Trending Photos
)
Indian Economy: ନୂଆଦିଲ୍ଲୀ: ବୈଶ୍ୱିକ ଅର୍ଥନୈତିକ କ୍ଷେତ୍ରରେ ଇତିହାସ ରଚିଛି ଭାରତ। ଜାପାନକୁ ପଛରେ ପକାଇ ଚତୁର୍ଥ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ରର ମାନ୍ୟତା ହାସଲ କରିଛି ଭାରତ। ଶନିବାର ନୀତି ଆୟୋଗର ସିଇଓ ବିବିଆର ସୁବ୍ରମଣ୍ୟମ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସେ ନୀତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ ବୈଠକରେ କହିଥିଲେ କି ବିଶ୍ୱ ଅର୍ଥନୀତି ବ୍ୟବସ୍ଥା ଭାରତ ପାଇଁ ବେଶ ଅନୁକୂଳ ରହିଛି।
ବିବିଆର ସୁବ୍ରମଣ୍ୟମ ଆହୁରି ମଧ୍ୟ କହିଥିଲେ ଆମେ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ହୋଇ ପାରିଛୁ। ଆଜି ଆମେ ୪ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥ ହୋଇପାରିଛୁ। ସେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫର ତଥ୍ୟ ପ୍ରଦାନ କରି କହିଥିଲେ କି ଭାରତୀୟ ଅର୍ଥବ୍ୟବସ୍ଥା ବର୍ତ୍ତମାନ ଜାପାନ ଠାରୁ ମଧ୍ୟ ବୃହତ ହୋଇ ସାରିଛି। ଭାରତରେ ଏହି ସଫଳତା ହାସଲ କରିବା ସହିତ ଇତିହାସ ରଚିଛି। ଏବେ କେବଳ ଆମେରିକା, ଚୀନ ଓ ଜର୍ମାନୀ ହିଁ ଭାରତ ଆଗରେ ରହିଛନ୍ତି। ଆମେ ଖୁବ ଶୀଘ୍ର ତୃତୀୟ ସ୍ଥାନରେ ପହଞ୍ଚିବୁ ବୋଲି ସେ କହିଥିଲେ।
ନୀତି ଆୟୋଗର ସିଇଓ କହିଛନ୍ତି ଯେ ଆମେ ଆମର ଯୋଜନାରେ ଦୃଢ଼ ଏବଂ ଯଦି ସବୁକିଛି ଠିକ୍ ରହେ, ତେବେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଆମେ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଯିବୁ। ସେ କହିଛନ୍ତି ଯେ ଆମେରିକାର ଶୁଳ୍କ ଯୋଗୁଁ ବିଶ୍ୱରେ ଅଶାନ୍ତି ଥିବା ସମୟରେ ଭାରତ ଏହି ସ୍ଥାନ ହାସଲ କରିଛି, କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତର ଅଭିବୃଦ୍ଧିକୁ ରୋକିବାରେ ସକ୍ଷମ ହୋଇନାହାଁନ୍ତି।
ଆମେରିକା ରାଷ୍ଟ୍ରପତି ଆପଲ୍ ଆଇଫୋନ ଉପରେ ଶୁଳ୍କ ଲାଗୁ କରିବା ସମ୍ପର୍କିତ ଏକ ପ୍ରଶ୍ନରେ, ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି, "ଆମେ ଆଶା କରୁଛୁ ଯେ ଆମେରିକାରେ ବିକ୍ରି ହେଉଥିବା ଆପଲ୍ ଆଇଫୋନଗୁଡ଼ିକ ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଆମେରିକାରେ ଉତ୍ପାଦନ ହେବ। ଭବିଷ୍ୟତର ଶୁଳ୍କ କ'ଣ ହେବ ତାହା ଏବେ କହିବା କଷ୍ଟକର। ତଥାପି, ଆମେ ନିଶ୍ଚିତ ଭାବରେ ଉତ୍ପାଦନ ପାଇଁ ଏକ ଶସ୍ତା ସ୍ଥାନ ହେବୁ।"