Advertisement
Article Detail0/zeeodisha/odisha698953
Zee OdishaOdisha National-Internationalଗଲୱାନ ଘାଟିରେ ଚୀନର ସାର୍ବଭୌମତ୍ୱ ଦାବିକୁ ଖାରଜ କଲା ଭାରତ

ଗଲୱାନ ଘାଟିରେ ଚୀନର ସାର୍ବଭୌମତ୍ୱ ଦାବିକୁ ଖାରଜ କଲା ଭାରତ

ଗଲୱାନ୍ ଘାଟି ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ପ୍ରକୃତ ନିୟନ୍ତ୍ରଣ ରେଖା ବାହାରେ ଭାରତ କୌଣସି ପଦକ୍ଷେପ ନେଇ ନାହିଁ । ଭାରତୀୟ ସୈନିକମାନେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ପାଟ୍ରୋଲିଂ କରି ଆସୁଛନ୍ତି । କୌଣସି ଘଟଣା ଘଟି ନାହିଁ ।

ଗଲୱାନ ଘାଟିରେ ଚୀନର ସାର୍ବଭୌମତ୍ୱ ଦାବିକୁ ଖାରଜ କଲା ଭାରତ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଲୱାନ ଉପତ୍ୟକା ଉପରେ ଚୀନ୍‌ର ସାର୍ବଭୌମତ୍ୱର ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ମନ୍ତ୍ରଣାଳୟ କହିଛି ଯେ, ଏହି କ୍ଷେତ୍ର ସମ୍ୱନ୍ଧୀୟ ସ୍ଥିତି ଐତିହାସିକ ରୂପେ ସ୍ପଷ୍ଟ । ଗଲୱାନ ଉପତ୍ୟକାରେ LAC ବିଷୟରେ ଚୀନୀ ପକ୍ଷ ତରଫରୁ  ମିଥ୍ୟା ଦାବି କରିବାର ପ୍ରୟାସ ଗ୍ରହଣୀୟ ନୁହେଁ । ଗଲୱାନ ଉପରେ ଚୀନ୍‌ର ଦାବି ଅତୀତର ଚୀନ୍‌ର ଆଭିମୁଖ୍ୟ ସହ ମେଳ ଖାଉ ନାହିଁ । ଗଲୱାନ୍ ଉପତ୍ୟକା ସମେତ ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳର ସମସ୍ତ ସେକ୍ଟରରେ LACର ଶ୍ରେଣୀବଦ୍ଧତା ବିଷୟରେ ଭାରତୀୟ ସୈନ୍ୟମାନେ ସମ୍ପୂର୍ଣ୍ଣ ଭାବରେ ଅବଗତ ଅଛନ୍ତି ।

ଗଲୱାନ୍ ଘାଟି ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ପ୍ରକୃତ ନିୟନ୍ତ୍ରଣ ରେଖା ବାହାରେ ଭାରତ କୌଣସି ପଦକ୍ଷେପ ନେଇ ନାହିଁ । ଭାରତୀୟ ସୈନିକମାନେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ପାଟ୍ରୋଲିଂ କରି ଆସୁଛନ୍ତି । କୌଣସି ଘଟଣା ଘଟି ନାହିଁ । ଗଲୱାନ ଉପରେ ଚୀନ୍‌ର ଦାବି ଉପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ମେ ମାସ ଆରମ୍ଭରୁ ଚୀନ୍ ପକ୍ଷ ଏହି ଅଞ୍ଚଳରେ ଭାରତର ସାଧାରଣ ପାଟ୍ରୋଲିଂ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି ।  ଚୀନ୍ ପକ୍ଷ ଦ୍ୱାରା ଅତିକ୍ରମଣ ଗତିବିଧିର ସବୁବେଳେ ଆମ ପକ୍ଷରୁ ଉଚିତ ଜବାବ ଦିଆଯାଇଛି । ଭାରତ ଆଶା କରୁଛି ଯେ ଚୀନୀ ପକ୍ଷ ସଚ୍ଚୋଟତା ସହ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ନିକଟ ଅତୀତରେ ହୋଇଥିବା ଶାନ୍ତି ସୁନିଶ୍ଚିତ କରିବା ପାଇଁ ଆଲୋଚନାର ପାଳନ କରିବ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ସୋମବାର ଗଲୱାନ୍ ଭ୍ୟାଲିରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯେଉଁଥିରେ ଭାରତର ଜଣେ କର୍ଣ୍ଣେଲ ଏବଂ ଅନ୍ୟ ୧୯ ସୈନିକ ଶହୀଦ ହୋଇଥିଲେ । ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଏହି ବିବାଦ ସମୟରେ ଆହତଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ପ୍ରଦାନ କରିନାହିଁ ।

Add Zee News as a Preferred Source
About the Author