗାଯୋଗରେ ରହିଛୁ।

Suez Canal Crisis: ଆଇନଗତ ବିବାଦର ସାମ୍ନା କରିପାରନ୍ତି Indian Crew Member

ନୂଆଦିଲ୍ଲୀ: ପ୍ରାୟ ସପ୍ତାହେ ଧରି ବିଶ୍ୱର ଅନ୍ୟତମ ବ୍ୟବସାୟିକ ଜଳମାର୍ଗ ସୁଏଜ କେନାଲ ଠାରେ ଫସି ରହିଥିବା ଏଭରଗ୍ରୀନ ନାମକ ମାଲବାହୀ ଜାହାଜକୁ ମାର୍ଚ୍ଚ ୨୯ ତାରିଖ ସୋମବାର ବାହାର କରାଯାଇଛି। ଚଳିତ ମାସ ୨୩ ତାରିଖ ମଙ୍ଗଳବାର ଏହି ଜାହାଜ ଚୀନ ବନ୍ଦରରୁ ୟୁରୋପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ନିୟନ୍ତ୍ରଣ ହରାଇ କେନାଲରେ ଫସିଯାଇଥିଲା।

ଯଦିଓ ଫସିଯାଇଥିବା ଏଭରଗ୍ରୀନ ମାଲବାହୀ ଜାହାଜକୁ (Ever Green Container) ସୁଏଜ କେନାଲରୁ (Suez Canal) ବାହାର କରି ଦିଆଯାଇଛି। ହେଲେ ଏହି ଜାହାଜରେ ଯାତ୍ରା କରୁଥିବା ଭାରତୀୟ ଚାଳକ ଦଳକୁ (Indian Crew Member) ଆଇନଗତ ବିବାଦର ସାମ୍ନା କରିବାକୁ ପଡିପାରେ। 

ଏ ଘଟଣାକୁ ନେଇ ସଜାଗ ହୋଇ ଉଠିଛନ୍ତି ଭାରତ ସରକାର (Govt of India) ଏବଂ ବିଭିନ୍ନ ସାମୁଦ୍ରିକ ସଙ୍ଗଠନ (Seafarers Organisation)। ଜାହାଜ ଫସିଯିବା ମାମଲାରେ ଭାରତୀୟ ଚାଳକ ଦଳ ବିରୁଦ୍ଧରେ ଅପରାଧିକ ମାମଲା ଦାଏର କରାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। 

Also Read: କେନାଲରେ ଫସିଗଲା କଣ୍ଟେନର; ସମୁଦ୍ରରେ ଟ୍ରାଫିକ ଜାମ

 

ଏହି ମାମଲାରେ ଏଭରଗ୍ରୀନ ମାଲବାହୀ ଜାହାଜର ଚାଳକ ଦଳକୁ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ପୁନର୍ବାର ଯାତ୍ରା କରିବା ଲାଗି ବାରଣ କରାଯାଇପାରେ। ଏହି ଘଟଣା ଘଟିବା ପଛରେ କାରଣ କ'ଣ ତାହାର ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଜାହାଜ ମଧ୍ୟରେ ନଜରବନ୍ଦୀ ଅବସ୍ଥାରେ ରଖାଯାଇପାରେ।

ଚାଳକ ଦଳ ବିରୁଦ୍ଧରେ କେଉଁ ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଜାହାଜ ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି କୁହାଯାଇନାହିଁ। ହେଲେ ସେମାନେ ଏ ଘଟଣାରେ ବଳି ପଡି ଯାଇପାରନ୍ତି। 

Also Read: Suez Canal ରାସ୍ତାରୁ ବାହାରିଲା Ever Green Container; ସ୍ୱାଭାବିକ ହୋଇନାହିଁ ବିଶ୍ୱ ବାଣିଜ୍ୟ

 

ଏ ଘଟଣାରେ ପ୍ରତିକ୍ରିୟା ରଖି ଜାତୀୟ ସିପିଂ ବୋର୍ଡ (National Shipping Board) ସଦସ୍ୟ ସଞ୍ଜୟ ପରାଶର କହିଛନ୍ତି ଏ ଘଟଣା ପଛରେ କାରଣ କ'ଣ ରହିଛି ତାହା ଏହି ଜାହଜର ଜଳଯାତ୍ରାର ତଥ୍ୟକୁ  (Ship Voyage Data Recorder) ତଦନ୍ତ ପରିସରଭୂକ୍ତ କରାଇଲେ ଏହା ପଛର ରହିଥିବା କାରଣ କ'ଣ ତାହା ଜଣାପଡିବ।

Also Read: Suez Canal Crisis: ଫସିରହିଥିବା ଜାହାଜକୁ ଏହି ଉପାୟରେ କେନାଲରୁ ବାହାର କରିବ ଜାପାନ କମ୍ପାନୀ

ବେରହାଲ୍ଡ ସ୍କ୍ଲ୍ୟୁଟ ସିପ ମ୍ୟନେଜମେଣ୍ଟ-ବିଏସଏସଏମ (Berhald Schulte Ship Management) ପକ୍ଷରୁ  ଏଭରଗ୍ରୀନ ମାଲବାହୀ ଜାହାଜରେ ଯାତ୍ରା କରୁଥିବା ୨୫ ଜଣିଆ ଭାରତୀୟ ଚାଳକ ଦଳର ସଦସ୍ୟଙ୍କ ନାମ ପ୍ରକାଶ କରାଯାଇନାହିଁ। ଏନେଇ ବିଏସଏସଏମ ପକ୍ଷରୁ କୁହାଯାଇଛି ଜାହାଜରେ ଯାତ୍ରା କରୁଥିବା ସମସ୍ତ ଭାରତୀୟ ଠିକ ଅଛନ୍ତି ହେଲେ ସେମାନେ ଏ ଘଟଣାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ସେମାନେ ଜାହାଜକୁ ପୁନର୍ବାର ଚାଲୁ କରାଇବା ଲାଗି ନିରବିଚ୍ଛିନ୍ନ ଭାବେ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି। ଯାହା ସ୍ୱାଗତଯୋଗ୍ୟ। 

Also Read: Evergreen Container: ସମୁଦ୍ରରେ ଟ୍ରାଫିକ ଜାମ; ଭାଇରାଲ ହେଉଛି Memes

 

ଅନ୍ୟପଟେ ଏ ଘଟଣାରେ ପ୍ରତିକ୍ରିୟା ରଖି ମୁମ୍ବାଇସ୍ଥିତ ଭାରତୀୟ ଜାତୀୟ ସାମୁଦ୍ରିକ ସଙ୍ଗଠନ-ଏନୟୁଏସଆଇ (National Union of Seafarers of India-NUSI) ପକ୍ଷରୁ କୁହାଯାଇଛି ଆମେ ସୁଏଜ କେନାଲରେ ଫସିଯାଇଥିବା ଏଭରଗ୍ରୀନ ମାଲବାହୀ ଜାହାଜରେ ଯାତ୍ରା କରୁଥିବା ଭାରତୀୟ ଚାଳକ ଦଳର ସଦସ୍ୟଙ୍କ ସହ ଯୋଗାଯୋଗରେ ରହିଛୁ। ଆବଶ୍ୟକ ପଡିଲେ ସେମାନଙ୍କୁ ସମସ୍ତ ପ୍ରକାର ସହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଏନୟୁଏସଆଇ ସାଧାରଣ ସମ୍ପାଦକ ଅବଦୁଲ ଗାନି ସେରାଙ୍ଗ ଟ୍ୱିଟ କରି ଜଣାଇଛନ୍ତି।