ସମୁଦ୍ର ଗର୍ଭରେ ବୁଡିଲା ଜାହାଜ; ଫସିଛନ୍ତି ଶତାଧିକ ଶ୍ରମିକ, ନୌସେନାର ଉଦ୍ଧାର କାର୍ଯ୍ୟରେ ବାଧା ପ୍ରତିକୂଳ ପରିବେଶ
Advertisement

ସମୁଦ୍ର ଗର୍ଭରେ ବୁଡିଲା ଜାହାଜ; ଫସିଛନ୍ତି ଶତାଧିକ ଶ୍ରମିକ, ନୌସେନାର ଉଦ୍ଧାର କାର୍ଯ୍ୟରେ ବାଧା ପ୍ରତିକୂଳ ପରିବେଶ

ଗତକାଲି ବମ୍ୱେ ହାଇରେ ଏକ ତୈଳ ଉତ୍ପାଦନକାରୀ କମ୍ପାନୀର ୨ଟି ବର୍ଜ (barge)ସମୁଦ୍ରରେ ନିଖୋଜ ହୋଇଯାଇଥିଲା । ଏହି ବର୍ଜରେ ଶତାଧିକ ଶ୍ରମିକ ଫସି ରହିଥିଲେ। ଏନେଇ ନୌସେନାକୁ ଖବର ଦେବା ପରେ ନୌସେନାର ତିନୋଟି ପ୍ରମୁଖ ଯୁଦ୍ଧପୋତକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

ସମୁଦ୍ର ଗର୍ଭରେ ବୁଡିଲା ଜାହାଜ; ଫସିଛନ୍ତି ଶତାଧିକ ଶ୍ରମିକ, ନୌସେନାର ଉଦ୍ଧାର କାର୍ଯ୍ୟରେ ବାଧା ପ୍ରତିକୂଳ ପରିବେଶ

ମୁମ୍ବାଇ: ସାମୁଦ୍ରିକ ବାତ୍ୟା ତାଉତେ ବେଳେ ଆରବ ସାଗରରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ନୌସେନା । ଗତକାଲି ୧୮୨ ଜଣଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିଥିବା ବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗତକାଲି ବମ୍ୱେ ହାଇରେ ଏକ ତୈଳ ଉତ୍ପାଦନକାରୀ କମ୍ପାନୀର ୨ଟି ବର୍ଜ (barge)ସମୁଦ୍ରରେ ନିଖୋଜ ହୋଇଯାଇଥିଲା । ଏହି ବର୍ଜରେ ଶତାଧିକ ଶ୍ରମିକ ଫସି ରହିଥିଲେ। ଏନେଇ ନୌସେନାକୁ ଖବର ଦେବା ପରେ ନୌସେନାର ତିନୋଟି ପ୍ରମୁଖ ଯୁଦ୍ଧପୋତକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଭାରତୀୟ ଜଳସେନାର INS କୋଲକାତା, INS କୋଚି ଏବଂ INS ତଲୱାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଘଟଣା ସ୍ଥଳରେ ସର୍ବମୋଟ ୪୧୦ ଜଣ ଥିବା ଅନୁମାନ କରାଯାଉଛି । 

Also Read: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

barge P305 ଓ ଆଡରିଫ ଅଫ ହୀରା ଅଏଲ ଫିଲ୍ଡ୍ସ (adrift off Heera Oil Fields) ରୁ ଭାରତୀୟ ନୌସେନା ୩୮ ଜଣ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ INS କୋଲକାତା, INS କୋଚି ଏବଂ INS ତଲୱାର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଅନ୍ୟପଟେ ମୁମ୍ବାଇ ଉପକୂଳରୁ ୮ ନଟିକାଲ ମାଇଲ ଦୂରରେ ବର୍ଜ GALକନଷ୍ଟ୍ରକ୍ଟରରେ ଅଟକି ରହିଥିବା ୧୩୭ ଜଣଙ୍କୁ ଉଦ୍ଧାର କରାଯାଇନାହିଁ । ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏହି ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିବା ନୌସେନା ପକ୍ଷରୁ କୁହାଯାଇଛି।

Also Read: ୨୩ ବର୍ଷ ପରେ ତାଣ୍ଡବ; Tauktaeରେ ଗୁଜୁରାଟର ୧୪ ଜିଲ୍ଲା ପ୍ରଭାବିତ, ୩ ରାଜ୍ୟରେ ଗଡିଲା ୧୭ ମୁଣ୍ଡ

ଅପରପକ୍ଷରେ ଭାରତର ପଶ୍ଚିମ ଉପକୂଳରେ ଆତଙ୍କ ସୃଷ୍ଟି କରିଥିବା ସାମୁଦ୍ରିକ ବାତ୍ୟା ତାଉତେ ଦ୍ୱାରା ପ୍ରଭାବିତ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ନୌସେନାର ଜାହାଜ ନିୟୋଜିତ ରହିଛି । ଏନେଇ  Western Naval Commandର ମୁଖ୍ୟ ଜନସମ୍ପର୍କ ଅଧିକାରୀ (CPRO) କମାଣ୍ଡର ମେହୁଲ କର୍ଣ୍ଣିକ କହିଛନ୍ତି।