କ୍ରିକେଟର ଋିଦ୍ଧିମାନ ସାହାଙ୍କୁ ସାମ୍ବାଦିକଙ୍କ ଖୋଲା ଧମକ, କହିଲେ...
Advertisement

କ୍ରିକେଟର ଋିଦ୍ଧିମାନ ସାହାଙ୍କୁ ସାମ୍ବାଦିକଙ୍କ ଖୋଲା ଧମକ, କହିଲେ...

ଯାହା ମୋ ହିସାବରେ ଠିକ୍ ନୁହେଁ। ତାଙ୍କୁ ବାଛନ୍ତୁ ଯିଏ ସାହାଯ୍ୟ କରିପାରିବେ। ଆପଣ କଲ ବି କଲେନି। ଆଉ ମୁଁ କେବେବି ଆପଣଙ୍କ ଇଣ୍ଟରଭ୍ୟୁ ନେବି ନାହିଁ ଏକଥା ମୋର ସବୁ ଦିନ ପାଇଁ ମନେ ରହିବ।

କ୍ରିକେଟର ଋିଦ୍ଧିମାନ ସାହାଙ୍କୁ ସାମ୍ବାଦିକଙ୍କ ଖୋଲା ଧମକ, କହିଲେ...

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ କିଛି ସିନିୟର ଖେଳାଳିଙ୍କୁ ଟିମରେ ସ୍ଥାନ ମିଳିନାହିଁ। ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଋିଦ୍ଧିମାନ ସାହାଙ୍କ ନାଁ ମଧ୍ୟ ବାଦ୍ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ରହିଅଛି। ଏବେ ଏହି ଅନୁଭବୀ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଜଣେ ସାମ୍ବାଦିକଙ୍କୁ ନେଇ ଅଭିଯୋଗ କରିଛନ୍ତି। ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର ରେ ସାମ୍ବାଦିକଙ୍କ ସହ ହ୍ୱାଟସଆପ୍ ଚାଟରେ ହୋଇଥିବା କଥାବାର୍ତ୍ତାର ସ୍କ୍ରିନ ସଟ୍ ସେୟାର କରି କହିଛନ୍ତି ଯେ, ସାମ୍ବାଦିକତା କୁଆଡେ ଗଲା?

ସେୟାର କରାଯାଇଥିବା ସ୍କ୍ରିନ ସଟ୍ (Screen Shot)  ରେ ଲେଖାହୋଇଛି ଯେ, ମୋ ସାଥୀରେ ଏକ ଇଣ୍ଟରଭ୍ୟୁ କରିବେ? ଯଦି ଆପଣ ଲୋକତାନ୍ତ୍ରିକ ହେବାକୁ ଚାହୁଁଛନ୍ତି ତେବେ ମୁଁ ଆପଣଙ୍କ ସହ ଜବରଦସ୍ତି କରିବି ନାହିଁ। ସେମାନେ କେବଳ ଗୋଟିଏ ୱିକେଟ କିପରଙ୍କୁ ସୁଯୋଗ ଦେଲେ ଯିଏ ତାଙ୍କ ପାଇଁ ବେଷ୍ଟ ବା ଭଲ। ଆପଣ ୧୧ ଜଣ ସାମ୍ବାଦିକଙ୍କୁ ବାଛିବାକୁ ପ୍ରୟାସ କଲେ। ଯାହା ମୋ ହିସାବରେ ଠିକ୍ ନୁହେଁ। ତାଙ୍କୁ ବାଛନ୍ତୁ ଯିଏ ସାହାଯ୍ୟ କରିପାରିବେ। ଆପଣ କଲ ବି କଲେନି। ଆଉ ମୁଁ କେବେବି ଆପଣଙ୍କ ଇଣ୍ଟରଭ୍ୟୁ ନେବି ନାହିଁ ଏକଥା ମୋର ସବୁ ଦିନ ପାଇଁ ମନେ ରହିବ।

Also Read: ନଦୀରେ ଖସିପଡ଼ିଲା କାର୍, ବର ସମେତ ୯ ମୃତ

ତେବେ ଏହି ସ୍କ୍ରିନ ସଟ ଋିଦ୍ଧିମାନ ସାହା ଟ୍ୱିଟର (Twitter) ରେ ସେୟାର କରିବା ପରେ ପୂର୍ବ ଓପନର ବିରେନ୍ଦ୍ର ସେହେୱାଗ କହିଛନ୍ତି ଯେ, ମୋତେ ବହୁତ ଦୁଃଖ ଲାଗୁଛି। ନା ସେ ଆଦରର ପାତ୍ର ନା ପତ୍ରକାର ପାଇଁ ଯୋଗ୍ୟ। ବାସ୍ ଚାମଚାଗିରି। ମୁଁ ଆପଣଙ୍କ ସହ ଅଛି ଋିଦ୍ଧି। ସେହିପରି ଟିମରୁ ବାଦ୍ ପଡ଼ିବା ପରେ ଋିଦ୍ଧିମାନ କିଛିଟା ଖୁଲାସା କରିଛନ୍ତି। ସାହା କହିଛନ୍ତି ଯେ, ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଥିବା ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ରିଟାୟରମେଣ୍ଟ ନେବାକୁ ଚିନ୍ତା କରିବାକୁ କହିଥିଲେ। ଅନ୍ୟପଟେ ଋିଦ୍ଧିମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି। 

Also Read: କେବଳ କୋହଲି ନୁହେଁ, ଏହି ୩ ଖେଳାଳିଙ୍କ କ୍ୟାରିୟରକୁ ବର୍ବାଦ କରିସାରିଛନ୍ତି ଗାଙ୍ଗୁଲି!

ସାହା ଏକଥା ବି କହିଛନ୍ତି ଯେ, ଯେବେ ମୁଁ ପୂର୍ବଥର ନଭେମ୍ବରରେ କାନପୁରରେ ନ୍ୟୁଜିଲାଣ୍ଡ (New Zealand) ବିପକ୍ଷ ପ୍ରଥମ ମ୍ୟାଚରେ ପେନ କିଲର ଖାଇ ୬୧ ରନ୍ କରିଥିଲି ସେତେବେଳେ ଦାଦା ମୋତେ ହ୍ୱାଟସଆପରେ ନିଜେ ଶୁଭେଚ୍ଛା ଜଣାଇଥିଲେ। କେବଳ ଏତିକି ନୁହେଁ ସେ କହିଥିଲେ ଯେ ଯେବେ ଯାଏଁ ସେ ବିସିସିଆଇର ସଭାପତି ପଦରେ ଅଛନ୍ତି ମୋତେ କୌଣସି କଥାକୁ ନେଇ ଚିନ୍ତା କରିବାର ନାହିଁ ବୋଲି କହିଥିଲେ। ଶ୍ରୀଲଙ୍କା ବିପକ୍ଷ ଦୁଇଟି ମ୍ୟାଚରେ ଋିଦ୍ଧିମାନଙ୍କୁ ଛାଡ଼ିଦେଲେ ଆଜିଙ୍କ୍ୟା ରାହାଣେ, ଚେତେଶ୍ୱର ପୂଜାରା ଓ ଇଶାନ୍ତ ଶର୍ମାଙ୍କୁ ବି ଟିମରେ ସ୍ଥାନ ମିଳିନାହିଁ।